ଆଉ ଜାଲରେ ପଡୁନାହାନ୍ତି ଇଲିଶି

ଭୋଗରାଇ, ୩୦।୭(ପ୍ରଦୀପ ଦାସ)-ଆଷାଢରୁ ଭାଦ୍ରବ ମାସ ଯାଏ ସୁବର୍ଣ୍ଣରେଖା ମୁହାଣରୁ ପ୍ରଚୁର ଇଲିଶି ମାଛ ଧରାଯାଇଥାଏ। ବାଲେଶ୍ୱର ଜିଲା ସମୁଦ୍ର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଏହି ମାଛ ଧରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ଏହା ମତ୍ସ୍ୟଜୀବୀଙ୍କ ରୋଜଗାରର ମୁଖ୍ୟ ପନ୍ଥା ହୋଇଥିବାବେଳେ ଆଗଭଳି ଆଉ ଇଲିଶି ମିଳୁନାହାନ୍ତି। ଫଳରେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଅନ୍ୟ ମାଛ ତୁଳନାରେ ସୁବର୍ଣ୍ଣରେଖା ମୁହାଣରୁ ଧରାଯାଉଥିବା ଇଲିଶିର ଚାହିଦା ଅଧିକ ରହିଛି। ଏହି ମାଛ ଅଧିକ ସ୍ବାଦିଷ୍ଟ ହୋଇଥିବାରୁ ଖାଉଟିମାନେ ଆଗ୍ରହର ସହ ଏହାକୁ କିଣିଥାନ୍ତି। ଏଥର ଶ୍ରାବଣ ମାସ ଆରମ୍ଭ ହୋଇଥିଲେ ମଧ୍ୟ ମୌସୁମୀ ବର୍ଷାର ଅନିୟମିତତା ଓ ପ୍ରତିକୂଳ ପାଗ ଯୋଗୁ ଇଲିଶି ଉତ୍ପାଦନ ହ୍ରାସ ପାଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି।
ସୁବର୍ଣ୍ଣରେଖା ମୁହାଣ ନିକଟରୁ ଏବେ ଦୈନିକ ୫ରୁ ୬ ଟନ୍‌ ଇଲିଶି ଧରାଯାଇ ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଚୌମୁଖ, କଷାଫଳ, ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରେ ବିକ୍ରି କରାଯାଉଛି। ସେହିପରି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ମତ୍ସ୍ୟ ଅବତରଣ କେନ୍ଦ୍ରରେ ବାଲେଶ୍ୱର ମତ୍ସ୍ୟଜୀବୀ ମଧ୍ୟ ଇଲିଶି ବିକ୍ରି କରିଥାନ୍ତି। ଅନ୍ୟ ବର୍ଷରେ ଦୈନିକ ୨୦ରୁ ୨୫ ଟନ୍‌ ଇଲିଶି ଧରାଯାଉଥିବା ବେଳେ ଉତ୍ପାଦନ କ୍ରମେ ହ୍ରାସ ପାଉଥିବାରୁ ଏହାର ବଜାର ଦର ଅଧିକ ରହିଛି। ଏଥର ଛୋଟ ଇଲିଶି ୫ଶହ ଓ ବଡ ଇଲିଶି କେଜି ୧ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ମାଛମରା ଟ୍ରଲର ଓ ମତ୍ସ୍ୟଜୀବୀମାନେ ଆଷାଢ ମାସରୁ ମାଛଧରା ଆରମ୍ଭ କରିଥିଲେ ମଧ୍ୟ ଦିନେ ଦିନେ ଇଲିସି ନ ପାଇ ଖାଲି ହାତରେ ଫେରୁଛନ୍ତି। ସାଧାରଣତଃ ମୌସୁମୀ ବର୍ଷା ହେଲେ ନଦୀ ମୁହାଣ ଦେଇ ମଧୁର ଜଳ ସମୁଦ୍ରକୁ ପ୍ରବେଶ କରିଥାଏ। ଏହି ସମୟରେ ପୂର୍ବାଳି ପବନରେ ବାଂଲାଦେଶ ଓ ମ୍ୟାନମାର ଗଭୀର ସମୁଦ୍ରରୁ ଇଲିଶି ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନଦୀ ମୁହାଣକୁ ଚାଲିଆସି ମଧୁରଜଳରେ ଯାଆଁଳ ଛାଡ଼ିଥାନ୍ତି। ଏହି ସମୟରେ ମତ୍ସ୍ୟଜୀବୀମାନେ ଜାଲ ବିଛାଇ ସମୁଦ୍ରରେ ପ୍ରଚୁର ଇଲିଶି ଧରିଥାନ୍ତି। ଜଳବାୟୁର ପରିବର୍ତ୍ତନ ଓ ଅସ୍ବାଭାବିକ ମୌସୁମୀ ବର୍ଷା ଇଲିଶି ଉତ୍ପାଦନରେ ବାଧକ ହୋଇଥିବାରୁ ମତ୍ସ୍ୟଜୀବୀମାନେ ହତାଶ ହେଉଛନ୍ତି। ଅନ୍ୟପକ୍ଷେ ଇଲିସି ପ୍ରତି ଦୁର୍ବଳତା ରଖୁଥିବା ନିମ୍ନ ମଧ୍ୟବିତ୍ତଶ୍ରେଣୀର ଲୋକେ ଅଧିକ ଚଢାଦର ଦେଇ ଇଲିଶି କିଣିପାରୁ ନ ଥିବା କହିଛନ୍ତି।
ବାଲେଶ୍ୱର ଉପକୂଳରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାରର ଆର୍ଥିକ ମାନଦଣ୍ଡ ମତ୍ସ୍ୟ ସମ୍ପଦ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅନେକ ଅଭିଯୋଗ କରିଛନ୍ତି। ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ଲାଇଫ ଜ୍ୟାକେଟ୍‌ ଦିଆଯାଉନାହିଁ କି ଟ୍ରଲରରେ ଜରୁରୀ ସୂଚନା ଦେବା ନିମନ୍ତେ ଡାଟା ମେଶିନ୍‌ ଲଗାଯାଉ ନ ଥିବା ଗମ୍ଭାରିଆ ଗ୍ରାମର ଡଙ୍ଗା ମାଲିକ କୈଳାସ ଚନ୍ଦ୍ର ଗଙ୍ଗେଇ କହିଛନ୍ତି। କୀର୍ତ୍ତନିଆ ଗ୍ରାମର ଜୟଦେବ ବେହେରା ଓ ସାହାପୁର ଗ୍ରାମର ମତ୍ସ୍ୟଜୀବୀ ନିତ୍ୟାନନ୍ଦ ବେହେରା ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଗଣେଶ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ମୌସୁମୀ ବର୍ଷା ଆଶାନୁରୂପ ନ ହେବାରୁ ଏହାର ପ୍ରଭାବ ଇଲିଶି ଉତ୍ପାଦନ ଉପରେ ପଡିଛି। ଏଠାରେ ୨୪୦ଟି ଛୋଟ, ବଡ଼ ଡଙ୍ଗାର ପଞ୍ଜୀକରଣ କରାଯାଇ ୧୦୭ ଡଙ୍ଗାରେ ଡାଟା ମେଶିନ୍‌ ଲଗାଯାଇଛି। ଲାଇଫ୍‌ ଜ୍ୟାକେଟ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri