‘ପୁରୁଣା ପେନ୍‌ସନ ଯୋଜନା ପୁନଃ ଲାଗୁ କର’

ଭୁବନେଶ୍ୱର,୨୭।୪(ବ୍ୟୁରୋ): ନୂତନ ବା ଜାତୀୟ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌) ଉଚ୍ଛେଦକରି ପୁରୁଣା ପେନ୍‌ସନ ଯୋଜନା (ଓପିଏସ୍‌) ପୁନଃ ଲାଗୁ କରିବା ପାଇଁ ୨୦ବର୍ଷ ଧରି ହେଉଥିବା ଦାବିକୁ ତୀବ୍ରତର କରିଛନ୍ତି ଶିକ୍ଷକ ଓ କେନ୍ଦ୍ର-ରାଜ୍ୟ ସରକାରୀ କର୍ମଚାରୀ। ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦର ଡାକରାରେ ବୁଧବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବଡ଼ ସମାବେଶ କରାଯାଇଥିଲା। ୫୦ ହଜାରରୁ ଊର୍ଦ୍ଧ୍ୱ ରେଳ କର୍ମଚାରୀଙ୍କ ସହ କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ସାମିଲ ହୋଇଥିଲେ। ପ୍ରଥମେ ସେମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ନିଜ ନିଜ ସଙ୍ଗଠନର ବ୍ୟାନର ଓ ପତାକା ଧରି ପଦଯାତ୍ରାରେ ଲୋୟର ପିଏମ୍‌ଜି ସମାବେଶ ସ୍ଥଳରେ ପହଞ୍ଚତ୍ଥିଲେ। ‘ଏନ୍‌ପିଏସ୍‌ ଉଚ୍ଛେଦ କର, ଓପିଏସ୍‌ ଲାଗୁକର’ ଏବଂ ‘ରାଜ୍ୟର ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ ସହ ଚାକିରି ସର୍ତ୍ତାବଳୀ ତୁରନ୍ତ ଦିଅ’ ଆଦି ବିଭିନ୍ନ ନାରା ଦେଇଥିଲେ। ପୂର୍ବତଟ ରେଳପଥ ଶ୍ରମିକ ସଂଘ, ଓଡ଼ିଶା ସ୍କୁଲ କଲେଜ୍‌ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ସଂଘ, ଓଡ଼ିଶା ରାଜ୍ୟ ସମ୍ବୟ ସମିତି, ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ, ଓଡ଼ିଶା ସରକାରୀ କର୍ମଚାରୀ ସମନ୍ବୟ ସମିତି, ଓଡ଼ିଶା ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ, ଆୟକର କର୍ମଚାରୀ ସଂଘ, ପ୍ରାଥମିକ ସଂଘ ସଦସ୍ୟଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କ ବିକ୍ଷୋଭ ଓ ଦାବିରେ ଲୋୟର ପିଏମ୍‌ଜି କମ୍ପି ଉଠିଥିଲା। ସମାବେଶକୁ ସମ୍ବୋଧିତ କରି ଏନ୍‌ଜେସିଏର ଓଡ଼ିଶା ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପି.କେ. ପାଟଶାଣୀ, ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବିଭିନ୍ନ ସଂଘର ନେତୃବୃନ୍ଦ କହିଲେ, କେନ୍ଦ୍ର ସରକାର ୨୦୦୪ରେ ଓ ରାଜ୍ୟ ସରକାର ୨୦୦୫ରେ ପୁରୁଣା ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ। ଫଳରେ ନୂତନ ପେନ୍‌ସନ ଯୋଜନାରେ ସରକାରୀ କର୍ମଚାରୀମାନେ ଅବସର ପରେ ୧୦୦୦ରୁ ୧୫୦୦ଟଙ୍କା ପେନ୍‌ସନ ପାଉଛନ୍ତି। ଏହା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ରାଜ୍ୟର ସରକାରୀ କର୍ମଚାରୀମାନେ ବିରୋଧ କରିଛନ୍ତି। ୩୦ରୁ ୪୦ ବର୍ଷ ସରକାରୀ ଚାକିରି କରି ସ୍ବଳ୍ପ ପେନ୍‌ସନ ପାଇବା ଫଳରେ ଅବସରପ୍ରାପ୍ତ କର୍ମଚାରୀମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ବିଧାୟକ ଓ ଏମ୍‌ପିମାନେ ପୁରୁଣା ପେନ୍‌ସନ ପାଉଥିବାବେଳେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପାତରଅନ୍ତର କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନକାରୀଙ୍କ ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶାର ୫ ହଜାର ନୂତନ ଅନୁଦାନପ୍ରାପ୍ତ ସ୍କୁଲ, କଲେଜରେ କାର୍ଯ୍ୟ କରୁଥିବା ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରିବା ସହ ସେମାନଙ୍କୁ ପୁରୁଣା ପେନ୍‌ସନଭୁକ୍ତ କରିବା, ଅଷ୍ଟମ ବେତନ ଆୟୋଗ ଗଠନ, ବିଭିନ୍ନ ସରକାରୀ ଦପ୍ତର ଓ ସରକାରୀ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ପଦବୀ ପୂରଣ, ଚୁକ୍ତି ଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ କରିବା, ସପ୍ତମ ବେତନରୁ ବାଦ୍‌ ପଡ଼ିଥିବା ରାଜ୍ୟର ବିଦ୍ୟାଳୟକୁ ଏଥିରେ ସାମିଲ କରିବା ଆଦି ଦାବି ରଖିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନାକାରୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri