ଆଶା, ନିରାଶା ଆଣିଲା ସୁପ୍ରିମକୋର୍ଟଙ୍କ ରାୟ

ପୁରୀ ଅଫିସ, ୯ା୫: ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା କରାଯିବା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୧୮ ଜୁନ୍‌ରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରେ ରତ୍ନଭଣ୍ଡାର ଚାବି ହଜିବା, ରତ୍ନ ଅଳଙ୍କାର ଗଣତି ଓ ରତ୍ନଭଣ୍ଡାର ଖୋଲାଯିବା ପ୍ରଭୃତି ଆବେଦନ ନେଇ ଅନ୍ୟ କେତେଜଣ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରାୟ ୫ବର୍ଷ ଧରି ବିଚାର ଚାଲିବା ପରେ ଶେଷରେ ସୋମବାର ସୁପ୍ରିମକୋର୍ଟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ମାମଲାକୁ ବନ୍ଦ କରିଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କେହି ଏହି ନିର୍ଦ୍ଦେଶକୁ ଠିକ୍‌ ଭାବେ ଅନୁପାଳନ କରାଯାଇନାହିଁ ବୋଲି ଭାବୁଥାଆନ୍ତି, ତାହାଲେ ସେ ଏ ସମ୍ବନ୍ଧରେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିପାରିବେ। ଏଥିସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତାହାକୁ ତଦାରଖ କରିବା ଲାଗି ସର୍ବୋଚ୍ଚ ଅଦାଲତ ଓଡ଼ିଶା ହାଇକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏହି ରାୟ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୂର୍ବତନ ନଗରପାଳ ତଥା ଶ୍ରୀମନ୍ଦିର ଭିତର ଘଣ୍ଟୁଆ ନିଯୋଗ ସଭାପତି ଗୌରହରି ପ୍ରଧାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ। ଆଗକୁ ଓଡ଼ିଶା ହାଇକୋର୍ଟରେ ଏ ସଂକ୍ରାନ୍ତ ମାମଲାର ବିଚାର କରାଯିବ। ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି, ଭକ୍ତଙ୍କ ନିମନ୍ତେ ଧର୍ମଶାଳା ନିର୍ମାଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରାଯାଇଛି। ତେବେ ସୁପ୍ରିମକୋର୍ଟ ଧର୍ମୀୟ ପ୍ରସଙ୍ଗ, ବଂଶାନୁକ୍ରମିକ ସେବା ହେଉ ଅବା ଅନ୍ୟ ବ୍ୟବସ୍ଥା ଉପରେ ହସ୍ତକ୍ଷେପ କରିନାହାନ୍ତି। ଯାହା ନିଷ୍ପତ୍ତି ଦେଇଛନ୍ତି ତାହା ମହାପ୍ରଭୁଙ୍କ କୃପା। ମହାପ୍ରଭୁ ଶ୍ରୀଜଗନ୍ନାଥ ନ ଚାହିଁଥିଲେ ଏପରି ରାୟ ଆସି ନ ଥାନ୍ତା। ସବୁ ମହାପ୍ରଭୁଙ୍କ ଇଚ୍ଛାରୁ ହୋଇଛି ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି। ସେହିପରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ମାମଲା ଓଡ଼ିଶା ହାଇକୋର୍ଟକୁ ଆସୁଥିବାରୁ ଶୁଭ ସଙ୍କେତ। ଓଡ଼ିିଶା ହାଇକୋର୍ଟରେ ଏହି ମାମଲାର ବିଚାର ହେଲେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇପାରିବ। ସୁପ୍ରିମକୋର୍ଟ ଏହି ମାମଲାର ବିଚାର ପାଇଁ ଓଡ଼ିିଶା ହାଇକୋର୍ଟଙ୍କୁ ଆଦେଶ ଦେଇଥିବା ସ୍ବାଗତଯୋଗ୍ୟ। ଆଗକୁ ସମସ୍ତେ ହାଇକୋର୍ଟରେ ପକ୍ଷ ହେବୁ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଏହି ମାମଲାରେ ସୁପ୍ରିମକୋର୍ଟ ଏତେଶୀଘ୍ର ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି ଭକ୍ତମାନେ ଆଶା କରି ନ ଥିଲେ। ଏହା ଲକ୍ଷ ଲକ୍ଷ ଜଗନାଥପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି। ଆବେଦନକାରୀ ମୃଣାଳିନୀ ପାଢ଼ୀ ତାଙ୍କ ପିଟିଶନ୍‌ରେ ରତ୍ନଭଣ୍ଡାର ଚାବି ହଜିବା ନେଇ ତଦନ୍ତ, ଅଳଙ୍କାର ଗଣତି କରିବା ପାଇଁ ଅନୁରୋଧ କରିଥିଲେ। ଯଦି କୋର୍ଟ ଚାବି ହଜିବା ନେଇ ତଦନ୍ତ ଏବଂ ଅଳଙ୍କାର ଗଣତି ପାଇଁ ଅନୁମତି ଦେଇଥାନ୍ତେ ତାହାଲେ ରାଜ୍ୟ ସରକାରଙ୍କ ପ୍ରକୃତ ମୁଖା ଖୋଲିପାରିଥାନ୍ତା। ବାସ୍ତବରେ ଚାବି ହଜିଥିଲା କି ନାହିଁ ଏବଂ ଭିତର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ଲୋକଲୋଚନକୁ ଆସିପାରିଥାନ୍ତା। ମାତ୍ର ବର୍ତ୍ତମାନ ସମସ୍ତ ଘଟଣା ଅନ୍ଧାର ମଧ୍ୟରେ ରହିଗଲା। ଆଗାମୀ ଦିନରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା। ଯଦି ହାଇକୋର୍ଟ ଚାବି ହଜିବା ରିପୋର୍ଟ ସାର୍ବଜନୀନ ଏବଂ ଅଳଙ୍କାର ଗଣତି ନେଇ ନିର୍ଦ୍ଦେଶ ଦିଅନ୍ତି ତେବେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିପାରିବ। ତେବେ ସେ ଗତ ଏପ୍ରିଲରେ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ, ଅଳଙ୍କାର ଗଣତିମଣତି ଏବଂ ରତ୍ନଭଣ୍ଡାର ମରାମତି ନେଇ ଗୋଟିଏ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏଥିମଧ୍ୟରୁ ରିପୋର୍ଟ ସାର୍ବଜନୀନ ମାମଲାକୁ କୋର୍ଟ ଗ୍ରହଣ କରିଛନ୍ତି। ଅନ୍ୟ ଦୁଇଟି ମାମଲାକୁ ଯଦି ହାଇକୋର୍ଟ ଗ୍ରହଣ କରନ୍ତି ତେବେ ଆଗାମୀ ଦିନରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri