ଅଧଘଣ୍ଟା ଫସି ରହିଲା ଆମ୍ବୁଲାନ୍ସ

କେନ୍ଦୁଝର,୧୧।୪(ସ୍ବ.ପ୍ର.):କେନ୍ଦୁଝର ସହର ମାଇନିଂ ରୋଡ୍‌ରେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହୋଇଥିଲା। ଘଣ୍ଟାଧିକ ସମୟ ରାସ୍ତା ଜାମ ରହିଥିବା ବେଳେ ଏକ ଆମ୍ବୁଲାନ୍ସ ରାସ୍ତା ଜାମ୍‌ରେ ଅଧଘଣ୍ଟା ଧରି ଫସି ରହିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ରାସ୍ତା ସ୍ବାଭାବିକ ହେବା ପରେ ଆମ୍ବୁଲାନ୍ସ ମେଡିକାଲକୁ ଯାଇଥିଲା। ପାଟଣା ଅଞ୍ଚଳରୁ ଜଣେ ଗୁରୁତର ରୋଗୀଙ୍କୁ ନେଇ ଉକ୍ତ ଆମ୍ବୁଲାନ୍ସଟି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲା।
ଯେ, ଉକ୍ତ ରାସ୍ତାକୁ ଲାଗି ବିନା ପାର୍କିଂ ସୁବିଧାରେ ବହୁ ସଂଖ୍ୟାରେ ବ୍ୟବସାୟିକ କୋଠା ନିର୍ମାଣ ହୋଇଛି। ଫଳରେ ଉକ୍ତ ବଜାରକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ୨ ଚକିଆ ଏବଂ ୪ ଚକିଆ ଗାଡ଼ି ରଖୁଛନ୍ତି। ଅନେକ ସଂଖ୍ୟାରେ ଗାଡ଼ି ରାସ୍ତାରେ ରହୁଥିବାରୁ ରାସ୍ତା ସଙ୍କୁଚିତ ହୋଇ ଦୈନନ୍ଦିନ ଯାତାୟାତରେ ସମସ୍ୟା ଦେଖାଦେଉଛି। ବିଶେଷ କରି ରାସ୍ତା ଦେଇ ସ୍କୁଲ ଛାତ୍ରୀଛାତ୍ର, ପାଟଣା ଓ ସାହାରପଡ଼ା ଡାକ୍ତରଖାନାରୁ ବହୁ ସଂଖ୍ୟାରେ ରୋଗୀ ଦୈନିକ ଆମ୍ବୁଲାନ୍ସରେ ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। ଏ ଅଞ୍ଚଳଟି ଏକ ଆବାସିକ ଜୋନ୍‌ ହୋଇଥିବା ସତ୍ତ୍ୱେ ପୌରପାଳିକା ପକ୍ଷରୁ ବ୍ୟବସାୟିକ କୋଠା ଘରକୁ ଅନୁମତି ଦିଆଯାଇଛି। ଅଭିଯୋଗ ପରେ ନିକଟରେ ଏକ ବ୍ୟବସାୟିକ ସଂସ୍ଥାକୁ ନୋଟିସ କରାଯାଇଛି। ମାତ୍ର ପୂର୍ବରୁ ଏଭଳି ଅନ୍ୟମାନଙ୍କୁ କେବଳ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସମସ୍ୟା ଜଟିଳ ହେଉଛି। ଏନେଇ କେନ୍ଦୁଝରଗଡ଼ ପୌରପାଳିକା ପ୍ଲାନିଂ ଦାୟିତ୍ୱରେ ଥିବା ଅଧିକାରୀ ରଶ୍ମିରଞ୍ଜନ କହିଛନ୍ତି, ଏହି ସବୁ ପ୍ଲାନ ପୂର୍ବରୁ ହୋଇଛି। ଏଣୁ ଏଭଳି ପରିସ୍ଥିତି ଉପୁଜିଛି। ଏ ନେଇ ଏକ ବ୍ୟବସାୟିକ ସଂସ୍ଥାଙ୍କୁ ନୋଟିସ୍‌ କରାଯାଇଛି। ନୋଟିସର ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୌରପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଧିମନ ଚକମା (ଆଇଏଏସ) ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ବିଲ ହିଡ଼ରେ ଟଳିପଡ଼ିଲେ ବୃଦ୍ଧ

ହାଟଡିହୀ,୧୧ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିବରେଇ ପଞ୍ଚାୟତ ସାରୁକୋଣା ଶାସନର ଦେହୁରୀ ସାହି ପଦୁ ପ୍ରଧାନ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି l...

ଚିତ୍ରକୋଣ୍ଡାରେ ବାବୁଶାନ, ଏଲିନାଙ୍କ ରୋଡ୍‌ ଶୋ’

ଚିତ୍ରକୋଣ୍ଡା,୧୧ା୫(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥିନୀ ଲଷ୍ମୀପ୍ରିୟା ନାୟକଙ୍କ ପାଇଁ ଓଲିଉଡ୍‌ ଷ୍ଟାର୍‌ ତଥା ଅଭିନେତା ବାବୁଶାନ ମହାନ୍ତି ଓ...

କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି...

ପ୍ରଚାରର ଶେଷ ଦିନରେ ଦମ୍‌ ଦେଖାଇଲେ ଲଳିତା

କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଶେଷଦିନରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜୋନ୍‌ ନଂ-୩ରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର...

ଧାରୁଆ କାତିରେ କାଟି ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ ପୁତୁରା

ଏମ୍‌ଭି-୭୯,୧୧ା୫(ଭିକି ବାରିକ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଇପିଗୁଡା ଗ୍ରାମରେ ଶନିବାର ଆଦିବାସୀଙ୍କ ଆମ୍ବପରବ ପୂଜା ଚାଲିଥିବା ସମୟରେ...

କୋକସରା ବ୍ଲକ: ୧୦୨ ବୁଥ୍‌ରେ ମତଦାନ କରିବେ ୯୧,୩୭୬ ଭୋଟର

କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ନିର୍ବାଚନ କ୍ଷେତ୍ରର ଧର୍ମଗଡ଼ ବିଧାନସଭାରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପ୍ରଚାରର ଆଜି ଶେଷଦିନ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ...

ଭାଲୁ ଆକ୍ରମଣରେ ୩ ଗୁରୁତର

କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଖଇରଭା ଗ୍ରାମର ଦୁଇ ଜଣ ବୃଦ୍ଧା ଫଗନି ରାଉତ (୫୫) ଓ ତୁଳସା...

ଜୁନାଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ବିକାଶ ପାଇଁ…

ଭବାନୀପାଟଣା/ଜୁନାଗଡ଼,୧୧ା୫(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି ଜିଲାରେ ଅନୁଷ୍ଠିତ ହେବ। ଶନିବାର ପ୍ରଚାରର ଶେଷଦିନରେ ଜୁନାଗଡ଼ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri