୨୦୨୨ରେ ୭.୬୦% ବଢ଼ିଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ବର,୧୭ା୩(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାଜ୍ୟର ସବୁ ଜିଲାପାଳ, ଏସ୍‌ପି, ଭୁବନେଶ୍ୱର-କଟକ ଅତିରିକ୍ତ କମିଶନର ଏବଂ ସବୁ ଆର୍‌ଟିଓଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କିପରି ହ୍ରାସ କରାଯାଇପାରିବ ସେନେଇ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ତଥ୍ୟ ଅନୁଯାୟୀ ୨୦୨୧ ବର୍ଷ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୭.୬୦ ପ୍ରତିଶତ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବର୍ଷ ୧୦ ପ୍ରତିଶତ ଲେଖା ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା କଥା।
ସଡ଼କ ସୁରକ୍ଷା ଜରିଆରେ ଏହା କରିବା ପାଇଁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ୨୦୨୨ ତଥ୍ୟ ଯାହା କହୁଛି, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁର, କୋରାପୁଟ, ଢେଙ୍କାନାଳ, ଭଦ୍ରକ, ବଲାଙ୍ଗୀର, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସୁବର୍ଣ୍ଣପୁର ଏବଂ ମାଲକାନଗିରିରେ ୧୦ ପ୍ରତିଶତ ସଡକ ଦୁର୍ଘଟଣାଜନିତ ମୃତ୍ୟୁହାର ବୃଦ୍ଧି ଘଟିଛି। ସଡକ ସୁରକ୍ଷା ଜରିଆରେ ଦୁର୍ଘଟଣା ରୋକିବା ସହିତ ମୂଲ୍ୟବାନ୍‌ ମଣିଷ ଜୀବନ ବଞ୍ଚାଇବାକୁ ପଡିବ। ପ୍ରତ୍ୟେକ ମଙ୍ଗଳବାର ‘ଜିରୋ ଟଲରାନ୍ସ’ ଦିନ ଭାବେ ଗ୍ରହଣ କରାଯିବ। ଏହିଦିନ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଦ୍ୱାରା ସଡକ ସୁରକ୍ଷା ଦିଗରେ ଯେଉଁ ଉତ୍ତରଦାୟିତ୍ୱ ରହିଛି ତାହାର ଠିକ୍‌ ପ୍ରମାଣ ଦେବାକୁ ହେବ। ସେହିପରି ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ୭ ଦିନ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଶୂନ କରିବାକୁ ପଡିବ। ଏହି ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପ୍ରମାଣ କରିବାକୁ ପଡିବ। ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଯେଉଁ ସପ୍ତାହେ ପାଳନ କରାଯିବ ତାର ଏସ୍‌ଓପି ପରିବହନ କମିଶନରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଜିଲାଗୁଡିକୁ ପଠାଇ ଦିଆଯାଇଛି। ଏହି ଲକ୍ଷ୍ୟକୁ ସଫଳତାର ସହିତ ପୂରଣ କରିବାକୁ ପଡିବ। ଏଥିଲାଗି ଜିଲାପାଳ ଏବଂ ଏସ୍‌ପି ସମସ୍ତେ ଧ୍ୟାନ ଦେବା ସହିତ ସବୁ ପ୍ରକାର ବ୍ୟବସ୍ଥା ଠିକ୍‌ ଭାବେ ହେବ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟସ୍ତରରୁ ଯଦି କିଛି ଆବଶ୍ୟକତା ପଡେ ତେବେ ସେନେଇ କ’ଣ କରାଯିବ ତାହା ଏସ୍‌ଓପିରେ ଉଲ୍ଲେଖ ରହିଛି।
ତେବେ ୨୦୨୨ ସଡ଼କ ଦୁର୍ଘଟଣାଜନିତ ତଥ୍ୟରେ ଯାହା ଉଲ୍ଲେଖ ରହିଛି ତାହା ସବୁଠାରୁ ଚିନ୍ତାଜନକ। ସଡକ ଦୁର୍ଘଟଣାରେ ଗଞ୍ଜାମ ଜିଲାରେ ୨୦୨୧ ତୁଳନାରେ ୨୦୨୨ରେ ୧୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମୃତ୍ୟୁହାରରେ ୧୦ ପ୍ରତିଶତ ବଢିଥିବା ଉଲ୍ଲେଖ ଅଛି। ସେହିପରି ସୁନ୍ଦରଗଡ଼ରେ ମୃତ୍ୟୁହାର ୫ ପ୍ରତିଶତ ଏବଂ ଦୁର୍ଘଟଣା ହାର ୧୬ ପ୍ରତିଶତ ବଢିଛି। କେନ୍ଦୁଝରରେ ମୃତ୍ୟୁହାର ୧୦ ପ୍ରତିଶତ ବଢିଥିବା ବେଳେ ଦୁର୍ଘଟଣା ୩ ପ୍ରତିଶତ ହ୍ରାସ ପାଇଛି। ଖୋର୍ଦ୍ଧାରେ ମୃତ୍ୟୁହାର ୧୬ ପ୍ରତିଶତ ଏବଂ ଦୁର୍ଘଟଣା ହାର ୨୨ ପ୍ରତିଶତ ବୃଦ୍ଧି ଘଟିଛି। ମୟୂରଭଞ୍ଜରେ ମୃତ୍ୟୁହାର ୪ ଏବଂ ଦୁର୍ଘଟଣା ହାର ୧୫ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଦେଖିବାକୁ ଗଲେ, କଟକ, ଯାଜପୁର, ବାଲେଶ୍ୱର, ଅନୁଗୋଳ, ବରଗଡ, କଳାହାଣ୍ଡି, ରାୟଗଡା, ନୂଆପଡା, ବୌଦ୍ଧ ଏବଂ ଗଜପତିରେ ଦୁର୍ଘଟଣାଜନିତ ମୃତ୍ୟୁହାର କମିଛି। ଅନୁଗୋଳରେ ୨୦୨୧ ତୁଳନାରେ ୨୧ ପ୍ରତିଶତ ମୃତ୍ୟୁହାର କମିଛି, ଏହା ରାଜ୍ୟରେ ସର୍ବାଧିକ। ସେହିପରି ସୋନପୁରରେ ୨୦୨୧ ବର୍ଷ ତୁଳନାରେ ୨୦୨୨ରେ ସର୍ବାଧିକ ୫୩ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁହାରରେ ବୃଦ୍ଧି ଘଟିଛି, ଯାହା ରାଜ୍ୟରେ ସର୍ବାଧିକ। ଢେଙ୍କାନାଳରେ ୩୮ ପ୍ରତିଶତ ଏବଂ ଭଦ୍ରକରେ ୩୬ ପ୍ରତିଶତ ମୃତ୍ୟୁହାର ବଢିଛି। ଅନ୍ୟପଟେ ଦେବଗଡ ଏବଂ ମାଲକାନଗିରିରେ ସଡ଼କ ଦୁର୍ଘଟଣା ହାର ସର୍ବାଧିକ ୩୩ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri