ଜଣ୍ଡିସ୍‌ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୯ା୪: ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷରେ ଜିଲାର ଏବେ ଏକ ନୂଆ ସମସ୍ୟା ଜଣ୍ଡିସ୍‌। ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଏପରି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପାନୀୟ ଜଳ ସମସ୍ୟାରେ ଏହି ରୋଗ ବଢ଼ୁଥିବା ଜିଲାରେ ଏବେ ଆଲୋଚନା ହେଉଛି। ଭୂଗର୍ଭ ଜଳ ସଙ୍କଟରେ ଥିବା ଜିଲାରେ ପାଉଚ, ବୋତଲ, ଲସି, ଆଇସକ୍ରିମ ଆଦି ଶୋଷ ମେଣ୍ଟାଉ ଥିବା ବେଳେ ଏହାର ମୂଳ ଭିତ୍ତିଭୂମି ପାଣିର ନମୁନା ସଂଗ୍ରହ କରି ଯାଞ୍ଚ କରାଯାଉନାହିଁ। ଯାହା ଏବେ ଜିଲାବାସୀଙ୍କ ଚିନ୍ତାର କାରଣ ସାଜିଛି।
ମହାକାଳପଡ଼ାର ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଖରାଦିନ ଆରମ୍ଭରୁ ଜିଲାର ଉପାନ୍ତ ଅଞ୍ଚଳରେ ଜଣ୍ଡିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ବର୍ଷ ମଧ୍ୟରେ ଏହି ରୋଗରେ ଜିଲାର ୧୪ ଲୋକଙ୍କ ମୃତ୍ୟୁ ହୋଇଛି। ଜଣ୍ଡିସ୍‌ ପାଇଁ ଅନ୍ୟ କାରଣ ଥିଲେ ମଧ୍ୟ ଅସ୍ବାସ୍ଥ୍ୟକର ପାନୀୟ ଜଳ ଏହାକୁ ଅଧିକ ଜଟିଳ କରିଛି। ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଜକନିକା, ରାଜନଗର, ଆଳି, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଲୁଣିଆ। ଏଥିସହ ଅନ୍ୟ ୪ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ସଙ୍କଟ ଥିବା ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ସର୍ଭେ ହୋଇଛି। ନଦୀଜଳକୁ ପାନୀୟ ଜଳ ଭାବେ ବ୍ୟବହାର ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି। ସମୟ ଅବଧି ସରିଥିଲେ ମଧ୍ୟ ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହୋଇନାହିଁ। ଫଳରେ ସାଧାରଣ ଲୋକ ଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ହୋଇ ବିଭିନ୍ନ ରୋଗରେ ପଡୁଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ କୁମାର ବେହେରା କହିଛନ୍ତି, ଅଧିକାଂଶ ନଳକୂପ ଅଚଳ। ଶୋଷ ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳରେ ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରିବାକୁ ପଡୁଛି। ତେବେ ଏହି ପାଣି କେବେ ସୁଦ୍ଧା ବ୍ୟବହାର କରିହେବ, ସେଥିନେଇ ତା’ ଉପରେ କୌଣସି ସୂଚନା ନାହିଁ। ବିଭିନ୍ନ ସ୍ଥାନରେ ନକଲି ପାଣି ପାଉଚ ଓ ବୋତଲ ଫ୍ୟାକ୍ଟ୍ରି ବ୍ୟବସାୟ ଲମ୍ବି ଚାଲିଛି। ସେହିପରି ଖରାଦିନେ ଆଇସକ୍ରିମ, ଲସି, ଫଳରସ ଆଦିର ଚାହିଦା ବଢ଼ିଛି। କାରଖାନାରେ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ନମୁନା ଜିଲା ପ୍ରଶାସନର ଅଧିକାରୀ ସଂଗ୍ରହ କରି ପରୀକ୍ଷା କରିବା ନଜିର ନାହିଁ। ଏପରି ପାଣି ପିଇବା ପରେ ଜଣ୍ଡିସ୍‌ ରୋଗ ବଢ଼ୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ବୀରେନ କୁମାର ଦାସ କହିଛନ୍ତି, ଦୁଇବର୍ଷ ପୂର୍ବେ ପାଣିରେ ଇକୋଲି ଥିବା ପରୀକ୍ଷା ପରେ ଜଣାପଡିଥିଲା। ସେହିପରି ପଡୋଶୀ ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଜିଲାରେ ପ୍ରବାହିତ ନଦୀ ଓ ନାଳରେ ମିଶୁଥିବାରୁ ଜଳ ଏବେ ରୋଗ ବାହକ ହୋଇଛି। ଏହାବ୍ୟତୀତ ଉନ୍ନୟନ କାର୍ଯ୍ୟ ସମୟରେ ଗଛକଟା ହେଉଥିଲେ ମଧ୍ୟ ଏହାର ପରିପୂରକ ଗଛ ଲଗାଯାଉନାହିଁ। ଖରାରେ ଅତିଷ୍ଠ ଲୋକ ପାଣି ପାଇଁ ଏବେ ପ୍ରଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଖରାଦିନେ ପାଣି ବ୍ୟବସ୍ଥା କରୁଥିଲେ ମଧ୍ୟ ତାହା ମାଠିଆ, ବ୍ୟାନର ଓ ଟଙ୍କା ଖର୍ଚ୍ଚରେ ସୀମିତ ରହୁଛି। ଜଳ ସଙ୍କଟ ଥିବା ଏହି ଜିଲାର ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ସେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜନସାଧାରଣଙ୍କୁ ଖରାରୁ ବଞ୍ଚତ୍ବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଏଥିସହ ପାନୀୟ ଜଳ ଯୋଗଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri