୬ ପ୍ରକଳ୍ପ ହାତେଇଛି ପାଓ୍ବାରଗ୍ରୀଡ୍‌

ନୂଆଦିଲ୍ଲୀ,୨୫ା୩: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ (ଏସ୍‌ପିଭି) ଅର୍ଜନ କରିଥିବା ଜଣାପଡ଼ିଛି। ଏପରିକି ବହୁ ପ୍ରତିଯୋଗିତା ପରେ ବିଭିନ୍ନ ଟ୍ରାନ୍ସମିସନ ସିଷ୍ଟମ୍‌ ପ୍ରୋଜେକ୍ଟ ପାଇଁ ୬ଟି ପ୍ରକଳ୍ପର ସଫଳ ବିଡର ଭାବେ ପାୱାର ଗ୍ରୀଡ୍‌ ମନୋନୀତ ହୋଇଛି। ବିଶେଷକରି ବିଭିନ୍ନ ଘରୋଇ କ୍ଷେତ୍ରର ଖେଳାଳିଙ୍କ ସହ ମିଶିବା ଏବଂ ଶୁଳ୍କ ଆଧାରିତ ପ୍ରତିଯୋଗିତାରେ ସଫଳ ବିଡର ଭାବେ ଉଭାହୋଇଛି। ସେହିଭଳି ଆର୍‌ଇସି ପାଓ୍ବାର ଡେଭଲପମେଣ୍ଟ ଆଣ୍ଡ କନ୍‌ସଲଟାନ୍ସି ଲିମିଟେଡ୍‌ ଦ୍ୱାରା ପରିଚାଳିତ ଟିବିସିବି ବିଡିଂ ପ୍ରକ୍ରିୟାରେ ସାମିଲ ହୋଇ ପାଓ୍ବାରଗ୍ରୀଡ୍‌ ଉକ୍ତ ପ୍ରକଳ୍ପ ହାତେଇଛି। ଭାରତ ସରକାରଙ୍କ ଦ୍ୱାରା ସୂଚିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଉକ୍ତ ପ୍ରୋଜେକ୍ଟ ଏସ୍‌ପିଭିଗୁଡ଼ିକରେ ଖାଭ୍‌ଡା ଆର୍‌ଇ ଟ୍ରାନ୍ସମିସନ ଲିମିଟେଡ୍‌, କେପିଏସ୍‌୨ ଟ୍ରାନ୍ସମିସନ୍‌ ଲିମିଟେଡ୍‌,କେପିଏସ୍‌୩ ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଖାଭ୍‌ଡା ୨-ବି ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଖାଭ୍‌ଡା ୨-ସି ଟ୍ରାନ୍ସମିସନ୍‌ ଲିମିଟେଡ୍‌, ଇଆର୍‌ଡବ୍ଲ୍ୟୁଆର୍‌ ଟ୍ରାନ୍ସମିସନ୍‌ ଲିମିଟେଡ୍‌ ଅନ୍ତର୍ଭୁକ୍ତ ରହିଛି। ଏପରିକି ପ୍ରଥମ ୫ଟି ପ୍ରକଳ୍ପ ଏସ୍‌ପିଭି ଗୁଜରାଟ ରାଜ୍ୟରେ ଟ୍ରାନ୍ସମିସନ ସିଷ୍ଟମ ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପଗୁଡ଼ିକ ୧୫,୦୦୦ ଏମ୍‌ଭିଏ ଏବଂ ୭୬୫ କେଭି/ଡିସିର ପରିବର୍ତ୍ତନ କ୍ଷମତା ସହ ତିନୋଟି ୭୬୫ କେଭି ସବ୍‌-ଷ୍ଟେଶନ ପ୍ରତିଷ୍ଠା କରିବ।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri