ପୁଣି ହେବାକୁ ଚାହୁଁଛି ଫାଷ୍ଟ ଲେଡି: ମେଲାନିଆ

ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟକ୍ତିଗତ ଭାବେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବିରୋଧରେ ପ୍ରାୟ ୩୪ଟି ମାମଲା ଚାଲିଛି। ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ନେଇ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ଫଙ୍କ ତୃତୀୟ ପତ୍ନୀ ମେଲାନିଆ ଟ୍ରମ୍ଫ ପୂର୍ବାପେକ୍ଷା ଟ୍ରମ୍ଫଙ୍କର ଆହୁରି ନିକଟତର ହୋଇଛନ୍ତି। ଏକ ରିପୋର୍ଟରେ ଦାବି କରାଯାଇଛି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ କେତେ ଗୁଡିଏ ଆଇନଗତ ସମସ୍ୟା ମଧ୍ୟରେ ତାଙ୍କ ରାଷ୍ଟ୍ରପତି ଅଭିଯାନର ଆରମ୍ଭ କରିବାକୁ ଯାଉଛନ୍ତି, ଆଉ ଏହାପରେ ମେଲାନିଆ ଏବେ ଏହି ଅଭିଯାନ ସହ ସମ୍ପୂର୍ଣ୍ଣ ଭାବେ ଯୋଡି ହୋଇ ଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଝିଅ ଇଭାଙ୍କା ଟ୍ରମ୍ଫ ଚର୍ଚ୍ଚାକୁ ଆସିବା ପରେ ମେଲାନିଆ ଟ୍ରମ୍ଫ ପୁଣିଥରେ ଫାଷ୍ଟ ଲେଡି ଭାବେ କାମ କରିବାକୁ ଚାହୁଁଛନ୍ତି। ଏକ ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ଫ ବି ମେଲାନିଆଙ୍କ ସହ ଖୁବ ଖୁସିଥିବା ନଜର ଆସିଛନ୍ତି। ଏମିତି ଲାଗୁଛି ଯେମିତି ପୂର୍ବାପେକ୍ଷା ଟ୍ରମ୍ପ ମେଲାନିଆଙ୍କ ସହ ଅଧିକ ଭଲ ଅନୁଭବ କରୁଛନ୍ତି।
ପେଜ ସିକ୍ସର ରିପୋର୍ଟ ଅନୁଯାୟୀ, ଅନୁମାନ କରାଯାଉଛି କି ପୂର୍ବଥର ପରି ଏଥର ବି ମେଲାନିଆ ଟ୍ରମ୍ଫ ରାଷ୍ଟ୍ରପତି ନିର୍ବାଚନ ଅଭିଯାନରେ ଡୋନାଲ୍ଡ ଟ୍ରମ୍ଫଙ୍କ ସହ ନଜର ଆସିପାରନ୍ତି। ଚଳିତ ସପ୍ତାହ ଆରମ୍ଭରେ ମେଲାନିଆ ଟ୍ରମ୍ଫ ଫକ୍ସ ନ୍ୟୁଜକୁ କହିଥିଲେ କି ଯଦି ସେ ଦ୍ୱିତୀୟଥର ଲାଗି ଫେରିବେ ତେବେ ପିଲାଙ୍କ ଶିଖିବା, ବଢିବା ଓ ଖେଳିବା ପାଇଁ ଏକ ସୁରକ୍ଷିତ ସ୍ଥାନ ନିର୍ମାଣ କରିବା ଉପରେ ଧ୍ୟାନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri