ଚିଲିକାକୁ ଉଜାଡ଼ୁଛି ଚିଙ୍ଗୁଡ଼ି ଲୋଭ

ଖୋର୍ଦ୍ଧା ଅଫିସ୍‌,୯।୫(ପ୍ରଭାତ ପାଣିଗ୍ରାହୀ): ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ସମାଗମ ସାଙ୍ଗକୁ ଚିଲିକାର ନୈସର୍ଗିକ ପରିବେଶ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ହେଲେ ଜବରଦଖଲ ଏବଂ ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁ ଏଠାକାର ଜୈବବିବିଧତା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ୨୦୨୨ ଅକ୍ଟୋବରରେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମିର ପରିବେଶ ସଂରକ୍ଷଣ ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରି ମୁକ୍ତ ଲାଗି ଆକାଶମାର୍ଗରୁ ଯାଞ୍ଚ ଓ ତଦାରଖ ପାଇଁ ଡ୍ରୋନ୍‌ ଟେକ୍ନୋଲୋଜିକୁ ଆପଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ୍ରୋନ୍‌ ସର୍ଭେଲାନ୍ସ ଦ୍ୱାରା ଚିଙ୍ଗୁଡ଼ି ଘେରି ସହ ଜଡ଼ିତ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ବୋଲି ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଡ୍ରୋନ୍‌ ନିରୀକ୍ଷଣ ପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବାରୁ ଏଥିନିମନ୍ତେ ଅଧିକ ପାଣ୍ଠି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇବେ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସେତେବେଳେ କହିଥିଲେ।

ମତ୍ସ୍ୟଜୀବୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ସୁକାନ୍ତ ଦଳେଇ ଚିଲିକାରେ ଚାଲିଥିବା ବେଆଇନ ଚିଙ୍ଗୁଡି ଘେରି ଉପରେ ଏକ ଭିଡିଓ କ୍ଲିପ୍‌ ହାଇକୋର୍ଟଙ୍କୁ ଦେଖାଇଥିଲେ। କୃଷ୍ଣପ୍ରସାଦ ତହସିଲ ଅଧୀନରେ ଥିବା ୨ ହଜାର ଏକରରୁ ଅଧିକ ଅଞ୍ଚଳରେ କିପରି ଭାବେ ବେଆଇନ ଘେରି ପୁନର୍ବାର ଗଢ଼ିଉଠିଛି ଏବଂ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ନେଇ ଅବଗତ କରାଇଥିଲେ। ଏପରି କି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଭର୍ଚୁଆଲ୍‌ ଶୁଣାଣିରେ ଭାଗ ନେଇ ସିଡିଏ ଟିମ୍‌ କ୍ରମାଗତ ଭାବେ ଏହା ଉପରେ ନଜର ରଖିବ। ଏପରି କି ପୁନଃ ଯେପରି ବେଆଇନ ଘେରି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଏହାର ଶୁଣାଣି କରି ବେଆଇନ ଭାବେ ଚାଲିଥିବା ଘେରି ଉଚ୍ଛେଦ ଏବଂ ଆର୍ଦ୍ରଭୂମିର ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ ଲାଗି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ଆରକ୍ଷୀ ଅଧୀକ୍ଷକ(ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଦ୍ୟାବଧି ସେପରି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବାରୁ ପରିବେଶବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଚିଲିକା ହ୍ରଦକୁ ରାମ୍‌ସାର୍‌ ସାଇଟ୍‌ ମାନ୍ୟତା ମିଳିବା ପରେ ତାହାକୁ ଘେରିମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇକୋର୍ଟ ମଧ୍ୟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ସକାଶେ ଆଦେଶ ଦେଇଥିଲେ। ତେବେ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍‌ଭାବେ କାର୍ଯ୍ୟକାରୀ କରୁ ନ ଥିବା ଅଭିଯୋଗ ହେଉଛି। ଏବେ ବି ଚିଲିକାରେ ଶହ ଶହ ଏକର ବେଆଇନ ଚିଙ୍ଗୁଡ଼ିଘେରି ରହିଛି। ଚଳିତ ବର୍ଷ ଜାନୁୟାରୀରେ ଚିଲିକାରେ ପକ୍ଷୀ ଗଣନା ଚାଲିଥିବାବେଳେ ସାତପଡ଼ା ରେଞ୍ଜ୍‌ ଅଞ୍ଚଳରେ ଗଣନାକାରୀ ଟିମ୍‌ ଏକ ଚିଙ୍ଗୁଡିଘେରି ଦେଖିବାକୁ ପାଇଥିଲେ। ଘେରି ଜାଲରେ ପାଣିକୁଆ ସମେତ ଅନ୍ୟାନ୍ୟ ପକ୍ଷୀ ଫସି ରହିଥିଲେ। ସେହିପରି ଅନ୍ୟ ଏକ ଟିମ୍‌ ପକ୍ଷୀ ଗଣନା କରୁଥିବା ବେଳେ ମାଣିକପାଟଣା ନିକଟରେ ଏକ ଚିଙ୍ଗୁଡିଘେରି ଭିତରେ ପାଣିକୁଆ ମାଛ ଖାଇବା ଆଶାରେ ପଶିଯିବା ପରେ ଆଉ ବାହାରି ନ ପାରି ଜାଲରେ ଛନ୍ଦି ହୋଇଯାଇଥିଲା। ପରେ ଟିମ୍‌ ସଦସ୍ୟ ପାଣିକୁଆକୁ ଉଦ୍ଧାର କରିଥିଲେ। ତେବେ ଚିଲିକାରେ ଏହା ନୂଆ କଥା ନୁହଁ। ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ପକ୍ଷୀ ବର୍ଷସାରା ରହୁଛନ୍ତି। ଖାଦ୍ୟ ଅନ୍ବେଷଣ ବେଳେ ଜାଲରେ ଫସି ପ୍ରାଣ ହରାଉଥିବା ଜଣାପଡ଼ିଛି। ଚିଲିକା ହ୍ରଦର ସାତପଡ଼ା ଅଞ୍ଚଳ ଇରାୱାଡ଼ି ଡଲ୍‌ଫିନ ପାଇଁ ଜଣାଶୁଣା। ଯଦିଓ ଚିଲିକାରେ ଡଲ୍‌ଫିନ ରହିବା ପାଇଁ ସ୍ଥାନାଭାବ ନାହିଁ, ତେବେ ସିଡିଏ, ବନ ବିଭାଗର ଉଦାସୀନତା, ଦ୍ରୁତଗତିରେ ମାତ୍ରାଧିକ ଡଙ୍ଗା ଚଳପ୍ରଚଳ ଏବଂ ଘେରି ପାଇଁ ଡଲ୍‌ଫିନ୍‌ର ବାସସ୍ଥାନ ବିଶେଷ ଭାବେ ପ୍ରଭାବିତ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲାର ଟାଙ୍ଗୀ, ଚିଲିକା, ପୁରୀ ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ହେଲେ ବେଆଇନ ଘେରି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଯେତିକି ଉଚ୍ଛେଦ ହେଉଛି ପୁଣି ସେତିକି ଧୀରେ ଧୀରେ ବଢ଼ିଚାଲିଥିବା ଦେଖିବାକୁ ମିଳୁଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଏଥିଯୋଗୁ ଚିଲିକା ଧୀରେ ଧୀରେ ଅସ୍ତିତ୍ୱ ହରାଇବା ଆଶଙ୍କା ପ୍ରକାଶ ପାଉଛି।
ସେମାନେ ଯାହା କହନ୍ତି…
– ତିନିଦଶନ୍ଧି ଧରି ଚିଲିକା ଘେରିମୁକ୍ତ ଲାଗି ଚାଲିଥିବା ପ୍ରକ୍ରିୟା ଏବେ ବି ଜାରି ରହିଛି। ତେବେ ସବୁ ଚେଷ୍ଟା ସତ୍ତ୍ୱେ ଚିଲିକା ଘେରିମୁକ୍ତ ହୋଇପାରୁନାହିଁ। କାହା ଇଙ୍ଗିତ, ଛତ୍ରଛାୟା ତଳେ ଏସବୁ ଚାଲିଛି ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହେଉଛି। ବେଆଇନ ଚିଙ୍ଗୁଡ଼ି ଘେରି, ନଳଘାସ, ରାଜଦଳ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଯେଉଁମାନେ ଚିଲିକାରେ ବିପଦ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।
– ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ
– ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରାଯାଇଛି। ଚିଲିକାରେ କେହି ଘେରି କଲେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଚିଲିକା ତହସିଲଦାର କେତେଜଣ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଏଥିସହିତ ଚିଲିକାରେ ପାଟ୍ରୋଲିଂ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି। ଏଥିଲାଗି ଜନସାଧାରଣ ସହଯୋଗର ହାତ ବଢାଇବା ଉଚିତ।
– ଦୀପ୍ତିରଞ୍ଜନ ସେଠୀ, ଖୋର୍ଦ୍ଧା ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri