ଅନ୍ଧାରୀ ଛକ-ସାହାଡ଼ାକୋଳି ରାସ୍ତା ନିର୍ମାଣରେ ଦୁର୍ନୀତି

କୋରେଇ,୧୭।୩(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଛି। ଏଥିମଧ୍ୟରୁ ଏନ୍‌ଏଚ ୨୧୫ ଅନ୍ଧାରୀ ଛକ କିଆପଦା ଭାୟା ସାହାଡ଼ାକୋଳି ୩.୪ କି.ମି.ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୬ କୋଟି ୭୨ ଲକ୍ଷ ୨୧ ହଜାର ଟଙ୍କାର ବ୍ୟୟ ବରାଦ ହୋଇଥିଲା ା ଠିକାଦାର ଉଦୟଭାନୁ ପତିଙ୍କୁ ସେହି କାମର ଟେଣ୍ଡର ମିଳିଥିଲା । କୌଣସି କାରଣରୁ କାମ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତବର୍ଷ ୨୦୨୩ ଏହି ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି । କାମ ଆରମ୍ଭରୁ ଜମି ଅଧିଗ୍ରହଣ ଓ ଚାଷ ଜମିରୁ ମାଟି ତାଡିବାକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ କାମ ପାଇଁ ୩ କୋଟି ୪୮ଲକ୍ଷ ୮୮ ହଜାର ଟଙ୍କାର ବିଲ ଅନୁମୋଦିତ ହୋଇଥିବା ବେଳେ କଂକ୍ରିଟ କାମ ପାଇଁ ୧ କୋଟି ୨୦ ଲକ୍ଷ ୫୮ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି । ସେହିପରି ୩୦୦ ମିଟର ଷ୍ଟୋନ ପ୍ୟାକିଂ ପାଇଁ ୧୩ ଲକ୍ଷ ୯୯ ହଜାର, ରେଟିଂ ୱାଲ ୩୧୫ ମିଟର ୩୧ ଲକ୍ଷ ୮୫ ହଜାର, କଂକ୍ରିଟ ଡ୍ରେନେଜ ପାଇଁ ୧୦ ଲକ୍ଷ, କେଏମ୍‌ ଷ୍ଟୋନ ସାଇନ ବୋର୍ଡ ଏବଂ ଲୋଗୋ ଇତ୍ୟାଦି ପାଇଁ ୨ ଲକ୍ଷ, ୧୨ଟି କ୍ରସ ଡ୍ରେନେଜ ଷ୍ଟ୍ରକଚର୍‌ ପାଇଁ ୧୦ ଲକ୍ଷ ୮୫ ହଜାର, ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୭ ଲକ୍ଷ ୫୦ ହଜାର, ଏବଂ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ମେଣ୍ଟେନାନ୍ସ ପାଇଁ ୨୪ ଲକ୍ଷ ୯୪ ହଜାର ଟଙ୍କାକୁ ମିଶାଇ ସମୁଦାୟ ୬ କୋଟି ୭୨ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ଏଗ୍ରିମେଣ୍ଟରେ ଉଲ୍ଲେଖ ରହିଛି । ହେଲେ ସେହି କାମ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର ନିଜ ମର୍ଜିରେ କେବଳ ମାଟି,ଦଷ୍ଟ ଓ ସାମାନ୍ୟ ବଜୁରୀ ଦେଇ ରାସ୍ତାର ମୁଳଦୁଆ ତିଆରି କରୁଛନ୍ତି। ଆବଶ୍ୟକ ଅନୁଯାୟୀ ପାଣି ଦିଆଯାଇ ରୋଲିଂ କରାଯାଉନାହିଁ । କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଯେନେତେନ ପ୍ରକାର କାମ କରି ଅର୍ଥରାଶି ହରିଲୁଟ କରିବାକୁ ଠିକାଦାର ମସୁଧା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା କ ଚାଷଜମି ରହିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ୧୧ ଲକ୍ଷ ଟଙ୍କା ବରାଦ ହୋଇଛି । ବିଡମ୍ବନାର ବିଷୟ ଠିକାଦାର କୌଣସି ଚାଷୀଙ୍କୁ କ୍ଷତିପୂରଣ ନ ଦେଇ ଧମକଚମକ ଦେଇ ଜମି ଅଧିଗ୍ରହଣ କରୁଥିବା ଏକାଧିକ ଚାଷୀ କହିଛନ୍ତି । ସ୍ଥାନୀୟ କେତେଜଣ ପ୍ରଭାବଶାଳୀ ନେତାଙ୍କୁ ହାତ କରି ବ୍ୟାସନଗର ତହସିଲର ଅଗୋଚରରେ ରାସ୍ତା କଡରେ ଥିବା ଚାଷଜମି, ଗୋଚର, ଓ ସରକାରୀ ଜମିକୁ ତାଡ଼ି ରାସ୍ତାର ମୂଳଦୁଆ ତିଆରି ନିମନ୍ତେ ପ୍ରଚୁର ମାଟି ସଂଗ୍ରହ କରାଯାଉଛି। ଫଳରେ ବିଶାଳ ଗର୍ତ୍ତ ସୃଷ୍ଟି ହେବା ସହିତ ଏକାଧିକ ଏକର ଚାଷ ଜମି ନଷ୍ଟ ହୋଇଯିବା ସହ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏନେଇ ସ୍ଥାନୀୟ ଚାଷୀ ଅମୂଲ୍ୟ ରାଉତ ଓ କୃପାସିନ୍ଧୁ ରାଉତ ଅଭିଯୋଗ କରିବାରୁ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ପାଇଥିବା ଗୁଣ୍ଡାମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେହିପରି ବିଲ ମଝିରେ ଥିବା ଏକ ପୋଖରୀରୁ ପାଣି ଗାଡ଼ି ନେବା ପାଇଁ ଅନେକ ଲୋକଙ୍କ ବିଲ ହିଡ କାଟି ଠିକାଦାର ଜଳ ପରିବହନ କରୁଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ଜଣେ ଚାଷୀ କାଳନ୍ଦୀ ଚରଣ ରାଉତ କୋରେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସମସ୍ତେ ଚୁପ ରହୁଛନ୍ତି ା ଏହି କାରଣରୁ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ବଡଧରଣର ମୂଲଚାଲ ହୋଇଥିବା ସ୍ପଷ୍ଟ ବାରିହୋଇ ପଡୁଛି । ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାର ମିଳିମିଶି ସରକାରୀ ଅର୍ଥ ହେରଫେର କରୁଥିବା ଅଭିଯୋଗ ହେଉଛି । ମୋଟା ଅଙ୍କର ଦରମା ପାଉଥିବା ବାବୁମାନଙ୍କ ପାଇଁ ସରକାରୀ ନିୟମ ଯେମିତି କେବଳ ପ୍ରହସନ ପାଲଟିଛି । ଏନେଇ କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ଚାନ୍ଦଙ୍କୁ ପଚାରିବାରେ ବ୍ୟାସନଗର ତହସିଲରୁ ଅନୁମତି ନେଇ ମାଟି ସଂଗ୍ରହ କରାଯାଉଛି ା କାମ ସଠିକ ଭାବେ ନ ହେଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri