କମ୍ପ୍ୟୁଟର କିଣାରେ ଅନିୟମିତତା

ବାଲେଶ୍ୱର ଅଫିସ,୨୪।୩: ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ନାମରେ ପୂର୍ବରୁ ବେଆଇନ୍‌ ନିଯୁକ୍ତି, ପାଠ୍ୟ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ରହିଆସିଥିବା ବେଳେ ଏବେ ୫-ଟି ରୂପାନ୍ତରଣ ବିଦ୍ୟାଳୟ ପାଇଁ କମ୍ପ୍ୟୁଟର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଜିଲାରେ ୫-ଟି ରୂପାନ୍ତରଣରେ ସରକାରୀ ଉଚ୍ଚବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ସୌନ୍ଦର୍ଯ୍ୟକରଣଠାରୁ ଆରମ୍ଭ କରି ବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ଏହି କ୍ରମରେ ଜିଲାର ୧୮୫ ଉଚ୍ଚ ବିଦ୍ୟାଳୟ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ହଜାର କମ୍ପ୍ୟୁଟର କିଣାଯିବା ଲାଗି ଜିଲା ଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ହୋଇଛି, ଯାହାକୁ ନେଇ ବିଭାଗର ସ୍ବଚ୍ଛତା ଉପରେ ସନ୍ଦେହ ଉପୁଜିଛି। କମ୍ପ୍ୟୁଟର କିଣାଯିବା ନେଇ କିଛି ସଂସ୍ଥା ଅଭିଯୋଗ ଆଣିଛନ୍ତି ଯେ, ସରକାରୀ କାର୍ଯ୍ୟରେ ଯେକୌଣସି ସାମଗ୍ରୀ କ୍ରୟ ପାଇଁ ସରକାରୀ ଇ-ମାକେର୍ଟରେ ପ୍ରବେଶ କରିବାକୁ ହୁଏ। ମାତ୍ର ଜିଲା ଶିକ୍ଷା ବିଭାଗ ତରଫରୁ କମ୍ପ୍ୟୁଟର କିଣାରେ ଓପନ୍‌ ଟେଣ୍ଡର ହୋଇଛି। ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର ନେଇ ସରକାର ମେକ୍‌ ଇନ୍‌ ଇଣ୍ଡିଆ ଉପରେ ଗୁରୁତ୍ୱ ଦେବା ସହ ବିଦେଶୀ ସାମଗ୍ରୀ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। ମାତ୍ର ଭାରତରେ ପ୍ରସ୍ତୁତ ହେଉ ନ ଥିବା କମ୍ପାନୀର କମ୍ପ୍ୟୁଟର ୫-ଟି ସ୍କୁଲ ପାଇଁ କିଣିବାକୁ କାହିଁକି ନିଷ୍ପତ୍ତି ହୋଇଛି ସେନେଇ ପ୍ରଶ୍ନ ଉଠିଛି। ଖୋଲା ବଜାରରେ ପ୍ରତି ଲେନୋଭୋ କମ୍ପ୍ୟୁଟରର ମୂଲ୍ୟ ୨୫ରୁ ୨୮ ହଜାର ଟଙ୍କାରେ ଉପଲବ୍ଧ ଥିବାବେଳେ ଟେଣ୍ଡର ପାଇଥିବା ଭୁବନେଶ୍ୱରର ସଂସ୍ଥା ‘ମାକ୍ସ ପାୱାର’କୁ ୩୯ ହଜାର ଟଙ୍କାରେ ଯୋଗାଣ ପାଇଁ ଚୁକ୍ତି କରାଯାଇଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଜିଲାରେ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକରୁ ୫-ଟି ରୂପାନ୍ତରଣ ନଁାରେ ବ୍ୟାପକ ଅର୍ଥ ହରିଲୁଟ୍‌ ହେଉଛି। ଏନେଇ ଜିଲାବ୍ୟାପୀ ଅଭିଯୋଗ ଆସୁଥିବା ବେଳେ ଜିଲା ପ୍ରଶାସନ କିମ୍ବା ଜିଲା ଶିକ୍ଷା ବିଭାଗର ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି।
ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର କହିଛନ୍ତି, ୫-ଟିର ପର୍ଚେଜ୍‌ କମିଟି ଦ୍ୱାରା ଆଦୃତ ହେବା ପରେ ବିଜ୍ଞାପନ ବାହାରିଥିଲା। କମ୍ପ୍ୟୁଟର ସମ୍ବନ୍ଧୀୟ ଦିଆଯାଇଥିବା ସ୍ପେଶିଫିକେସନ୍‌କୁ ଆଧାର କରି ପ୍ରଥମେ ଟେକ୍ନିକାଲ ବିଡ୍‌ ଏବଂ ପରେ ଫାଇନାନ୍ସିଆଲ୍‌ ବିଡ୍‌ ପାଇଁ ବିଡ଼ରଙ୍କ ଓପନ୍‌ ଟେଣ୍ଡର ଖୋଲାଯାଇଥିଲା। ଲଏଷ୍ଟ ଟେଣ୍ଡରଧାରୀଙ୍କୁ ବିଭିନ୍ନ ବ୍ଲକରେ ଥିବା ୫-ଟି ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଆବଶ୍ୟକ ଥିବା କମ୍ପ୍ୟୁଟରକୁ ବିଡିଓଙ୍କ ମାଧ୍ୟମରେ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇ ନ ଥିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri