ଲେଡିଜ୍‌ ହଷ୍ଟେଲକୁ ଢେଲା ମାଡ଼, ୧୦ରୁ ଊର୍ଦ୍ଧ୍ୱ ଯୁବତୀ ଆହତ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜଧାନୀରେ ରୋଡ଼ ରୋମିଓଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ କମେଣ୍ଟ ଓ ଢ଼େଲା ମାଡ଼କୁ ବିରୋଧ କରିବାରୁ ୧୦ରୁ ଉଦ୍ଦର୍‌ବ ଯୁବକ ତାତିଯାଇ ହାଇଡ୍ରାମା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତି ଉଗ୍ରତାରା ଲେଡିଜ୍‌ ହଷ୍ଟେଲକୁ ଅସାମାଜିକ ଯୁବକମାନେ ପଥର ମାଡ଼ କରି ଭଙ୍ଗାରୁଜା କରିଛନ୍ତି। ପଥର ମାଡ଼ରେ ହଷ୍ଟେଲର କାଚ, ପାଚେରି, ଝରକା ଆଦି ଭାଙ୍ଗିଯାଇଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ଯୁବତୀ ଆହତ ହୋଇଛନ୍ତି। ଏନେଇ ହଷ୍ଟେଲ ଅନ୍ତେବାସୀମାନେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନୁଯାୟୀ, ଉକ୍ତ ହଷ୍ଟେଲ ନିକଟରେ ପ୍ରତ୍ୟେକ ଦିନ କିଛି ଯୁବକ ଖଟି କରୁଛନ୍ତି। ଏପରିକି ଆଖପାଖରେ ରହୁଥିବା ଯୁବତୀଙ୍କୁ ସେମାନେ ପ୍ରାୟ ସମୟରେ କମେଣ୍ଟ ମାରନ୍ତି। ହେଲେ ଯୁବତୀମାନେ ଭୟରେ ଏହା ବିରୋଧରେ ପ୍ରତିବାଦ କରନ୍ତି ନାହିଁ। ହେଲେ ଶନିବାର ପରିସ୍ଥିତି ଅଣାୟତ ହୋଇଥିଲା। ନିଳାବତୀ ସ୍ବାଇଁ ନାମ୍ନୀ ଜଣେ ଯୁବତୀ ଉଗ୍ରତାରା ହଷ୍ଟେଲ ସାମ୍ନାରେ ତାଙ୍କ ଗାଡ଼ି ଧରି ଠିଆ ହୋଇଥିଲେ। ଖଟି କରୁଥିବା ରୋଡ ରୋମିଓମାନେ ତାଙ୍କୁ ଢ଼େଲା ମାଡ଼ କରିଥିଲେ। ଏହାକୁ ବିରୋଧ କରି ଲିଳାବତୀ ପ୍ରତିବାଦ କରିଥିଲେ। ଫଳରେ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ହଷ୍ଟେଲ ଭିତରକୁ ବଳପୂର୍ବକ ପଶି ଅନ୍ୟ ଯୁବତୀଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିଲେ। ଏଥିସହ ଢ଼େଲା ମାଡ଼ କରିଥିଲେ। ଫଳରେ ହଷ୍ଟେଲରେ ଥିବା ଗାଡ଼ି ଅନ୍ୟ ଆସବାବ ପତ୍ର ଭାଙ୍ଗି ଯାଇଛି। ୧୫ ମିନିଟରୁ ଉର୍ଦ୍ଧ୍ୱ ସମୟ ଯୁବକମାନେ ଏଭଳି ଆତଙ୍କରାଜ ଖେଳାଇଥିଲେ। ଏନେଇ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଯୁବକମାନେ ଛତ୍ରଭଙ୍ଗ ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ଦେବାକୁ ଏତଲା ଫର୍ଦ୍ଦରେ ଯୁବତୀମାନେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ କିଛି ବାଉନସର ଗ୍ୟାଙ୍ଗ ଅପରାଧ ରଚୁଥିବା ବେଳେ ଏବେ ରୋଡ ରୋମିଓଙ୍କ ଏଭଳି କାଣ୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri