Posted inଜାତୀୟ

ଇ-ଫାର୍ମାସି ନିୟମ : ବନ୍ଦ ହେବ ଏସବୁ ଔଷଧ ଦୋକାନ, ସରକାର ଆଣିବେ ନୂଆ ଆଇନ…

ନୂଆଦିଲ୍ଲୀ,୧୫।୩ : ଯଦି ଆପଣ ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ ଦୋକାନ ପାଇଁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶରେ ଅନଲାଇନରେ କାର୍ଯ୍ୟ କରୁଥିବା ସମସ୍ତ ଦୋକାନକୁ ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଅନଲାଇନ ମେଡିସିନ ଦୋକାନ ବନ୍ଦ ହେବା ପଛରେ ସରକାର ଏହାର ମୁଖ୍ୟ କାରଣ ଦର୍ଶାଇଛନ୍ତି ଯେ ଔଷଧ ଅର୍ଡର କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଗଚ୍ଛିତ ହେଉଛି। ଯାହାକୁ ମଧ୍ୟ ଅପବ୍ୟବହାର କରାଯିବାର ଆଶଙ୍କା ରହିଛି। ସେଥିପାଇଁ ସରକାର ୨୦ ରୁ ଅଧିକ ଇ-ଫାର୍ମାସି କମ୍ପାନୀକୁ ମଧ୍ୟ ନୋଟିସ ପଠାଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଅନଲାଇନରେ ଔଷଧ ବିକ୍ରୟ କରୁଥିବା କମ୍ପାନୀଗୁଡିକ ବିରୋଧରେ ବିଲ ଅନେକ ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଯାହାଦ୍ୱାରା ଶୀଘ୍ର ଏହା ଉପରେ ଏକ ନୂତନ ନିୟମ ଲାଗୁ ହୋଇପାରିବ। ଇ-ଫାର୍ମାସି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ନୂତନ ନିୟମ ଉପରେ ଆଲୋଚନା ଚାଲିଛି। ମନ୍ତ୍ରୀ ମାନେ ଏହା ଉପରେ ନିଜର ମତ ଦେଇଛନ୍ତି ଏବଂ କହିଛନ୍ତି ଯେ ଇ-ଫାର୍ମାସିରେ ସବୁଠାରୁ ବଡ ବିପଦ ହେଉଛି ବ୍ୟକ୍ତିଗତ ସୂଚନା। ଯାହାକୁ ମଧ୍ୟ ଅପବ୍ୟବହାର କରାଯାଉଛି। ସେଥିପାଇଁ ଡିଜିଟାଲ ଦ୍ୱାରା ପରିଚାଳିତ ଔଷଧ ଦୋକାନ ବନ୍ଦ ହେବା ଜରୁରୀ ।

ଆଲୋଚନା ସମୟରେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ବ୍ୟକ୍ତିଙ୍କର ବ୍ୟକ୍ତିଗତ ସୂଚନା ଅନଲାଇନ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକରୁ ଗଚ୍ଛିତ ହେଉଛି। ଏଥି ସହିତ ଗ୍ରାହକଙ୍କଠାରୁ ବେଆଇନ ଭାବେ ଟଙ୍କା ମଧ୍ୟ ସଂଗ୍ରହ କରାଯାଉଛି। କେବଳ ଏତିକି ନୁହେଁ, ଡାକ୍ତରଙ୍କ ପ୍ରେସକ୍ରିପଶନ ବିନା କିଣାଯାଇଥିବା ଔଷଧ ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହେଉଛି। ଏହାର ଖରାପ ପ୍ରଭାବ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଗର୍ଭପାତ ପାଇଁ ଅନଲାଇନ ଔଷଧ ମହିଳାମାନଙ୍କୁ ଅଳ୍ପ ବୟସରେ ବାକରଣ ସମସ୍ୟାରେ ପୀଡିତ କରୁଛି।

ନ୍ୟୁ ଡ୍ରଗ ମେଡିକାଲ ଡିଭାଇସ ଏବଂ କସମେଟିକ୍ସ ବିଲ ୨୦୨୩ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ସହିତ ପୁରୁଣା ବିଲ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏନେଇ ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। କିନ୍ତୁ ବିଲ ବିଷୟରେ ଆଲୋଚନା ଚାଲିଛି। ଏହା କୁହାଯାଉଛି ଯେ ଖୁବ ଶୀଘ୍ର ସରକାରୀ ଏସମ୍ପର୍କିତ ସର୍କୁଲାର ମଧ୍ୟ ଜାରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri