ଜଳାଶୟ ଜମିର କିସମ ପରିବର୍ତ୍ତନ କରି ନିର୍ମାଣ

ଯାଜପୁର ଅଫିସ,୩।୫: ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜଳାଶୟ ଜମିକୁ କିସମ ପରିବର୍ତ୍ତନ କରାଯାଇ ପାରୁଛି। ଏହି କାରବାରରେ ସମ୍ପୃକ୍ତ ଅଧିକାରୀ ଏବଂ ଜମି ଦଖଲକାରୀଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି। ଜଳର ଚିହ୍ନବର୍ଣ୍ଣ ନ ଥିବା ଜମିରେ ସାମୂହିକ ବିକାଶ ନିର୍ମାଣ ଉଦ୍ଦେଶ୍ୟରେ ଆରଡିସିସ୍ତରରେ ଜମିର କିସମ ପରିବର୍ତ୍ତନ ହେବାର ନିୟମ ରହିଥିଲେ ହେଁ ବ୍ୟକ୍ତିଗତ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଫଳରେ ସରକାରୀ ଜମି ସଙ୍କୁଚିତ ହେବା ସହ ଆବଶ୍ୟକସ୍ଥଳେ ନଦୀପଠା ପୋତାଯାଇ ସରକାରୀ କୋଠା ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଯାଜପୁର ପୌର ପରିଷଦ ଅଧୀନ ୟୁନିଟ-୮ ଯଯାତିନଗରରେ ଜଳାଶୟ ଜମିକୁ କିସମ ପରିବର୍ତ୍ତନ କରାଯାଇ ବ୍ୟବସାୟ ଉଦ୍ଦେଶ୍ୟରେ ଶପିଂ ମଲ୍‌ ନିର୍ମାଣ ଏହାର ଜ୍ୱଳନ୍ତ ଉଦାହରଣ । କିସମ ପରିବର୍ତ୍ତନ ନାମରେ ଜଳାଶୟ ଜମି ଏଠାରେ ବିକ୍ରି ହେଉଛି। ଏ ନେଇ ଚନ୍ଦ୍ରଶେଖର ରାୟ ଏନ୍‌ଜିଟିରେ ରାଜ୍ୟ ସରକାରଙ୍କ ବିରୋଧରେ ୩୧ା୨୦୨୩/ଇଜେଡ ନମ୍ବରରେ ଏକ ମାମଲା ରୁଜୁ କରିଛନ୍ତି। ଏନ୍‌ଜିଟିର ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ଆଫ୍ରୋଜ ଅହମ୍ମଦଙ୍କୁ ନେଇ ଗଠିତ ଖଣ୍ଡିପୀଠ ମାମଲାର ଶୁଣାଣି କରି ୨୪ ଘଣ୍ଟା ମଧ୍ୟରେ କାଉଣ୍ଟର ଆଫିଡେଭିଟ ଦାଖଲ କରିବାକୁ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଯାଜପୁର ତହସିଲ ଅନ୍ତର୍ଗତ ଯଯାତିନଗର ପ୍ଲଟ ନମ୍ବର ୬୬୭, ଖାତା ନମ୍ବର ୬୩୬/୫୦୩ରେ ଜଳାଶୟ କିସମ ଜମିକୁ ପୋତି ଜବରଦଖଲ କରି ଶପିଂ ମଲ୍‌ ନିର୍ମାଣ ହେଉଛି। ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ୨୨ା୩ା୨୦୨୨ରେ ଉକ୍ତ ମାମଲାର ଶୁଣାଣି କରି ସମସ୍ତ ପକ୍ଷଭୁକ୍ତଙ୍କୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ବିବାଦୀୟ ଜଳାଶୟ କିସମ ଜମିରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ଏବଂ ଯାଜପୁର ଜିଲାପାଳ ଏହାର ଅନୁପାଳନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଗତ ୨୦ା୪ା୨୦୨୩ରେ ସରଜମିନ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି, ୨୭୦୦ବର୍ଗ ଫୁଟ ଜମିରେ ଏକ ଫ୍ଲୋର ନିର୍ମାଣ ହେଉଥିବାବେଳେ ଜମି ତା’ର ଜଳାଶୟ କିସମକୁ ହରାଇ ସାରିଛି। ଜମିର ପାର୍ଶ୍ୱରେ ଏକ କଂକ୍ରିଟ ଡ୍ରେନ ନିର୍ମାଣ ହୋଇଛି। କାଗଜପତ୍ର ଅନୁସାରେ ଜମି ଘରବାରି କିସମ ରହିଛି। ଏଥିରୁ ବୁଝାପଡୁଛି ଯେ, ପୂର୍ବରୁ ଏହି ଜମି ଜଳାଶୟ କିସମ ରହିଥିଲା। ହେଲେ ବିଷ୍ଣୁ ଚରଣ ରଥ ପରବର୍ତ୍ତୀ ସମୟରେ ଘରବାରିକୁ କିସମ ପରିବର୍ତ୍ତନ ରହିଛି। ଏଥିରେ ସ୍ଥାନୀୟ ତହସିଲଦାରଙ୍କ ସମେତ ଆରଡିସିସ୍ତରରେ ସହଯୋଗ କରିଛନ୍ତି। ଏହାସହ ଯାଜପୁର ସ୍ବତନ୍ତ୍ର ପ୍ଲାନିଂ ଅଥରିଟି କମର୍ସିଆଲ ଓ ରେସିଡେନ୍ସିଆଲ ପାଇଁ ୩ ଟି ଫ୍ଲୋରରେ ବିଲଡିଂ ନିର୍ମାଣ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ବର୍ଜ୍ୟଜଳ ନିଷ୍କାସନ ପରିମାଣ ଅନୁସାରେ କୌଣସି ଅନୁମତିର ଆବଶ୍ୟକତା ନାହିଁ ବୋଲି ଏସ୍‌ପିସିବି ପକ୍ଷରୁ ତଦନ୍ତରେ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଉଠିଛି, ଭୂତଳ ଜଳସ୍ତର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଳାଶୟ କିସମ ଜମିର ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ପ୍ରଶାସନ ପକ୍ଷରୁ ଏଠାରେ ପୋତାଯାଇଥିବା ଜଳାଶୟ ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି। କେବଳ ଜଳାଶୟ ନୁହେଁ, ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବୁଢା ଆନ୍ନିକଟ ରୁଢିଆ ପୋଲ ନିକଟରେ ନଦୀପଠାକୁ ପୋତାଯାଇ ନିର୍ମାଣ କାମ ଚାଲିଛି। ଏହାସହ ଆଖୁଆପଦା ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ବୈତରଣୀ ନଦୀକୂଳରେ କେତେକ ନିର୍ମାଣ କାର୍ଯ୍ୟ ପାଇଁ ବୈତରଣୀ ସଙ୍କୁଚିତ ହେଉଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବରୁ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକବାସୀ ଏନ୍‌ଜିଟିର ଦ୍ୱାରସ୍ଥ ହୋଇ ସାରିଛନ୍ତି। ଏଭଳି ଭାବେ ନଦୀନାଳ, ଜଳାଶୟକୁ ପୋତା ହେଉଥିବାରୁ ଭବିଷ୍ୟତରେ ବୈତରଣୀ ତା’ର ଗତିପଥ ବଦଳି ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରୁ ସେ କହିଛନ୍ତି, ନିୟମ ଅନୁସାରେ ଜଳାଶୟ କିସମକୁ ଆରଡିସି ପରିବର୍ତ୍ତନ କରିପାରିବେ। ତେଣୁ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ହୋଇଛି, କୌଣସି ଚିନ୍ତା କରିବାର ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri