ଜନ ପ୍ରତିନିଧିଙ୍କ ନାଁ ନ ଥିବାରୁ ଫଳକ ଗାଏବ

ବାଳକାଟୀ/ବାଲିପାଟଣା,୨୦୯।୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ଡିଭିଜନ ୨ ପକ୍ଷରୁ ଉତ୍ତରାଠାରୁ ନିମାପଡ଼ା ରାସ୍ତାର ଚାରିଥାକିଆ ରାସ୍ତାର ବୁଧବାର ବାଳକାଟୀରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ହେଲେ କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ଫଳକ ହଠାତ୍‌ ଉଦ୍‌ଘାଟନ ସ୍ଥଳରୁ ଗାଏବ ହୋଇଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତତ୍‌କ୍ଷଣାତ୍‌ ବିଭିନ୍ନ ଜାଗାରେ ତଦନ୍ତ କରି ସ୍ଥାନୀୟ ଏକ ଘରୁ ଫଳକ ଉଦ୍ଧାର କରିଥିଲେ। ଏହାପରେ ବିଧାୟକ ଡ.ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଚାରିଥାକିଆ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟପଟେ ଫଳକ ଗାଏବ ପୁଣି ପୋଲିସ ଦ୍ୱାରା ଉଦ୍ଧାରକୁ ନେଇ ଉତ୍ସବ ସ୍ଥଳରେ ଡିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବାଦବିବାଦ ଲାଗିଥିଲେ। ଫଳରେ ଜୟଦେବରେ ବିଜେଡି ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି।
ସୂଚନା ଅନୁଯାୟୀ, ଉତ୍ତରାଠାରୁ ନିମାପଡା ଯାଏଁ ଚାରିଥାକିଆ ରାସ୍ତାର ଦୋହରିକରଣ ନିମନ୍ତେ ପ୍ରଥମ ପର୍ଯାୟ କାମ ବାଳକାଟୀ ଦୁଲ୍ଲାଦେବୀ ମନ୍ଦିର ନିକଟରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରେ ଥିଲା। ଫଳକରେ କେବଳ ବିଧାୟକ ଢାଲିଙ୍କ ନାମ ଥିବାବେଳେ ସ୍ଥାନୀୟ କୌଣସି ଜନ ପ୍ରତିନିଧିଙ୍କ ନାମ ନଥିଲା। ଏହାକୁ ବିରୋଧ କରି ବିଧାୟକ ଆସିବା ପୂର୍ବରୁ କେହି ଦୁର୍ବୃତ୍ତ ଉତ୍ସବ ସ୍ଥଳରେ ପହଞ୍ଚତ୍ ଫଳକକୁ ତାଡି ନେଇ ପ୍ରତାପ ଶାସନ ବାଳକ ବିଦ୍ୟାଳୟ ନିକଟସ୍ଥ ଏକ ଘରେ ଲୁଚାଇ ରଖିଥିଲେ। ଏହି ଘଟଣା ବିଷୟରେ ବିଧାୟକ ଜାଣିବା ପରେ ସ୍ଥାନୀୟ ପୋଲିସ ଦ୍ୱାରା ତଦନ୍ତ କରାଇ ହାଇସ୍କୁଲ ପାଖ ଉକ୍ତ ଘରେ ଚଢ଼ାଉ କରି ଫଳକ ଉଦ୍ଧାର କରିଥିଲା। ପୋଲିସ ଫଳକ ଉଦ୍ଧାର କରି କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ଦେବା ପରେ ଉତ୍ସବ ସ୍ଥଳରେ ପୁଣି ଫଳକ ଲାଗିଥିଲା। ପରେ ବିଧାୟକ ଢାଲି ନିଜ ସମର୍ଥକଙ୍କୁ ନେଇ ଉତ୍ସବସ୍ଥଳରେ ପହଞ୍ଚତ୍ ଚାରିଥାକିଆ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ କହିଥିଲେ ପ୍ରଥମ ପର୍ଯ୍ୟାୟରେ ଦୁଲାଦେଇ ନିକଟରୁ ବାଲିପାଟଣା ସରିପୁର ଛକ ପର୍ଯ୍ୟନ୍ତ ପ୍ରଶସ୍ତୀକରଣରେ ୬୫ପୁଟ ଓସାରିଆ ଚାରି ଥାକିଆ ରାସ୍ତା ପାଇଁ ୩୮କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହୋଇ ୨ବର୍ଷ ମଧ୍ୟରେ ସରିବ। ଏହି କାର୍ଯ୍ୟରେ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ରାଓ, କାର୍ଯ୍ୟ ଏଜେନ୍ସି କେବିଏନର ସୁବାସ ଚନ୍ଦ୍ର ମହାନ୍ତି, କନିଷ୍ଠ ଯନ୍ତ୍ରୀ ନବଘନ ବେହେରା, ସହକାରୀ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ଓ ବିଜୟ କୁମାର ବରିହା ଉପସ୍ଥିତ ଥିଲେ। ଅପରପକ୍ଷେ ସରପଞ୍ଚ ରୀନା ବେହେରା, ଜିଲା ପରିଷଦ ସଭ୍ୟା କୁନୁମୁନ ଲେଙ୍କାଙ୍କ ନାମ ଫଳକରେ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ସମର୍ଥକଙ୍କ ସହ ଆସି ଏହି କାର୍ଯ୍ୟକୁ ବିରୋଧ କରିଥିଲେ। ଯାହାକି ବିଧାୟକଙ୍କ ଗୋଷ୍ଠୀ ସହ ପାଟିତୁଣ୍ଡ ହୋଇ ଅଡୁଆ ପରିସ୍ଥିତି ଉପୁଜିଥିଲା। ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏ ନେଇ ବିଧାୟକ ଢାଲି କୁହନ୍ତି, ସ୍ଥାନୀୟ ପଞ୍ଚାୟତରେ ଯାହା ବି କାର୍ଯ୍ୟକ୍ରମ ହେଉଛି ସେଠି ବିଧାୟକଙ୍କ ନା ରହୁନି, ଯାହାକୁ ମୁଁ କେବେ ବିରୋଧ କରିନି। ଆଜି ଯେଉଁ କାର୍ଯ୍ୟକ୍ରମଟି ହେଉଛି ସେଇଟା ପୂର୍ତ୍ତ ବିଭାଗ କରୁଛି ଫଳକରେ କାହା ନା ରଖିବେ ନ ରଖିବେ ସେମାନଙ୍କ ଦାୟିତ୍ୱ। ଏହି ରାସ୍ତା ଚାରିଥାକିଆ ହେଲେ ହଜାର ହଜାର ଲୋକ ଉପକୃତ ହେବେ। ଉନ୍ନୟନ କାମରେ ବିରୋଧ କରିବା ଉଚିତ ନୁହେଁ ବୋଲି ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri