ପରକୀୟା ପ୍ରୀତିରୁ ବଧୂ ହତ୍ୟା ଘଟଣା: ନ୍ୟାୟ ଦାବିରେ ବାପଘର ଲୋକଙ୍କ ଧାରଣା

ନୀଳଗିରି,୨୦।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଗରଡ଼ି ଗାଁରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ବଧୂହତ୍ୟା ଘଟିଥିଲା। ଏହି ଘଟଣାରେ ୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ କେବଳ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଦୁଇଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସୋମବାର ପୂର୍ବାହ୍ନରେ ନ୍ୟାୟ ଦାବିରେ ବରହମପୁର ଥାନା ଆଗରେ ମୃତ ମହିଳାଙ୍କ ବାପଘର ଲୋକେ ଧାରଣାରେ ବସିଥିଲେ। ନୀଳଗିରି ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣ ସଦଳବଳେ ବରହମପୁର ଥାନାରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ ଦୁଇଦିନ ମଧ୍ୟରେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
କପ୍ତିପଦା ଥାନା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତାଙ୍କୁ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ଦୀପ୍ତିକିଶୋର ବେହେରା ୪ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବାହାଘର ୬ମାସ ପରେ ଦୀପ୍ତିଙ୍କ ମା’ ବାପାଙ୍କ ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବି କରି ମାର୍‌ପିଟ୍‌ କରିଆସୁଥିଲେ। ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ବୈଠକ କରି ବୁଝାଶୁଝା କରିଥିଲେ। ଉକ୍ତ ଘଟଣା ବାରମ୍ବାର ହେବା ପରେ ଏ ନେଇ ଗତ ୨୦୨୦ ଜୁଲାଇ ୧୬ରେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଝିଅର ଭବିଷ୍ୟତକୁ ଲକ୍ଷ୍ୟ କରି ଉଭୟଙ୍କ ମଧ୍ୟରେ ଥାନାରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ବିରୋଧ କରିଥିଲେ ସବିତା। ଶୁକ୍ରବାର ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍‌ ହୋଇଥିଲା। ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାରପିଟ୍‌ ଯୋଗୁ ସବିତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ପ୍ରଶାନ୍ତ ମଣ୍ଡଳ ଶନିବାର ବରହମ୍‌ପୁର ଥାନାରେ ସ୍ବାମୀ ଦୀପ୍ତିକିଶୋର ବେହେରା, ଶାଶୁ କମଳା ବେହେରା, ମମତା ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ବରହମପୁର ଥାନାରେ ଏକ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରାଯାଇ ସ୍ବାମୀ ଦୀପ୍ତି କିଶୋର ବେହେରାଙ୍କୁ ଅଟକ ରଖି ତଦନ୍ତ କରାଯାଉଛି। ଅନ୍ୟ ଦୁଇଜଣଙ୍କ ସମ୍ପର୍କରେ ତଦନ୍ତ ନ ହେବାରୁ ନ୍ୟାୟ ଦାବିରେ ମୃତ ମହିଳାଙ୍କ ବାପଘର ଲୋକେ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri