Posted inଜାତୀୟ

କର୍ନାଟକ ନିର୍ବାଚନ: କାହା ସମର୍ଥନରେ ଏମ୍‌ଏନ୍‌ଏସ୍‌, ରାଜ ଠାକରେ କହିଲେ…

ବେଙ୍ଗାଲୁରୁ,୮।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି,  ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ତେବେ ପ୍ରଥମ ଥର ଉକ୍ତ ନିର୍ବାଚନରେ ମରାଠୀ ପ୍ରସଙ୍ଗକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ଦଳ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ମହାରାଷ୍ଟ୍ର ଏକୀକରଣ ସମିତି(ଏମ୍‌ଇଏସ୍‌)କୁ ଉଭୟ ଦଳ ସମର୍ଥନ କରଥିବା ଜଣାପଡ଼ିଛି। ସୋମବାର ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଏକ ଟୁଇଟ କରି ଲୋକଙ୍କୁ ଏମ୍‌ଇଏସ୍‌ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କର୍ନାଟକ ବିଧାନସଭା ନିର୍ବାଚନ ଆସନ୍ତା ୧୦ରେ ହେବାକୁ ଯାଉଛି। ମହାରାଷ୍ଟ୍ର ଏକୀକରଣ କମିଟିର ପ୍ରାର୍ଥୀଙ୍କୁ ଏକଜୁଟ ହୋଇ ମତଦାନ କରିବାକୁ ସୀମାନ୍ତ ଅଞ୍ଚଳର ମରାଠୀ ଭାଇ ଓ ଭଉଣୀମାନଙ୍କୁ ରାଜ ଠାକରେ ନିବେଦନ କରିଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ଅନ୍ୟ ଦଳର ପ୍ରାର୍ଥୀମାନେ ମରାଠୀ ହୋଇପାରନ୍ତି, କିନ୍ତୁ ନିର୍ବାଚିତ ହେବା ପରେ ସେମାନେ ମରାଠୀ ଭାଷାର ସ୍ବର ଚପାଇବା ସହ ସୀମାବର୍ତ୍ତୀ ଅଞ୍ଚଳରେ ମରାଠୀବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଧାନସଭାରେ ମୁହଁ ଖୋଲିବେ ନାହିଁ। ସେ ଆହୁରି କହିଛନ୍ତି, ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ, ନିଜେ ନିଜ ରାଜ୍ୟର ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବା ଉଚିତ୍‌। ବହୁ ପିଢ଼ି ଧରି ସୀମାନ୍ତ ଅଞ୍ଚଳରେ ରହୁଥିବା ଭାଇମାନେ ଏଠାରେ କନ୍ନଡ ଭାଷା ଏବଂ ସଂସ୍କୃତିକୁ ସମ୍ମାନ ଦେଇଛନ୍ତି। ତଥାପି ଯଦି ସେଠାକାର ସରକାର ମରାଠୀ ଲୋକଙ୍କୁ ହଇରାଣ କରନ୍ତି କିମ୍ବା ମରାଠୀ ଭାଷାର ସ୍ବର ଚପାଇବାକୁ ଚେଷ୍ଟା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri