ଟ୍ରଫି, ମାନପତ୍ର ନେଇଯାଅ, କାମ ଦିଅ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୭ା୪ (ଡି.ଏନ୍‌.ଏ.): କୋଭିଡ ମହାମାରୀ ସମୟରେ ନିଜର ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ରାଜ୍ୟ ବାହାରେ ଥିବା ପ୍ରାୟ ୬ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ମଟିଆଭଟା ଗ୍ରାମର ଆଦିବାସୀ ଝିଅ ମାନସୀ ବରିହା(୨୧)। ଏବେ ସେ ନିଜେ ଘେଶର ଆର୍ଥିକ ସଙ୍କଟରେ ଗତି କରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଟ୍ରଫି ଓ ମାନପତ୍ର ସବୁକୁ ଫେରାଇ ନେଇ ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ଠୋସ୍‌ କାମ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସମ୍ପ୍ରତି ତାଙ୍କ ବୃଦ୍ଧ ବାପା ଟିକୁନୁ ବରିହା (୮୦)ଙ୍କ ସ୍ବାସ୍ଥ୍ୟବସ୍ଥା ଭଲନାହିଁ। ତାଙ୍କୁ କିଛିଦିନ ହେଲା ଜ୍ୱର ହେଉଛି। ମାତ୍ର ହାତରେ ଟଙ୍କା ନଥିବାରୁ ସେ ତାଙ୍କ ପିତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିପାରୁ ନ ଥିବା ଜଣାଇଛନ୍ତି। ଅନ୍ୟପଟେ ତାଙ୍କ ସାନ ଭଉଣୀ ଦହନା ବରିହା (୧୩) ଅଷ୍ଟମ ଶ୍ରେଣୀ ପାଶ କରିଛନ୍ତି। ଗଁାରେ ହାଇସ୍କୁଲ ଅଛି। ମାତ୍ର ଟଙ୍କା ନଥିବାରୁ ତାଙ୍କର ନାମଲେଖା ହୋଇପାରୁନାହିଁ ବୋଲି ସେ ଜଣାଇଛନ୍ତି। ବାରମ୍ବାର ଗୁହାରି କଲେ ମଧ୍ୟ ଏଇ ଆଦିବାସୀ ପରିବାରକୁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ମିଳିନାହିଁ। କେତେବେଳେ କେମିତି କାମ ମିଳିଲେ ଦୈନିକ ମଜୁରିଆ ଭାବେ ମାନସୀ କାମ କରି ପରିବାର ଚଳାଉଥିବା କହିଛନ୍ତି।
୨୦୧୦ ମସିହାରେ ମାତା ବଳାସିନୀଙ୍କ ମୃତ୍ୟୁ ପରେ ବାଧ୍ୟହୋଇ ମାନସୀ ସପ୍ତମ ଶ୍ରେଣୀରୁ ପାଠ ପଢ଼ା ଛାଡି ନିଜ ପିତା ଟିକୁନୁଙ୍କ ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିଲେ। ୨୦୨୦-୨୧ ମସିହା କୋଭିଡ ମହାମାରୀ ସମୟରେ ସେ ତାମିଲନାଡୁ ପ୍ରଦେଶର ତିରୁଭାଲ୍ଲୁରସ୍ଥିତ ଏକ ଇଟାଭାଟିରେ ଥିଲେ। ସେଠାରେ ଇଟାଭାଟି ମାଲିକ ଶତାଧିକ ଦାଦନ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା ଦେଉଥିଲେ। ସେତେବେଳେ ଇଟାଭାଟି ମାଲିକଙ୍କ ନିର୍ଯାତନାକୁ ଏକ ମୋବାଇଲରେ ଭିଡିଓ ରେକର୍ଡିଂ କରି ବିଭିନ୍ନ ଲୋକଙ୍କ ପାଖକୁ ପଠାଇବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଭିଡିଓ ଦେଖି ରାଜ୍ୟ ତଥା ଜାତୀୟ ସ୍ତରର ସ୍ବେଚ୍ଛାସେବୀ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେହି ଇଟାଭାଟିରେ ଚଢ଼ାଉ କରି ୩ ଶହରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏହା ସହିତ ଆଖପାଖ ୩୦ଟି ଇଟାଭାଟିରେ ଚଢ଼ାଉ କରି ୬ ହଜାରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳେ ମାନସୀ ବରିହା ପ୍ରାଦେଶିକ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ, ଜାତୀୟ ମହିଳା କମିଶନ ସହ ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯାଇ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ଏବଂ ସମ୍ବର୍ଦ୍ଧନାରେ କିଛି ଅର୍ଥ ରାଶି ସହ ମାନପତ୍ର, ଟ୍ରଫି ତାଙ୍କୁ ଦିଆଯାଇଥିଲା। ମାତ୍ର ମାନସୀଙ୍କ ପରିବାରକୁ ଉପଯୁକ୍ତ ଥଇଥାନ କରିବା ପାଇଁ ଠୋକ୍‌ କର୍ମନିଯୁକ୍ତି ଓ ଜୀବିକା ଯୋଗାଇ ଦିଆଯାଇନଥିବାରୁ ତାଙ୍କ ପରିବାର ଘୋର ଆର୍ଥିକ ଅନଟନ ଗତି କରୁଛନ୍ତି ବୋଲି ମାନସୀ କହିଛନ୍ତି। ଏବେ ଘୋର ହାତାଶା ଭିତରେ ସେ ପାଇଥିବା ତାଙ୍କର ସମସ୍ତ ମାନପତ୍ର ଓ ଟ୍ରଫିକୁ ଫେରାଇ ନେଇ ତାଙ୍କ ଯୋଗ୍ୟତା ମୁତାବକ ଠୋସ୍‌ କାମ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି। ଏବେ ତାଙ୍କ ଭଉଣୀ ଦହନାଙ୍କ ପାଠ ପଢ଼ିବା ଏବଂ ବାପାଙ୍କ ଚିକିତ୍ସା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି। କୋଭିଡ ମହାମାରୀ ସମୟର ମାନସୀଙ୍କ ଏଭଳି ଦୁଃଖଦ କାହାଣୀ ରା୍ଯଯର ଚର୍ଚ୍ଚିତ ମହିଳା ସଶକ୍ତିକରଣ ଓ ମିଶନ ଶକ୍ତିର ଭିନ୍ନ ଏକ ଦିଗକୁ ଇଙ୍ଗିତ କରୁଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri