Posted inଜାତୀୟ

ଅର୍ଥ ଫେରସ୍ତର ତଦାରଖ ଲାଗି ନିଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ, ୨୧ା୩ (ସ୍ବ.ପ୍ର.):ଚିଟ୍‌ଫଣ୍ଡ କମ୍ପାନୀ ସାହାର ଗ୍ରୁପ୍‌ ଦ୍ୱାରା ଠକାମିର ଶିକାର ହୋଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତର ତଦାରଖ କରିବା ଲାଗି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତ ନିଯୁକ୍ତ କରିବେ ବୋଲି ସୋମବାର କହିଛନ୍ତି। ନିକଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଆବେଦନ କରି କହିଥିଲେ ଯେ, ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ସକାଶେ ସେବି-ସାହାରା ଆକାଉଣ୍ଟରୁ ୫,୦୦୦ କୋଟି ଟଙ୍କା ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟିଜ୍‌କୁ ହସ୍ତାନ୍ତର କରାଯାଉ। ବିଚାରପତି ଏମ୍‌ଆର୍‌ ଶାହା ଓ ସିଟି ରବିକୁମାରଙ୍କ ନେଇ ଗଠିତ ଦୁଇଜଣିଆ ପୀଠ ଏ ସଂକ୍ରାନ୍ତରେ ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ମାର୍ଚ୍ଚ ୨୭ରେ ସୁପ୍ରିମକୋର୍ଟ ପରବର୍ତ୍ତୀ ରାୟ ଶୁଣାଇବେ।
ସୋମବାର ଏହି ମାମଲାର ଶୁଣାଣି କରି ପୀଠ ପକ୍ଷରୁ କୁହାଯାଇଛି ଯେ, ଅର୍ଥ ଫେରସ୍ତ ନେଇ ଗଠିତ ହେବାକୁ ଥିବା କମିଟିରେ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟିଜ୍‌ ଏକ ଅଂଶ ହୋଇରହିବ। ଅବସରପ୍ରାପ୍ତ ବିଚାରପତିଙ୍କୁ ସହାୟତା କରିବା ଲାଗି ଆମିକସ କ୍ୟୁରିଙ୍କୁ ମଧ୍ୟ ନିଯୁକ୍ତ କରାଯାଇପାରେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜମାକାରୀଙ୍କୁ ଅର୍ଥ ଫେରସ୍ତ ଦିଗରେ ସ୍ବଚ୍ଛତା ବଜାୟ ରଖିବା ଲାଗି ପୂର୍ବରୁ ମାମଲା ଲଢ଼ିଥିବା ବରିଷ୍ଠ ଓକିଲ କପିଲ ଶିବଲ ଓ ଅନ୍ୟ ଆଇନଜୀବୀଙ୍କ ଠାରୁ ପୀଠ ମଧ୍ୟ ପ୍ରସ୍ତାବ ଲୋଡ଼ିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଉପସ୍ଥାପନ କରିଥିବା ତଥ୍ୟରେ ଦର୍ଶାଇଥିଲେ ଯେ ସେବି-ସାହାରା ଆକାଉଣ୍ଟରେ ୨୩,୯୩୭ କୋଟି ଟଙ୍କା ଅବବ୍ୟହୃତ ହୋଇ ପଡ଼ିରହିଛି। ସାହାରା ଗ୍ରୁପ୍‌ ଦ୍ୱାରା ଠକାମିର ଶିକାର ହୋଇଥିବାରୁ ଜମାକାରୀମାନଙ୍କୁ ସେଥିରୁ ତୁରନ୍ତ ଅର୍ଥ ଫେରସ୍ତ କରାଯାଉ। ମେହେଟା ଯୁକ୍ତି ଦର୍ଶାଇଥିଲେ ଯେ, ଏ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଦିଆଯିବାକୁ ଥିବା ଅର୍ଥ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ରଖାଯାଉ, ଯାହାଫଳରେ ତାହାକୁ ତଦାରଖ କରିବା ସହଜ ହେବ। ଶୁଣାଣି ବେଳେ ବିଚାରପତି ଏମ୍‌ଆର୍‌ ଶାହା କହିଛନ୍ତି, ଫେରସ୍ତ ହେବାକୁ ଥିବା ଅର୍ଥ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବା ଦରକାର। ଏ କ୍ଷେତ୍ରରେ ସେମାନେ ଯେଭଳି ହଇରାଣ ନ ହେବେ ସେହି ଦିଗକୁ ଦୃଷ୍ଟି ଦିଆଯିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ, ଆଇନଜୀବୀ ସୁରେଶ ତ୍ରିପାଠୀ ଦାଖଲ କରିଥିବା ଦସ୍ତାବିଜ୍‌ରେ ଉଲ୍ଲେଖ କରିଥିଲେ ଯେ, ରିଟ୍‌ ପିଟିଶନ କରିଥିବା ବ୍ୟକ୍ତିମାନେ ଓଡ଼ିଶାରେ ମଧ୍ୟ ବହୁ ଚିଟ୍‌ଫଣ୍ଡ କମ୍ପାନୀ ରହିଥିବା ଦର୍ଶାଇଛନ୍ତି। ସଲିସିଟର ଜେନେରାଲ ମେହେଟା କହିଥିଲେ ଯେ ପ୍ରାରମ୍ଭିକ ଅବସ୍ଥାରେ ସାହାରା ଗ୍ରୁପ୍‌ କଥାକୁ ଦେଖାଯାଉଛି ଓ ପରବର୍ତ୍ତୀ ସମୟରେ ଅନ୍ୟ ଚିଟ୍‌ ଫଣ୍ଡ୍‌ ସଂକ୍ରାନ୍ତ ବିଷୟକୁ ବିଚାରକୁ ନିଆଯିବ।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ମେହେଟା କହିଥିଲେ ଯେ, କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରିବା ଲାଗି ସାହାରା-ସେବି ନିକଟରେ ଥିବା ଅର୍ଥକୁ ବ୍ୟବହାର କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri