ବଢ଼ିଲା ଉତ୍ତେଜନା: ଉତ୍ତର କୋରିଆରକୁ ଜବାବ ଦେବାକୁ ଦକ୍ଷିଣ କୋରିଆ-ଜାପାନ-ଆମେରିକାର ସମରାଭ୍ୟାସ…

ଓ୍ବାଶିଂଟନ,୧୭।୪ : ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଉତ୍ତର କୋରିଆକୁ ଜବାବ ଦେବା ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ସମରାଭ୍ୟାସ କରୁଛନ୍ତି। ଏହି ସମରାଭ୍ୟାସରେ କ୍ଷେପଣାସ୍ତ୍ର ଆକ୍ରମଣରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରାଯାଉଛି।

ନିକଟରେ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ ମିଳିତ ବିବୃତ୍ତି ଜାରି କରି କହିଥିଲେ ଯେ ଉତ୍ତର କୋରିଆର ଆଣବିକ ତଥା କ୍ଷେପଣାସ୍ତ୍ର ଆକ୍ରମଣର ବିପଦକୁ ରୋକିବା ଓ ଏହାର ମୁକାବିଲା ପାଇଁ ସେମାନେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଏବଂ ବୁଡ଼ାଜାହାଜ ବିରୋଧୀ ସମରାଭ୍ୟାସକୁ ନିୟମିତ କରିବାକୁ ଚିନ୍ତା କରୁଛନ୍ତି। ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆର ପ୍ରତିନିଧୀଙ୍କ ମଧ୍ୟରେ ୧୩ ତମ ପ୍ରତିରକ୍ଷା ତ୍ରିପାକ୍ଷିକ ସଂଳାପ ଆମେରିକାର ୱାଶିଂଟନ ଡିସିରେ କୋରିଆ ଉପଦ୍ୱୀପ ତଥା ବ୍ୟାପକ ଅଞ୍ଚଳର ସୁରକ୍ଷା ପରିବେଶ ଉପରେ ସମୀକ୍ଷା ଏବଂ ଆଦାନ ପ୍ରଦାନ ତଥା ତ୍ରିପାକ୍ଷିକ ସୁରକ୍ଷାକୁ ଦୃଢ଼ କରିବା ପାଇଁ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଉତ୍ତର କୋରିଆର ଏହି ଉତ୍ତେଜନାମୂଳକ କାର୍ଯ୍ୟ ପାଇଁ ଜାପାନ ଏବଂ ଦକ୍ଷିଣ କୋରିଆ ଅସନ୍ତୁଷ୍ଟ ହୋଇଛନ୍ତି। ଉତ୍ତର କୋରିଆର ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ ବିରୋଧରେ ଜାପାନ ଜାତୀୟ ସୁରକ୍ଷା ପରିଷଦର ଏକ ବୈଠକ ଡକାଇବାକୁ ଯୋଜନା କରୁଛି। ଏହା ପ୍ରଥମ ଥର ନୁହେଁ ଯେ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ମିଳିତ ସମରାଭ୍ୟାସ କରୁଛନ୍ତି। କିନ୍ତୁ ଅତୀତରେ ମଧ୍ୟ ଏହି ତିନି ଦେଶ ସମୟ ସମୟରେ ସମରାଭ୍ୟାସ କରି ନିଜର ସୁରକ୍ଷା ପ୍ରସ୍ତୁତିକୁ ମଜବୁତ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri