ଜଳବାୟୁ ସହ ସମନ୍ବିତ ବିକାଶକୁ ଗୁରୁତ୍ୱ

ରାଉରକେଲା ଅଫିସ,୮।୫:ରାଉରକେଲା ବନଖଣ୍ଡ ଅଫିସ ସମ୍ମିଳନୀ କକ୍ଷରେ ରବିବାର ଜୈବ ଅର୍ଥନୀତି ସମ୍ପର୍କିତ ତ୍ରିଦିବସୀୟ ଜାତୀୟସ୍ତରର ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ କେସି ଫାଉଣ୍ଡେଶନ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ ଓ ରାଉରକେଲା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି। କାର୍ଯ୍ୟକ୍ରମରେ ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ରାଓ କହିଥିଲେ, ସାମ୍ପ୍ରତିକ ଜଳବାୟୁ ସ୍ଥିତିରେ ଜୈବ ଅର୍ଥନୀତି ସମ୍ପର୍କରେ ଏହି ଆଲୋଚନାଚକ୍ର ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଜଳବାୟୁ ସହ ଖାପ ଖୁଆଇ ବିକାଶ ପ୍ରକ୍ରିୟା ଆଗେଇବାକୁ ହେବ। କାର୍ବନ ନିର୍ଗମନକୁ ନିୟନ୍ତ୍ରଣ କରିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ପରିବେଶ ଆଦିର ବିକାଶ କରିବାକୁ ହେବ। ଏଭଳି ହେଲେ ଗ୍ରାମୀଣ ତଥା ଜୈବ ଅର୍ଥନୀତିକୁ ଆମେ ସୁଦୃଢ କରିପାରିବା। ଏଥିପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରି ଯତ୍ନ ନେବା ଜରୁରୀ ବୋଲି ମୁଖ୍ୟ ଅତିଥି ରାଉ ମତ ଦେଇଥିଲେ।
ଆଇସିଏଆର-ଏଆଇଏଆର୍‌ଆଇ ଝାଡଖଣ୍ଡର ଓଏସ୍‌ଡି ଡାକ୍ତର ବିଶାଳ ନାଥ, ଡାମିନ୍ସର ନିର୍ଦ୍ଦେଶକ ଡାକ୍ତର ଯତୀନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସିଇଏସସିଆରଏର ଅଧ୍ୟକ୍ଷ ତଥା କେସି ଫାଉଣ୍ଡେଶନର ଚେୟାରମ୍ୟାନ ଡା. ୟୁ. କେ. ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚନାଚକ୍ର ଆୟୋଜନ କମିଟି ଅଧ୍ୟକ୍ଷ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡାକ୍ତର ଅରୁଣ କୁମାର ମିଶ୍ର ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କ ଅର୍ଥନୈତିକ ଉନ୍ନତି ପାଇଁ ବିକଳ୍ପ ବ୍ୟବସ୍ଥା ଆବଶ୍ୟକ ବୋଲି କହିଥିଲେ। ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଡଃ ବିଶାଳ ନାଥ ଅଧ୍ୟକ୍ଷତା କରିଥିବା ବେଲେ ଡଃ ଏମ୍‌. ଏସ୍‌. ବେହେରା ମୁଖ୍ୟ ଆଲୋଚକ ଭାବେ ମଞ୍ଚାସୀନ ଥିଲେ। ଡା. ୟୁ. କେ. ବେହେରା ଓ କେନ୍ଦୁଝର ଡିଏଫ୍‌ଓ ଧନରାଜ ଈଶ୍ୱର ଚନ୍ଦ୍ର ସ୍ମାରକୀ ଉପରେ ବକ୍ତୃତା ଦେଇ ଗ୍ରାମୀଣ ଜୈବ ଉଦ୍ୟୋଗ ଓ ଜୈବ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡ କେବିକେର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ ଲକ୍ଷ୍ମୀପ୍ରିୟା ପ୍ରଧାନ, ମାନସୀ ଭୋଳ, ବଣେଇ ଡିଏଫ୍‌ଓ ଲଳିତ କୁମାର ପାତ୍ର, ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ ପ୍ରମୁଖ ଜଙ୍ଗଲ ସମ୍ପଦ, ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜୀବିକା ଏବଂ ଜୈବ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରରେ ବିଭିନ୍ନ ବନାଞ୍ଚଳର ରେଞ୍ଜ୍‌ ଅଫିସର, ଫରେଷ୍ଟର, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି, କୃଷିବିତ୍‌ ଏବଂ କୃଷକମାନେ ଯୋଗ ଦେଇଥିଲେ। ରାଉରକେଲା ଏସିଏଫ୍‌ ସୋମ୍ୟରଞ୍ଜନ ଗୋଛାୟତ, ରେଞ୍ଜ୍‌ ଅଫିସର ଜ୍ଞାନେନ୍ଦ୍ର ଲିମା, ଡେପୁଟି ରେଞ୍ଜର ଅସୀତ କୁମାର ପଟ୍ଟନାୟକ, ବିଶ୍ରା ରେଞ୍ଜ୍‌ ଅଫିସର ମାଣିକେଶ୍ୱରୀ ହାଁସଦା ପ୍ରମୁଖ ସହଯୋଗ କରିଥିଲେ। ଆଲୋଚନାଚକ୍ର ଆୟୋଜନ କମିଟିର କାର୍ଯ୍ୟକାରୀ ସମ୍ପାଦଜ ଅଜିତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। କୁଆଁରମୁଣ୍ଡା ରେଞ୍ଜର ସ୍ବାଧୀନତା ସାହାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri