ତରଳିଲାଣି ୫୭୦ ନିୟୁତ ହାତୀ ଓଜନର ହିମବାହ

ଲଣ୍ଡନ, ୯।୪: ତାପମାତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି ବ୍ୟାପକ ପ୍ରଭାବିତ ହେବାରେ ଲାଗିଛି। ଏଥିଯୋଗୁ ସମଗ୍ର ପ୍ରାଣୀଜଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହେତୁ ହିମବାହ ତରଳିବାରେ ଲାଗିଛି। କେନ୍ଦ୍ରୀୟ ହିମାଳୟର ହିମବାହ ଦ୍ରୁତ ବେଗରେ ହ୍ରାସ ପାଇଛି, ଯେଉଁଥିପାଇଁ ୨୦୦୦ରୁ ୨୦୨୦ ମସିହା ମଧ୍ୟରେ ଗ୍ଲାସିଆଲ ଲେକ୍‌ (ହିମବାହ ତରଳି ସୃଷ୍ଟି ହୋଇଥିବା ହ୍ରଦ)ର ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୦ ବର୍ଷ ମଧ୍ୟରେ ହିମାଳୟରୁ ୨.୭ ଗିଗା ଟନ୍‌ (୨୭୦କୋଟି ଟନ୍‌) ଓଜନର ହିମବାହ ତରଳିଛି। ଏହା ୫୭୦ ନିୟୁତ ହାତୀଙ୍କ ଓଜନ ସହିତ ସମାନ ବୋଲି ବିଶେଷଜ୍ଞ ଦାବି କରିଛନ୍ତି। ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ସେଣ୍ଟ୍‌ ଆଣ୍ଡ୍ରେୟୁସ୍‌୍‌, ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସ, ଅଷ୍ଟ୍ରେଲିଆର ଗ୍ରାଜ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଏବଂ ଗର୍ନେଜ ମେଲୋନ ୟୁନିଭର୍ସିଟି ପକ୍ଷରୁ ହିମବାହ କ୍ଷୟ ବିଷୟରେ ଅଧ୍ୟୟନ କରାଯାଇଛି। ହିମବାହ ତରଳିବା କାରଣରୁ ହିମାଳୟ ପର୍ବତରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ପ୍ରଥମ ଥର ପାଇଁ ହିମାଳୟରୁ କ୍ଷୟ ହୋଇଥିବା ହିମବାହର ପରିମାଣ ଆକଳନ ବିଶେଷଜ୍ଞମାନଙ୍କ ଦ୍ୱାରା ସମ୍ଭବ ହୋଇଛି। ଅଧ୍ୟୟନ ସମ୍ପର୍କିତ ରିପୋର୍ଟର ବିସ୍ତୃତ ବିବରଣୀ ଜର୍ନାଲ୍‌ ‘ନେଚର ଜିଓସାଇନ୍ସ’ରେ ପ୍ରକାଶ ପାଇଛି। ହିମାଳୟର ଅନ୍ୟ ପାର୍ଶ୍ୱ ଅପେକ୍ଷା କେନ୍ଦ୍ରୀୟ ଅଞ୍ଚଳରେ ଅଧିକ ମାତ୍ରାରେ ହିମବାହ ତରଳୁଥିବା ବିଶେଷଜ୍ଞମାନେ ଲକ୍ଷ୍ୟ କରିଛନ୍ତି। ଗ୍ଲାସିଓ-ହାଇଡ୍ରୋଲୋଜିକାଲ ମଡେଲ ଜରିଆରେ ସାଟେଲାଇଟ୍‌ରୁ ସଂଗୃହୀତ ଡେଟା ଦ୍ୱାରା ହିମବାହ କ୍ଷୟ ସମ୍ପର୍କରେ ତଥ୍ୟ ହାସଲ କରାଯାଇଛି। ଅନ୍ୟପକ୍ଷେ ପୂର୍ବ ଅଧ୍ୟୟନଗୁଡ଼ିକର ବିଶେଷଜ୍ଞମାନେ ଏ ବିଷୟରେ ଅବଗତ ନ ଥିବା ରିପୋର୍ଟରେ କୁହାଯାଇଛି।
୨୦୦୦ରୁ ୨୦୨୦ ମଧ୍ୟରେ ହିମାଳୟରେ ପ୍ରୋଗ୍ଲାସିଆଲ୍‌ ଲେକ୍‌ ସଂଖ୍ୟା ବଢ଼ିଛି। ଗ୍ଲାସିଆଲ୍‌ ଲେକ୍‌ ସଂଖ୍ୟାରେ ୪୭% ବୃଦ୍ଧି ଘଟିଥିବାବେଳେ ଅଞ୍ଚଳରେ ୩୩% ଏବଂ ଆୟତନରେ ୪୨% ବୃଦ୍ଧି ଘଟିଛି। ହିମବାହ ତରଳିବା ପଛର ମୁଖ୍ୟ କାରଣ ଖୋଜି ବାହାର କରି ଏହାର ପ୍ରତିକାର କରିବା ବର୍ତ୍ତମାନ ସମୟରେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଗ୍ଲାସିଆଲ୍‌ ଲେକ୍‌ର ପରିମାଣ ବଢ଼ିବା ଯୋଗୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିବ। ଫଳରେ ତଳିଆ ଅଞ୍ଚଳ ଏବଂ ସମୁଦ୍ର ଆଖପାଖ ସହରକୁ ବିପଦ ମାଡ଼ିବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମେ ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri