ଆସନ୍ତା ୧୫ ଯାଏ ବଢ଼ିପାରେ ରବି ଜଳସେଚନ ଅବଧି

ଭବାନୀପାଟଣା,୫ା୫(ସ୍ବ.ପ୍ର): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଗତ ଜାନୁଆରୀ ୬ରୁ ରବି ଜଳସେଚନ ଆରମ୍ଭ ହୋଇଥିଲା। ଆସନ୍ତା ୬ରେ ଏହାର ଅବଧି ସରିବାକୁ ଥିବା ବେଳେ ଚାଷୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମେ ୧୫ ପର୍ଯ୍ୟନ୍ତ ଜଳସେଚନକୁ ବୃଦ୍ଧି କରାଯାଇ ପାରେ ବୋଲି ଜଣାପଡ଼ିଛି। ତେବେ ଧାନ ପାକଳ ହୋଇ ଆସୁଥିବାରୁ ବର୍ତ୍ତମାନ ଜଳ ଯୋଗାଣ ବନ୍ଦ ହେଲେ ଚାଷୀମାନେ ଧାନ ଅମଳ କରିବା ପାଇଁ ଅପେକ୍ଷା କରି ରହିଛନ୍ତି। ଗତ ଜାନୁଆରୀ ୬ରେ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳପତ୍ତନ ୬୩୮ ମିଟର ଥିବାବେଳେ ଜଳସେଚନ ଆରମ୍ଭ କରାଯାଇ ବାମ କେନାଲ ଓ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲର ୪୭,୫୧୨ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା। ୫ମାସ ପରେ ଜଳଭଣ୍ଡାରର ଜଳସ୍ତର ୬୩୨.୮୬ ମିଟରରେ ପହଞ୍ଚିଛି। ଅର୍ଥାତ୍‌ ମୋଟ ଜଳ ସଂରକ୍ଷଣ ୩୭.୭୩ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି। ଚଳିତବର୍ଷ ଜଳ ଭଣ୍ଡାରରେ ଗଚ୍ଛିତ ଜଳର ପରିମାଣ ସନ୍ତୋଷଜନକ ଥିବାବେଳେ ରବି ଜଳସେଚନ ଅବଧି ପରେ ସେହି ଗଚ୍ଛିତ ଜଳକୁ କେବଳ ବିଦ୍ୟୁତ୍‌ ଉତ୍ପାଦନରେ ଖର୍ଚ୍ଚ ନ କରି ପରବର୍ତ୍ତୀ ଖରିଫ ଜଳସେଚନ ପାଇଁ ସଞ୍ଚିତ କରି ରଖିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri