ଦରମା ଟଙ୍କା ଘରକୁ ପଠାଇଥିଲି

କେନ୍ଦୁଝର ଜିଲା ତେଲକୋଇ ନିକଟସ୍ଥ ନୂଆଗାଁରେ ମୋର ଜନ୍ମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍‌.ଏ ପଢିବା ସମୟରେ ରେଳବାଇ ବିଭାଗରେ ଜୁନିୟର୍‌ କ୍ଲର୍କ ପାଇଁ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ ୧୯୮୯ରେ ଚାକିରିରେ ଯୋଗଦେଲି। ପ୍ରଥମ ମାସ ୧୩୫୦ ଟଙ୍କା ଦରମା ମିଳିଲା; ଯେଉଁଥିରୁ ୫୦୦ଟଙ୍କା ଘରକୁ ପଠାଇଥିଲି। ତା’ପରେ କିଛି ଟଙ୍କାରେ ନିଜ ପାଇଁ ନୂଆ ଡ୍ରେସ୍‌ କିଣିଲି। ବଳିଥିବା ୩୦୦ ଟଙ୍କାକୁ ସଞ୍ଚୟ କରିଥିଲି ହାର୍‌ମୋନିୟମ୍‌ କିଣିବାକୁ। ପ୍ରାୟ ୬ ବର୍ଷ ଜୁନିୟର୍‌ କ୍ଲର୍କ ଭାବେ କାମ କରିବା ଭିତରେ ଇତିହାସରେ ଏମ୍‌.ଏ ସାଙ୍ଗକୁ ଏଲ୍‌.ଏଲ୍‌.ବି ପଢା ସାରି ଦେଇଥିଲି। ତା’ପରେ ଓ.ଏ.ଏସ୍‌ ପରୀକ୍ଷା ଦେଇ ସେଥିରେ ମଧ୍ୟ କୃତକାର୍ଯ୍ୟ ହେବାରୁ ୧୯୯୬ ମସିହା ଜୁଲାଇ ୧ରୁ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପାଖାପାଖି ୧୮ ମାସ ଟ୍ରେନିଂ ନେଲି। ଟ୍ରେନ୍‌ିଂ ସରିବା ପରେ ବଲାଙ୍ଗୀର କଲେକ୍ଟରେଟ୍‌ ଅଫିସ୍‌ରେ ଅଫିସର୍ସ ଇନ୍‌ଚାର୍ଚ୍ଚ (ଯାହାକୁ ଏବେ ଡେପୁଟି କଲେକ୍ଟର କୁହାଯାଉଛି)ଭାବେ ମୋତେ ନିଯୁକ୍ତି ମିଳିଲା। ୨/୩ ବର୍ଷ ସେଠାରେ କାମ କରିବା ପରେ ଜଗତସିଂହପୁରକୁ ଆଡିସନାଲ୍‌ ତହସିଲଦାର୍‌ ଭାବେ ମୋର ବଦଳି ହେଲା। ତା’ପରେ ତହସିଲ୍‌ଦାର୍‌ ଭାବେ ବି ସେଠାରେ ଦାୟିତ୍ୱ ନେଲି। ଏହାପରେ ବିଡିଓ ଭାବେ ବ୍ରହ୍ମଗିରି, ଜଗତ୍‌ସିଂହପୁର ଏବଂ ମୟୂରଭଞ୍ଜ ଜିଲାର ଶୁକୃଳିରେ କିଛିକିଛି ଦିନ ଦାୟିତ୍ୱରେ ରହିବା ପରେ ସବ୍‌-କଲେକ୍ଟର ହୋଇ ତିତିଲାଗଡ଼ ଗଲି। ତିତିଲାଗଡ଼ ସମେତ ଆଠମଲ୍ଲିକ ଓ ବାରିପଦାରେ ବି ସବ୍‌-କଲେକ୍ଟର ଭାବେ କିଛିକିଛି ଦିନ କାମ କଲି। ତା’ପରେ ମୟୂରଭଞ୍ଜରେ ଆଡିସନାଲ୍‌ ପ୍ରୋଜେକ୍ଟ ଡାଇରେକ୍ଟର, ଆଡମିନିଷ୍ଟ୍ରେଶନ୍‌, ଡିଆର୍‌ଡିଏରେ କିଛିଦିନ, ରେଢାଖୋଲରେ ପୁଣି ସବ୍‌-କଲେକ୍ଟର ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବେ କିଛିଦିନ ଦାୟିତ୍ୱରେ ରହିଲି। ଆଉ ଏବେ ମୁଁ ଓଡ଼ିଶା ରାଜ୍ୟ ପରିବହନ ନିଗମରେ ସାଧାରଣ ପରିଚାଳକ ପ୍ରଶାସନ ଭାବେ କାର୍ଯ୍ୟରତ ଅଛି। ଅବଶ୍ୟ ତା’ରି ଭିତରେ ସମୟ ବାହାର କରି ଓଡ଼ିଆରେ ଏମ୍‌.ଏ କରିଛି। କେବଳ ସେତିକି ନୁହେଁ ସାହିତ୍ୟ ପ୍ରତି ରୁଚି ଥିବାରୁ ଅନେକ ଲେଖା ବି ଲେଖିଛି; ଯାହାକୁ ଆଧାର କରି ୟା’ଭିତରେ ତିନୋଟି ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି, ଯଥା: ‘ଗୀତ ଲହରୀ’, ‘ମା’କିଚକେଶ୍ୱରୀ ମହିମା’, ‘ସତରଞ୍ଜ ବୁଦ୍ଧିର ବିକାଶ’। ଖୁବ୍‌ଶୀଘ୍ର ‘ସତରଞ୍ଜ ବୁଦ୍ଧିର ବିକାଶ’ପୁସ୍ତକର ଇଂରାଜୀ ଅନୁବାଦ ପୁସ୍ତକ; ଯାହାର ନାଁ ହେଉଛି ‘ଚେସ୍‌ ଡେଭଲପ୍‌ମେଣ୍ଟ ଅଫ୍‌ ବ୍ରେନ୍‌’ ପ୍ରକାଶିତ ହେବାକୁ ଯାଉଛି। ତା’ଛଡ଼ା ଗୀତ ବୋଲିବାରେ ବି ମୋର ଖୁବ୍‌ ରୁଚି ରହିଛି। ବିଶେଷକରି ଭଜନ ଓ ଜଣାଣ ମୁଁ ବୋଲେ। ସେଥିପାଇଁ ଅଲ୍‌ ଇଣ୍ଡିଆ ରେଡ଼ିଓର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ଭିନ୍ନ ଏକ ପରିଚୟ ବି ମୋର ରହିଛି। ଏହାଛଡ଼ା ‘ଅପହଞ୍ଚ ଇଲାକା’ ନାମରେ ମୋର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ଅଛି; ଯେଉଁଥିରେ ମୁଖ୍ୟତଃ ସଙ୍ଗୀତ ଓ ଚେସ୍‌ ଖେଳ ବିଷୟରେ ଆଲୋକପାତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri