ସରକାରୀ ସ୍ତରରେ ନାହିଁ ବଜାର ବ୍ୟବସ୍ଥା, ଫାଇଦାରେ ବ୍ୟବସାୟୀ

ମାଥିଲି,୧୫।୩ (ଡି.ଏନ.ଏ.): ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ଋତୁକାଳୀନ ବନଜାତ ଦ୍ରବ୍ୟ ମହୁଲ। ବଣ ପାହାଡ ଘେରା ମାଲକାନଗିରି ଜିଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ ଏହି ମହୁଲ ଫୁଲ ଅନ୍ୟତମ। ଫେବୃଆରୀ, ମାର୍ଚ୍ଚ,ଏପ୍ରିଲ ୩ ମାସ ଧରି ମହୁଲ ଫୁଲ ସଂଗ୍ରହ କରି ଆଦିବାସୀମାନେ ଏଥିରୁ ରୋଜଗାର କରିଥାନ୍ତି। ଏହାକୁ ସଂଗ୍ରହ କରିବା ପାଇଁ ପରିବାରର ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି। ସେମାନେ ଜଙ୍ଗଲ ଓ ଜମିରେ ଥିବା ମହୁଲ ଗଛ ନିକଟରେ ଜଗି ରହନ୍ତି। ପୂର୍ବାହ୍ନରୁ ଅପରାହ୍ନଯାଏ ଯେତେ ଫୁଲ ପଡେ ସେସବୁ ସାଙ୍ଗରେ ନେଇଥିବା ଏକ ବାଉଁଶ ତିଆରି ଚାଙ୍ଗୁଡ଼ିରେ ସଂଗ୍ରହ କରିଥାନ୍ତି। ସେମାନଙ୍କ ଦ୍ୱାରା ଦିନକୁ ୫୦ରୁ ୬୦ କିଲୋ ମହୁଲ ସଂଗ୍ରହ ହୋଇଥାଏ। ତେବେ ସରକାରଙ୍କ ପକ୍ଷରୁ ମହୁଲ ଫୁଲ ବିକ୍ରି ଲାଗି ବଜାର ସୁବିଧା ଏଯାଏ କରାଯାଇ ନ ଥିବାରୁ ଏହାର ଲାଭ ଉଠାଉଛନ୍ତି ବାହାର ବ୍ୟବସାୟୀ। ପ୍ରତ୍ୟେକ ବର୍ଷ ମାଲକାନଗିରି ଜିଲାରୁ ବହୁ ପରିମାଣରେ ଟନ୍‌ ଟନ୍‌ ମହୁଲ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ। ଜିଲାର ମାଥିଲି, ଖଇରପୁଟ, କୁଡ଼ମୁଲୁଗୁମା, ଚିତ୍ରକୋଣ୍ଡା, କୋରକୁଣ୍ଡା, ମାଲକାନଗିରି ଓ ପଡିଆ ବ୍ଲକରୁ ଅଧିକ ମହୁଲ ଫୁଲ ମିଳିଥାଏ। ସଂଗୃହୀତ ମହୁଲ ଫୁଲକୁ ଆଣି ସେମାନେ ଖରାରେ ଶୁଖାଇ ପରେ ନିକଟସ୍ଥ ହାଟ କିମ୍ବା ବ୍ୟବସାୟୀଙ୍କୁ ନେଇ ବିକ୍ରି କରିଥାନ୍ତି। କିଲୋପ୍ରତି ମହୁଲ ୧୬ରୁ ୧୮ ଟଙ୍କାରେ ବ୍ୟବସାୟୀମାନେ ସେମାନଙ୍କଠାରୁ କିଣି ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ଚାଲାଣ କରି କ୍ରୟ ଦରଠାରୁ ବହୁ ଅଧିକ ଦରରେ ବିକ୍ରି କରିଥାନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେଇ ବଜାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri