ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା। ୟୁକ୍ରେନ୍‌ରେ ମସ୍କୋ ଲଗାତର ଆକ୍ରମଣ କରିବା ସହ ମାନବାଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଥିଲା। ଅନ୍ତର୍ଜାତୀୟ ଆଇନର ଏଭଳି ଉଲ୍ଲଂଘନକୁ ଆତଙ୍କବାଦ ବୋଲି ଦର୍ଶାଯାଇଥିବା ବେଳେ ବାରମ୍ବାର ଆମେରିକା ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ ଏବଂ ଗୋଟିଏ ପରେ ଗୋଟିଏ ଆତଙ୍କ ସୃଷ୍ଟି କରୁଥିବା କେବେ ବି ୟୁରୋପୀୟ ସଂଘ କିମ୍ବା ପାର୍ଲାମେଣ୍ଟର ଆଖିକୁ ଦେଖାଯାଉ ନାହିଁ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୋଗୀର ବାହ୍ୟ ଲକ୍ଷଣ ଉପରେ ଯେତେ ଗୁରୁତ୍ୱ ଦିଅନ୍ତି, ରୋଗର କାରଣ ପ୍ରତି ସେତେ ଗୁରୁତ୍ୱ ଦିଅନ୍ତି ନାହିଁ। ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ସ୍ଥିତିକୁ ଯୋଜନାବଦ୍ଧ ଭାବେ ଜାରି ରଖିବେ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଦୃଢ଼ ପ୍ରତିଜ୍ଞାବଦ୍ଧ ଥିବା ବେଳେ ଆମେରିକା ନେତୃତ୍ୱାଧୀନ ନାଟୋ ମେଣ୍ଟ ବିପକ୍ଷ ଯୋଜନାରେ ଲାଗି ରହୁଥିବାରୁ ଯୁଦ୍ଧ ବନ୍ଦ ହେଉ ନାହିଁ। ଦୀର୍ଘ ୨୦ ବର୍ଷ ମଧ୍ୟରେ ବିଶ୍ୱରେ ଯେତେଗୁଡ଼ିଏ ଯୁଦ୍ଧ ଆତଙ୍କ ସୃଷ୍ଟି ହୋଇଛି, ସେଥିରେ ଆମେରିକାର ପ୍ରତ୍ୟକ୍ଷ ହାତ ଯେ ନାହିଁ, ତାହା କହିବା ନିଷ୍ପ୍ରୟୋଜନ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି କାର୍ଯ୍ୟ କରୁଥିବା କଥା କହିଚାଲିଥିବା ବେଳେ ସେ ଗୋଟିଏ ପରେ ଗୋଟିଏ ଯୁଦ୍ଧର ଆତଙ୍କ ଖେଳାଇ ଚାଲିଛନ୍ତି। ଏବେ ଭେନେଜୁଆଲା ଉପରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶ୍ୱରେ ପୁଣି ଆତଙ୍କ ସୃଷ୍ଟି କରିଛି।
ତେବେ ରୁଷିଆ ନିକଟରେ ଆମେରିକା ସହିତ ଥିବା ପରମାଣୁ ଚୁକ୍ତିକୁ ରଦ୍ଦ କରିଦେଇଛି। ଆମେରିକା ସହ ପ୍ରମୁଖ ପରମାଣୁ ଅସ୍ତ୍ରଚୁକ୍ତିରେ ରୁଷିଆର ଅଂଶ ଗ୍ରହଣ ପ୍ରକ୍ରିୟା ରଦ୍ଦ ହୋଇଯାଇଛି, ଯାହା ବିଶ୍ୱ ପାଇଁ ଆଶଙ୍କା ଆଣିଦେଇଛି। ୨୦୧୦ରେ ରୁଷଆ ଆମେରିକା ସହ ପରମାଣୁ ଚୁକ୍ତିରେ ସ୍ବାକ୍ଷର କରିଥିଲା। ପୁଣି ୨୦୨୧ରେ ଆଉ ୫ ବର୍ଷ ପାଇଁ ବୃଦ୍ଧି ହୋଇଥିଲା। ଏହାକୁ ନ୍ୟୁ ଷ୍ଟାର୍ଟ ଟ୍ରିଟି କୁହାଯାଇଥିଲା। ଏଭଳି କରିବା ଦ୍ୱାରା ରୁଷିଆ ରାଷ୍ଟ୍ରପତି ୟୁକ୍ରେନ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ବାରମ୍ବାର ଦେଇ ଚାଲିଛି। ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ଏକ ନିର୍ଣ୍ଣାୟକ ସ୍ଥିତିକୁ ନ ଆସି ଯେଉଁଭଳି ପଦକ୍ଷେପ ନେଉଛନ୍ତି ତାହା ଯୁଦ୍ଧର ଗତିକୁ ବଢ଼ାଇ ଚାଲିଛି । ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆ ବିରୋଧରେ କୌଣସି ପଦକ୍ଷେପ ନେବା ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷମତା ନଥିବା ବେଳେ ଆତଙ୍କବାଦୀ ଘୋଷଣା କେବଳ ହାସ୍ୟାସ୍ପଦ ବୋଲି କୁହାଯାଇପାରେ। ରୁଷିଆକୁ ଯୁଦ୍ଧ ଅପରାଧ ଏବଂ ୟୁକ୍ରେନ୍‌ ଯୁଦ୍ଧ ପାଇଁ ଦଣ୍ଡିତ କରାଯିବାକୁ କ୍ୱାର୍ଡ ରାଷ୍ଟ୍ରର ନେତାମାନେ ମିଳିତ ଭାବେ ମତ ରଖିଥିଲେ। କିନ୍ତୁ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ରଷିଆର ଧମକକୁ ଅଗ୍ରହଣୀୟ କହିଥିଲେ ମଧ୍ୟ ଏହାର ନିରାକରଣ ପାଇଁ ଏମାନେ କୌଣସି ସୂତ୍ର ବାହାର କରିପାରିନାହାନ୍ତି। ରୁଷିଆ ଆଣବିକ ଚୁକ୍ତିକୁ ବାତିଲ କଲା ପରେ ଆମେରିକା ଓ କ୍ୱାର୍ଡ ରାଷ୍ଟ୍ର ସମୂହ ବିଚାରବିମର୍ଶ କରି ଏହାର ନିରାକରଣ ପନ୍ଥା ଦର୍ଶାଇବା ଉଚିତ ଥିଲା। ୟୁରୋପୀୟ ରାଷ୍ଟ୍ରସମୂହ ରୁଷିଆ ସହିତ ଆଲୋଚନା କରି ପରମାଣୁ ଚୁକ୍ତିକୁ କାଏମ ରଖିବା ଆବଶ୍ୟକ ଥିଲା। ଏହା ନ ହେବାରୁ ରୁଷିଆ ତାହାର ଆବଶ୍ୟକତା ଦର୍ଶାଇ ପରମାଣୁ କାର୍ଯ୍ୟକ୍ରମ ଚଳାଇବାକୁ ଘୋଷଣା କରିସାରିଲାଣି। ଜି-୨୦ ବୈଠକରେ ଭାରତର ପ୍ରତିନିଧି ଜୟଶଙ୍କର ଯୁଦ୍ଧ ବନ୍ଦ ପାଇଁ ବୈଶ୍ୱିକ ସହମତି ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ସହମତି ପାଇଁ ଜି-୨୦ ରାଷ୍ଟ୍ରସମୂହ ଆଗ୍ରହର ସହିତ କିଛି କାର୍ଯ୍ୟକ୍ରମ ହାତକୁ ନେଲେନାହିଁ। ଏଥିରୁ ଜଣାପଡ଼େ, ଜି-୨୦ ସହମତି କ୍ଷେତ୍ରରେ ପଛଘୁଞ୍ଚା ଦେଉଛନ୍ତି।
ଅନ୍ତଃରାଷ୍ଠ୍ରୀୟ ସ୍ତରରେ ଯେତେବେଳେ ଆତଙ୍କବାଦ ବୃଦ୍ଧି ପାଇ ଦେଶଗୁଡ଼ିକୁ ପ୍ରଭାବିତ କଲା, ସେତେବେଳେ ସବୁ ରାଷ୍ଟ୍ର ଏକଜୁଟ ହେଲେ ସତ; କିନ୍ତୁ ଆତଙ୍କବାଦ ନିରୋଧ କ୍ଷେତ୍ରରେ ସହମତି ହେବା ନେଇ ଦ୍ୱନ୍ଦ୍ୱ ଦେଖାଦେଲା। ସେହିଦିନରୁ ଏଯାବତ୍‌ ଆତଙ୍କବାଦ ତିଷ୍ଠି ରହିଛି। କ୍ଷତାକ୍ତ ଓ ରକ୍ତାକ୍ତ ହୋଇ ସାରିଲା ପରେ ବି ୟୁରୋପୀୟ ରାଷ୍ଟ୍ର ସଚେତନ ହୋଇ ପାରିନାହାନ୍ତି। ତେଣୁ ବାସ୍ତବରେ ଜି-୨୦ ରାଷ୍ଟ୍ର ସଂଘକୁ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭରସା କରାଯାଇନପାରେ। ଏବେ ଯୁଦ୍ଧ ଘଟଣା ନେଇ ରୁଷିଆ ବିରୋଧରେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ମିଳିତ ବିବୃତିରେ କହିଛନ୍ତି ଯେ, ରୁଷିଆ ୟୁକ୍ରେନ୍‌ରେ ଯେଉଁ ଅପରାଧ ଘଟାଇଛି, ଯଦି ଏହାକୁ ଦଣ୍ଡ ନ ମିଳେ, ତେବେ ଆକ୍ରମଣକାରୀ ସବୁଠି ଆକ୍ରମଣ କରିବେ ଏବଂ ବିନା ଦୋଷରେ ଖସିଯିବେ। ଏହା ଅବଶ୍ୟ ଯୁକ୍ତିଯୁକ୍ତ ମନେହୁଏ। କିନ୍ତୁ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ?
ୟୁରୋପୀୟ ପାର୍ଲାମେଣ୍ଟରେ ଗୃହୀତ ନିଷ୍ପତ୍ତିକୁ ୟୁକ୍ରେନ୍‌ ସ୍ବାଗତ କରି ଆଶା ପ୍ରକଟ କରିଛି ଯେ, ୟୁକ୍ରେନ୍‌ ସମେତ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାରର ନୀତି ଯୋଗୁ ରୁଷିଆକୁ ସବୁସ୍ତରରେ ଏକଘରକିଆ ଓ ଉତ୍ତରଦାୟୀ କରାଯିବା ଜରୁରୀ। ଏଭଳି ଏକ ପନ୍ଥା ଗ୍ରହଣ ନ କରି ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଯେଉଁ କଟକଣା ଜାରି ରଖିଛନ୍ତି, ତାହା ତାକୁ ପ୍ରଭାବିତ କରିପାରୁ ନାହିଁ। ବିଶ୍ୱସ୍ତରରେ ଏକ ସ୍ବଚ୍ଛ ଓ ନିର୍ଭୀକ ନୀତିକୁ ଗ୍ରହଣ ନ କଲେ ଯୁଦ୍ଧ ସମସ୍ୟା ସମାଧାନ ହୋଇପାରିିବ ନାହିଁ। ଏଭଳି କ୍ଷେତ୍ରରେ ଆମେରିକା ଦେଖୁଛି ବର୍ତ୍ତମାନ କ୍ୟୁବା, ଉତ୍ତରକୋରିଆ, ଇରାନ, ସିରିଆ ହେଉଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ। ୟୁରୋପୀୟ ଦେଶ ଲିଥୁଆନିଆ, ଲାଟ୍‌ଭିଆ, ଷ୍ଟୋନିଆ ଏବଂ ପୋଲାଣ୍ଡ ମଧ୍ୟ ରୁଷିଆକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ଭାବେ ଘୋଷଣା କରିସାରିଛି। ହେଲେ ଏହିସବୁ ଦେଶକୁ ଏ କ୍ଷେତ୍ରରୁ ନିବୃତ୍ତାଇବା ପାଇଁ କୌଣସି କର୍ତ୍ତୃତ୍ୱ ଜାରି କରିପାରୁନାହାନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଜି-୨୦ ତଥା ପାଶ୍ଚାତ୍ୟ ରାଷ୍ଟ୍ର ନିଜେ ହିଁ ସମସ୍ୟାକୁ ବଢ଼ାଇ ଚାଲିଛନ୍ତି। ସମାଧାନ କରିବାର ସାହସ ବା ନିର୍ଭୀକତା ଏମାନଙ୍କ ପାଖରେ ନାହିଁ। ଆମେରିକା ସ୍ପଷ୍ଟ ଓ ନିରପେକ୍ଷ ହୋଇପାରୁନାହିଁ।
ରୁଷିଆ ୫୦ ବର୍ଷ ଧରି ନିଜକୁ ଶକ୍ତିଶାଳୀ ରାଷ୍ଟ୍ର ଦର୍ଶାଇବାକୁ ଉଦ୍ୟମ କରିଆସୁଛି। ପୁଟିନ୍‌ଙ୍କ କ୍ରମାଗତ ବିଜୟ ତାଙ୍କ ମନରେ ଏକ ବିଶ୍ୱାସ ବି ସୃଷ୍ଟି କରିଛି। ତାଙ୍କ ଦେଶବାସୀ ତାଙ୍କୁ ପୁନର୍ବାର ବିଜୟୀ କରିଥିବା ଯୋଗୁ ନିଜର ପ୍ରତିପତ୍ତି କିପରି ଆମେରିକାକୁ ଅତିକ୍ରମ କରିବ, ସେଥିପାଇଁ ସେ ଆଶା ବାନ୍ଧିଛନ୍ତି। ବିଶ୍ୱରେ କିପରି ସୁପର ଦେଶ ହୋଇପାରିବ, ସେଥିପାଇଁ ସଂଗ୍ରାମ ସେ ଜାରି ରଖିଥିବା ମନେହୁଏ। ଏଇଭଳି ଲକ୍ଷ୍ୟ ପୋଷଣ କରିଥିଲା ଚାଇନା। ସେଥିରୁ ସେ ମଧ୍ୟ ଓହରି ନାହିଁ। ତେବେ ରୁଷିଆ ଆଗ ଚାଇନାକୁ ପରାହତ କରିବା ଆବଶ୍ୟକ। ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସ୍ଥାନ ନେବାକୁ ହେଲେ ଏସୀୟ ରାଷ୍ଟ୍ରଗୁଡ଼ିକ ରୁଷିଆର ବିଶ୍ୱାସଭାଜନ ହେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିଶ୍ୱବାସୀଙ୍କ ଚିନ୍ତାଧାରା ପ୍ରତି ରୁଷିଆ କିମ୍ବା ଆମେରିକା ସଚେତନ ହେବା ଜରୁରୀ। ରୁଷିଆ ଯଦି ଏବେ ଯୁଦ୍ଧ ରହିତ ମାନସିକତା ଗ୍ରହଣ କରିପାରନ୍ତା, ଚାଇନାର ଔଦ୍ଧତ୍ୟ ବିରୋଧରେ କୂଟନୀତି ପ୍ରୟୋଗ କରି ବିଶ୍ୱ ଶାନ୍ତି ଦିଗରେ ଅଗ୍ରସର ହୁଅନ୍ତା, ତେବେ ସର୍ବପ୍ରଥମେ ରୁଷିଆ ନିଜକୁ ଏକ ବିଶ୍ୱସ୍ତ ରାଷ୍ଟ୍ର ଭାବେ ପ୍ରତିପାଦିତ କରିପାରନ୍ତା। କିନ୍ତୁ ରୁଷିଆ ବେଳେବେଳେ ଆମେରିକାଠାରୁ ଭୟଙ୍କର ହୋଇଯାଉଛି। ଆମେରିକା ଓ ରୁଷିଆ ଅସ୍ତ୍ର ବେପାରକୁ ନେଇ ବିଶ୍ୱବାସୀଙ୍କୁ ଆତଙ୍କିତ କରି ଚାଲିଛନ୍ତି। ଏଥିରୁ ନିବୃତ୍ତ ନ ରହିଲେ, ଏମାନେ ବିଶ୍ୱବାସୀଙ୍କ ଆସ୍ଥା ଭାଜନ ହୋଇପାରିବେ ନାହିଁ।

ହରେକୃଷ୍ଣ ପଣ୍ଡା

– ସୟଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?