Posted inଜାତୀୟ

୧୬୧ ର଼୍ୟାଙ୍କ୍‌କୁ ଖସିଲା ଭାରତ

ନୂଆଦିଲ୍ଲୀ, ୪ା୫: ୨୦୨୩ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ୧୬୧ତମ ସ୍ଥାନକୁ ଖସିଛି। ମୋଟ ୧୮୦ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ବିଶ୍ୱ ଗଣମାଧ୍ୟମ ଉପରେ ନଜର ରଖିଥିବା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର (ଆର୍‌ଏସ୍‌ଏଫ୍‌)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଗଣମାଧ୍ୟମ ସ୍ବାଧୀନତାରେ ପାକିସ୍ତାନ ୧୫୦ ର଼୍ୟାଙ୍କରେ ଥାଇ ଭାରତ ତୁଳନାରେ ଭଲ ସ୍ଥିତି ରହିଛି। ଗତବର୍ଷ ଭାରତ ୧୫୦ତମ ସ୍ଥାନରେ ରହିଥିଲା। ବିଶ୍ୱ ଗଣମାଧ୍ୟମ ସ୍ବାଧୀନତାରେ ଶ୍ରୀଲଙ୍କା ଚଳିତ ବର୍ଷ ୧୩୫ତମ ସ୍ଥାନରେ ରହିଛି, ଗତବର୍ଷ ଏହା ୧୪୬ତମ ସ୍ଥାନରେ ରହିଥିଲା। ନରଓ୍ବେ, ଆୟର୍ଲାଣ୍ଡ, ଡେନ୍‌ମାର୍କ ପ୍ରେସ୍‌ ସ୍ବାଧୀନତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଭିଏଟ୍‌ନମା, ଚାଇନା ଏବଂ ଉତ୍ତର କୋରିଆ ତାଲିକାର ସବାତଳେ ଅଛନ୍ତି। ଆର୍‌ଏସ୍‌ଏଫ୍‌ ପ୍ରତିବର୍ଷ ପ୍ରେସ୍‌ ସ୍ବାଧୀନତାର ବିଶ୍ୱ ର଼୍ୟାଙ୍କିଂ ପ୍ରସ୍ତୁତ କରିଥାଏ। ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ତଳକୁ ଖସିବାକୁ ନେଇ ଇଣ୍ଡିଆ ଓ୍ବମେନ୍ସ ପ୍ରେସ୍‌ କର୍ପସ୍‌, ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ ଆସିସିଏଶନ ଉଦ୍‌ବେଗ ପ୍ରକାଶ କରିବା ସହ ମିଳିତ ବିବୃତି ଜାରି କରିଛନ୍ତି। ଭାରତ ସମେତ ବିଭିନ୍ନ ଦେଶରେ ପ୍ରେସ୍‌ ସ୍ବାଧୀନତା ନିମ୍ନଗାମୀ ହୋଇଥିବା ଆର୍‌ଏସ୍‌ଏଫ୍‌ ରିପୋର୍ଟରେ କୁହାଯାଇଛି। ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ବିକାଶଶୀଳ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅସମାନତା ଜାରି ରହିଥିବାବେଳେ ଗଣମାଧ୍ୟମର ଭୂମିକାକୁ ନୂ୍ୟନ ଦର୍ଶାଯାଇପାରିବ ନାହିଁ। ପ୍ରେସ୍‌ ସ୍ବାଧୀନତାକୁ ଅସୁରକ୍ଷିତ କାର୍ଯ୍ୟ ସ୍ଥିତିର କୌଣସି ଅବଦାନ ରହିପାରିବ ନାହିଁ ବୋଲି ଆର୍‌ଏସ୍‌ଏଫ୍‌ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri