କଟକରେ କିଙ୍ଗ୍‌ସ ଆଣ୍ଡ କୁଇନ୍‌ର ଆଉଟଲେଟ

କଟକ,୧୦।୪: ସୌଖୀନ ଅଳଙ୍କାର ବ୍ରାଣ୍ଡ୍‌ କିଙ୍ଗ୍‌ସ ଆଣ୍ଡ କୁଇନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର କଟକ ବକ୍ସି ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ମନୋଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଆଉଟଲେଟ ସ୍ବତ୍ୱାଧିକାରୀ ବାବୁରାମ ସିଂ କହିଛନ୍ତି, କିଙ୍ଗ୍‌ସ ଆଣ୍ଡ କୁଇନ୍‌ ୱାନ୍‌ ଗ୍ରାମ୍‌ ଗୋଲ୍‌ଡ଼ ସପରେ ବିଭିନ୍ନ ପ୍ରକାରର ସୌଖୀନ ଅଳଙ୍କାର ଉପଲବ୍ଧ। ଏଠାରେ ଉଭୟ ପାଇକାରୀ ଏବଂ ହୋଲସେଲ ଦରରେ ପ୍ରସ୍ତୁତ ଭିନ୍ନ ଭିନ୍ନ ଡିଜାଇନର ମନଲୋଭା ସୁନା ଅଳଙ୍କାର ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏପରିକି ଯାହା ଦେଖିବାକୁ ଅବିକଳ ସୁନା ଗହଣା ପରି ବୋଲି ସିଂ ମତପ୍ରକାଶ କରିଛନ୍ତି। ସେହିଭଳି ଆଜିକାଲିର ଚାକଚକ୍ୟ ଦୁନିଆରେ ବଞ୍ଚୁଥିବା ମଣିଷଙ୍କ ପାଇଁ ଏହା ବେଶ୍‌ ଲାଭକାରୀ ହେବ। ବିଶେଷକରି ସୁନା ଅଳଙ୍କାରର ଅହେତୁକ ଦର ବୃଦ୍ଧି ସହ ସାଧାରଣ ଲୋକଙ୍କ ସୁନା ଅଳଙ୍କାର ପିନ୍ଧିବାର ସଉକକୁ ଏହା କିଛି ମାତ୍ରାରେ ପୂରଣ କରିପାରିବ ବୋଲି ବାବୁରାମ ଆଶା ପ୍ରକାଶ କରିଛନ୍ତି। ସେହିପରି ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା ସୁନା ପରି ଦେଖା ଯାଉଥିବା ଅନ୍ୟ ଅଳଙ୍କାର ସାମଗ୍ରୀଠାରୁ ଏ ସବୁ ଯଥେଷ୍ଟ ଉନ୍ନତମାନର ଏବଂ ତା’ ସହିତ ଏହା ଡୁପ୍ଲିକେଟ ନୁହେଁ ବୋଲି ସିଂ ଦାବି କରିଛନ୍ତି। ଅପରପକ୍ଷରେ କେରଳ ଏବଂ ଗୁଜରାଟ ଭଳି ସହରର ପ୍ରମୁଖ ନାମୀଦାମୀ କାରଖାନାରୁ ଏହା ଆମଦାନୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri