ଭଡ଼ା ଅଟୋରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ଭଡା ଅଟୋରେ ଆସୁଥିଲେ। ଆଉ ବାଇକ ଚୋରି କରିବା ପରେ ସେହି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହାପରେ ଉକ୍ତ ଚୋରା ବାଇକକୁ ବନ୍ଧକ ରଖି ସୁଧରେ ଟଙ୍କା ଆଣୁଥିଲେ। ଏମିତି ନୂଆ ତରିକାରେ ପୁଣି ଦ୍ୱୈତ ନଗରୀରେ ଦୀର୍ଘଦିନ ଧରି ବାଇକ ଚୋରି ର଼୍ୟାକେଟ୍‌ ଚଳାଇଥିବା ଚତୁର ଚୋରଙ୍କୁ ଶହୀଦନଗର ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳର ଦିଗ୍‌ବିଜୟ ପଟ୍ଟନାୟକ। ତାଙ୍କଠାରୁ ୯ଟି ଚୋରା ବାଇକ ଜବତ କରାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୫୬/୨୩) ରୁଜୁ କରି ଅଭିଯୁକ୍ତ ଦିଗ୍‌ବିଜୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସହଯୋଗୀ ଫେରାର ଥିବାରୁ ପୋଲିସ ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି ।
ସୂଚନାନୁସାରେ, ଅଭିଯୁକ୍ତ ଦିଗ୍‌ବିଜୟ ଓ ସହଯୋଗୀମାନେ ଅଟୋ ଭଡା କରି ଚୋରି କରୁଥିବା ସ୍ଥାନକୁ ଯାଇ ସେଠାରୁ ପାର୍କିଂ କରାଯାଇଥିବା ବାଇକ୍‌ଗୁଡିକୁ ମାଷ୍ଟର ଚାବି ଦ୍ୱାରା ଖୋଲି ଚୋରାଇ ନେଉଥିଲେ। ବିଶେଷକରି ହେଲ୍‌ମେଟ୍‌ ଥିବା ଗାଡିକୁ ଟାର୍ଗେଟ କରୁଥିଲେ। ଅନ୍ୟମାନଙ୍କ ନଜରରୁ ବର୍ତ୍ତିବା ଲାଗି ଉକ୍ତ ହେଲ୍‌ମେଟ୍‌କୁ ପିନ୍ଧି ଦେଇଥା’ନ୍ତି। ଏମିତି ଢଙ୍ଗରେ କଟକ-ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ପରେ ତାହାକୁ ନିଜ ଗାଁ ତଥା ପାଖ ଗାଁର କିଛି ଲୋକଙ୍କ ନିକଟରେ ବନ୍ଧକ ରଖି ଗାଡି ପିଛା ୫ ହଜାରରୁ ୮ ହାଜର ଟଙ୍କା ଆଣୁଥିଲେ। କିନ୍ତୁ ପରେ ସେ ଆଉ ଟଙ୍କା ଫେରାଉ ନ ଥିଲେ କି ଗାଡି ମଧ୍ୟ ଆଣୁ ନ ଥିଲେ। ଗତ ୧୭ ତାରିଖରେ ଇଡ୍‌କୋ ଟାୱାର ନିକଟରୁ ଏକ ବାଇକ ଚୋରି ହୋଇଥିବା ନେଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ ସହ ଏକ ଟିମ୍‌ ଗଠନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri