Odisha Elections 2024

ଚାଷ ଦେଲା ପରିଚୟ

ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ କାଦୋପଦର ଗ୍ରାମର ଯୁଧିଷ୍ଠିର ମାଝୀ ଏବଂ ତାଙ୍କର ସ୍ତ୍ରୀ ପ୍ରେମଶିଲା ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରି କି ଦମ୍ପତିଙ୍କ ସଫଳ ଚାଷକୁ ନେଇ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି।

ପ୍ରକାଶ ଯେ, ଯୁଧିଷ୍ଠିରଙ୍କ ୫ ଏକର ଚାଷ ଜମି ଥିବା ବେଳେ ଖରା ସମୟରେ ସେଠାକୁ ପାଣି ନ ଯିବାରୁ ଶୁଖିଲା ପଡୁଥିଲା। ଏହାପରେ ସେ ଲୁଥେରାନ୍ସ ସଂସ୍ଥାର ସହାୟତା କ୍ରମେ ଏକ ବଡ କୂଅ (ଡଗୱେଲ) ଖୋଲି ପନିପରିବା ଚାଷ ଆରମ୍ଭ କରିଥିଲେ। ପ୍ରଥମେ ସେ କମ ପରିମାଣର ପନିପରିବା ଚାଷ କରୁଥିଲେ। ତେବେ ସେଥିରେ ସେ ସଫଳ ହେବା ସହ ଅଧିକ ଉପାର୍ଜନ କରିବା ପରେ ତାଙ୍କ ମନୋବଳ ବଢିବା ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ ଆରମ୍ଭ କରିଥିଲେ। ଗତ କିଛି ଦିନ ତଳେ ସେ ନିଜ ଚାଷ ଜମିରୁ ପାତଳଘଣ୍ଟା, ବାଇଗଣ, ଫୁଲକୋବି ଅମଳ କରି ଏହାକୁ ବଜାରରେ ବିକ୍ରି କରି ଲାଭ ପାଇଥିଲେ। ଏବେ ତାଙ୍କ ଚାଷ ଜମିରେ ପିଆଜ, ସୂର୍ଯ୍ୟମୁଖୀ, ଆଖୁ, କୁମୁଡା ଆଦି ଚାଷ କରିଛନ୍ତି। ସେହିପରି ପ୍ରଥମ କରି ଚଳିତବର୍ଷ ୧୦ ଡିସମିଲ ଜମିରେ ଆଳୁଚାଷ କରିଥିଲେ। ଏଥିପାଇଁ ସେ ହଜାରେ ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ଅଢେଇ ମାସ ପରେ ଏବେ ସେ ୧୦ ଡିସମିଲରୁ ସାଢେ ଚାରି କୁଇଣ୍ଟାଲ ଆଳୁ ଅମଳ କରିଛନ୍ତି। ଏହି ଆଳୁ ଚାଷରେ ୫ଗୁଣା ଲାଭ ହୋଇଛି। ଯାହାକି ତାଙ୍କୁ ଆହୁରି ଉତ୍ସାହିତ କରିଛି। ଆସନ୍ତାବର୍ଷ ସେ ୧ ଏକର ଜମିରେ ଆଳୁ ଚାଷ କରିବେ ବୋଲି ପ୍ରକାଶ କରିଛନ୍ତି। ପନିପରିବା ଚାଷ ପାଇଁ ଏହି ଦମ୍ପତି ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ବେଳେ ସରକାରୀ ସହାୟତା ମିଳି ନ ଥିବା ପ୍ରକାଶ କରନ୍ତି। ଖରାଦିନେ ବଡ କୂଅରୁ ପାଣି ଶୁଖି ଯାଉଥିବା ବେଳେ ଚାଷ କାମରେ ବାଧା ସୃଷ୍ଟି ହେଉଛି । ତେଣୁ ସୋଲାର ପମ୍ପ ପ୍ରଦାନ କରାଗଲେ ଆହୁରି ପନିପରିବା ଚାଷ କରି ଉପକୃତ ହୋଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି ଦମ୍ପତି । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଓଲଟି ପଡିଲା ବସ୍‌: ୨ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ/ଫିରିଙ୍ଗିଆ,୨୮ା୫(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ) -କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିଆ ସାହି ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ‘ସାଲୁଙ୍କି’ ନାମକ ଘରୋଇ...

ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ...

ନିରଞ୍ଜନଙ୍କ ଅଫିସ୍‌ରେ ରେଡ୍‌ ଘଟଣା: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ଭଦ୍ରକ,୨୮ା୫(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟେଲ ଛକସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ରେଡ୍‌ କରାଯିବା ଓ ବିଜେଡି...

ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ...

ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ

ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍‌ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର...

ଶାହା କଲେ ଡାଇରେକ୍ଟ ଆଟାକ୍‌ , ତାମିଲନାଡୁରୁ ଲଢିଥା’ନ୍ତେ ନବୀନ, ହେଲେ…

ନିମାପଡ଼ା, ୨୮।୫: ନିମାପଡ଼ା ସଭାରୁ ଡାଇରେକ୍ଟ ଆଟାକ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ବରରେ...

ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ...

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri