ପାଣି ମୁନ୍ଦାଏ

ପ୍ରଚଣ୍ଡ ଗ୍ରୀଷ୍ମ ଲହରରେ ଏବେ ମଣିଷଠାରୁ ଆରମ୍ଭ କରି ପ୍ରାଣୀ ସମସ୍ତେ କଲବଲ ହେଉଛନ୍ତି। ମଣିଷ ଅସହ୍ୟ ତାତିରୁ ନିଜକୁ ରକ୍ଷା କରିବା ପାଇଁ ନୂଆ ନୂଆ ଉପାୟ ଖୋଜୁଥିବାବେଳେ ଜଙ୍ଗଲୀ ଜୀବ କିମ୍ବା ବୁଲା ପ୍ରାଣୀମାନେ ଏହାର ଶିକାର ହେଉଛନ୍ତି। ନିକଟରେ ଓଡ଼ିଶାରେ ଗୋଟିଏ ହାତୀଛୁଆର ମୃତ୍ୟୁ ଓ ଏକ କଲରାପତରିଆ ବାଘ ଚେତାଶୂନ୍ୟ ହେବା ଖବର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟ ପ୍ରାଣୀଙ୍କ ଜୀବନ ରକ୍ଷା ଲାଗି ଜଙ୍ଗଲରେ ପାଣି ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ପ୍ରମାଣ କରୁଛି ଯେ, ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ଜଳର ଘୋର ଅଭାବ ରହିଛି। ଅର୍ଥାତ୍‌ ବନ ବିଭାଗ ତରଫରୁ ଦୀର୍ଘମିଆଦୀ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥିତି ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ହୋଇ ନ ଥିଲେ ମଧ୍ୟ ମଣିଷର କାର୍ଯ୍ୟକଳାପ ଯୋଗୁ ଜଙ୍ଗଲୀ ପ୍ରାଣୀଙ୍କ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ଅତ୍ୟଧିକ ଖଣିଖନନ, ଜଙ୍ଗଲ ଧ୍ୱଂସ ଏହାର ପ୍ରମୁଖ କାରଣ; ଯେଉଁଥିପାଇଁ ଜଳ ଓ ଖାଦ୍ୟ ନ ପାଇ ବନ୍ୟପ୍ରାଣୀ ଜନବସତିମୁହଁା ହେଉଛନ୍ତି। ଉଦାହରଣ ସ୍ବରୂପ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଚିତା ନିକଟସ୍ଥ ଗାଁକୁ ପାଣି ସନ୍ଧାନରେ ଯାଇଥିଲା ବୋଲି ସେଠାକାର ବନବିଭାଗ ସ୍ବୀକାର କରିଥିଲା। ଏଭଳି ଅନେକ ଘଟଣା ପ୍ରାଣୀ-ମଣିଷ ସଂଘର୍ଷର ସୂତ୍ରପାତ କରୁଥିବା ଲକ୍ଷ୍ୟ କରାଯାଉଛି। ଜୀବବିଜ୍ଞାନୀ ତଥା ପରିବେଶବିତ୍‌ଙ୍କ ମତରେ ଅତ୍ୟଧିକ ତାପମାତ୍ରା ସାଙ୍ଗକୁ ଜଳ ଓ ଖାଦ୍ୟାଭାବ ବହୁ ଜୀବଙ୍କ ମୃତ୍ୟୁର କାରଣ ପାଲଟୁଛି। କିନ୍ତୁ ଏହାର ଠିକ୍‌ ଆକଳନ କରାଯାଇ ପାରୁନାହିଁ। ପ୍ରବଳ ତାତିରେ ପଶୁପକ୍ଷୀଙ୍କ ବ୍ୟବହାରଗତ ପରିବର୍ତ୍ତନ ଉପରେ ମଧ୍ୟ ବୈଜ୍ଞାନିକ ଅନୁଧ୍ୟାନ ସମ୍ଭବ ହୋଇନାହିଁ। ଖରାରେ ବନ୍ୟଜନ୍ତୁଙ୍କ ବାସ୍ତବ ମୃତ୍ୟୁସଂଖ୍ୟା ଜାଣିବା କଷ୍ଟକର ହୋଇଥିଲେ ମଧ୍ୟ ପାଣି ବିକଳରେ ଜୀବଜନ୍ତୁ ଜଙ୍ଗଲ ବାହାରକୁ ପଳାଇ ଆସିବା ସେମାନଙ୍କ ଦୁର୍ଦ୍ଦଶାକୁ ସ୍ପଷ୍ଟ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରାୟ ଏକ ଚତୁର୍ଥାଂଶ ଭାଗରେ ଜଙ୍ଗଲ ଅଛି ବୋଲି ଆମକୁ କୁହାଯାଉଛି। ଦେଶରେ ମାଟ ୫୬୭ ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି। ଦେଶର ସମସ୍ତ ଜଙ୍ଗଲରେ ୫୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଓ ୨,୦୦୦ ପ୍ରଜାତିର ପକ୍ଷୀ ଅଛନ୍ତି। ତେବେ ଏହି ସଂଖ୍ୟା ଧୀରେ ଧୀରେ ଲୋପ ପାଇଯାଉଛି। ଖାଦ୍ୟ, ବାସସ୍ଥାନ ଅଭାବରେ ଥିବା ପଶୁପକ୍ଷୀ କିଛି ବର୍ଷ ହେଲା ଗ୍ରୀଷ୍ମ ଲହରକୁ ସାମ୍‌ନା କରିବା ଦ୍ୱାରା ସେମାନଙ୍କ ସଂଖ୍ୟା ଆହୁରି କମିବାରେ ଲାଗିଛି। ତେବେ ଏହି ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ସମେତ କେତେକ ପ୍ରାଣୀ କଲ୍ୟାଣ ସଂଗଠନ ସକ୍ରିୟତା ପ୍ରକାଶ କରୁଥିଲେ ମଧ୍ୟ ବିଶ୍ୱତାପନ ଜନିତ ପରିବେଶଗତ ପ୍ରଭାବରୁ ଜୀବଙ୍କୁ ରକ୍ଷା କରିବା କଷ୍ଟକର ହୋଇପଡ଼ୁଛି। ଏଠାରେ କୁହାଯାଇପାରେ ଯେ, ସରକାରୀ ସ୍ତରରେ ପୋଖରୀ ପରିବର୍ତ୍ତେ ହ୍ରଦ ଭଳି ବଡ଼ ଜଳପ୍ରକଳ୍ପ ଜଙ୍ଗଲ ଭିତରେ ସୃଷ୍ଟି କରାଯାଇପାରନ୍ତା। ସେହିସବୁ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ ମଧ୍ୟ ଆୟୋଜନ କରାଯାଇ ବିଭିନ୍ନ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ଫଟୋ ଉଠାଯାଇପାରନ୍ତା। ଗଣମାଧ୍ୟମରେ ତାହାର ବହୁଳ ପ୍ରଚାର ହେବାବେଳେ ସେହି ନେତାମାନଙ୍କ ମୁହଁ ଦେଖିବା ସହିତ ପ୍ରାଣୀମାନଙ୍କର ବାସ୍ତବ ମଙ୍ଗଳ ହୋଇପାରନ୍ତା। ପରବର୍ତ୍ତୀ ସମୟରେ ତାହା ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରନ୍ତା ଏବଂ ଭୂତଳ ଜଳସ୍ତରକୁ ସାହାଯ୍ୟ କରନ୍ତା। ଆଫ୍ରିକାରୁ ଚିତା ଆଣିବା ସହିତ ଆମ ଦେଶର ବିଭିନ୍ନ ପ୍ରାଣୀଙ୍କୁ ରକ୍ଷା କରିବା ହେଉଛି ସରକାରଙ୍କ ଦାୟିତ୍ୱ। ସେମାନଙ୍କୁ ପାଣିି ମୁନ୍ଦେ ଦେଇପାରିଲେ ମନ୍ତ୍ରୀମାନେ ବହୁତ ଆଶୀର୍ବାଦ ମଧ୍ୟ ପାଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri