ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ ଛାତ୍ର ଶୁକ୍ରବାର ସଂନ୍ଧ୍ୟାରୁ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଫଳରେ ବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଓ ଜିଲା ଅଧିକାରୀଙ୍କ କୌଣସି ନିଘା ନଥିବା ନେଇ ଏବେ ଚର୍ଚ୍ଚା ହେଉଛି ।

ଶୁକ୍ରବାର ଛାତ୍ର ନିଖୋଜ ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷ ଶନିବାର ଦାରିଙ୍ଗବାଡି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ନିଖୋଜ ଛାତ୍ରଙ୍କ ନାମ କିଶାନ ବେହେରା(୧୪ )ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ତେବେ ଛାତ୍ର ଜଣଙ୍କ ଛାତ୍ରାବାସରେ ରହୁଥିବା ବେଳେ ତାଙ୍କ ଘର ଫୁଲବାଣୀ ସଦର ଥାନା ସୁଦୃକୁମ୍ପା ଅଞ୍ଚଳର ଅର୍ଜୁନ ବେହେରାଙ୍କ ପୁଅ ବୋଲି ଜଣାପଡିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଖୋଜାଖୋଜି କରି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲେ ତେବେ ନିଖୋଜ ଛାତ୍ର ତାଙ୍କ ଘରକୁ ଯାଇନଥିବା କୁହାଯାଇଛି । ଛାତ୍ର ଜଣଙ୍କ କିଭଳି ଛାତ୍ରାବାସ ଛାଡି କୁଆଡେ ଚାଲିଗଲେ ବା କ’ଣ ତାଙ୍କ ସହ ଅଘଟଣ ଘଟିଛି ଛାତ୍ର ଜଣଙ୍କ ଏବେ କୋଉଠି ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ ।

ସେପଟେ ବିଦ୍ୟାଳୟରେ ସୁପରଟେଣ୍ଟେଣ୍ଡ ଙ୍କ ସମେତ ସିସିଏ (କୁକ କମ୍ ଆଟେଣ୍ଡାଣ୍ଟ )ପୋଷ୍ଟିଂ କରାଯାଇଥିଲେ ମଧ୍ୟ ଦାୟିତ୍ୱ ହୀନତା ଯୋଗୁଁ ଏବେ ଛାତ୍ରାବାସରେ ଓ ଉକ୍ତ ବିଦ୍ୟାଳୟରେ ବରମ୍ବାର ଅଘଟଣ ଘଟୁଛି । ଗତ ମାସରେ ଜଣେ ନବମ ଶ୍ରେଣୀ ଛାତ୍ର କାନ୍ଥ କଣା କରି ନିଶା ପାଇଁ ବାହାରକୁ ଯାଇ ନିଶାସକ୍ତ ଅବସ୍ଥାରେ ଛାତ୍ରାବାସ କୁ ଫେରିଥିବାରୁ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସରୁ ବହିଷ୍କାର କରିଦେଇଥିଲେ । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ଜିଲାପ୍ରଶାସନ କୌଣସି ତଦନ୍ତ କରି ନଥିବା ବେଳେ ସରସ୍ବତୀ ପୂଜା ଦିନ ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଇନଥିବାରୁ ଶତାଧିକ ଛାତ୍ରୀଛାତ୍ର ଭୋକରେ ଘରକୁ ଫେରିଥିଲେ । ଏହାରି ଭିତରେ ପୁଣି ନବମ ଶ୍ରେଣୀ ଛାତ୍ର ନିଖୋଜ ଘଟଣାରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ବିଭାଗର ଜିଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ ଏହାକୁ ସ୍ୱିକାର କରିବା ସହ ଯେଉଁ ଛାତ୍ର ଏବେ ନିଖୋଜ ରହିଛନ୍ତି ସେ ପୁର୍ବରୁ ମଧ୍ୟ ହଷ୍ଟେଲ ଛାଡି ପଳାଇଥିବା ନଜିର ରହିଛି । ଏବେ ଆମେ ଉକ୍ତ ଛାତ୍ରଙ୍କୁ ଖୋଜୁଛୁ ଶୀଘ୍ର ସେ ଧରାପଡ଼ିବେ ଓ ତାଙ୍କ ପରିବାର ଲୋକ ସହ ଯୋଗାଯୋଗ ରେ ରହିଛୁ ବୋଲି କହିଛନ୍ତି । ସେହିପରି ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ସୁଧାର ଆଣିବାକୁ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ ଙ୍କୁ ନିର୍ଦ୍ଦେଶ ଦେବି ବୋଲି କହିଛନ୍ତି । ବିଦ୍ୟାଳୟର ଅବ୍ୟବସ୍ଥା ଓ ଛାତ୍ର ନିଖୋଜ ପରେ ଅଭିଭାବକ ମହଲରେ ଚିନ୍ତା ବଢିବାରେ ଲାଗିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?