କୃତ୍ରିମ ଗୋଡ଼ ପାଇଁ ଠକୁଛି କମ୍ପାନୀ

ଏମ୍‌ଭି ୭୯,୭ା୩(ଡି.ଏନ୍‌.ଏ.): ନାବାଳକ ରାଜୀବ ବାଛାଡ଼ ଘରର ଦୁଃଖ କଷ୍ଟ ଦୂର କରିବାକୁ କମ୍‌ ବୟସରେ ପଥର ଖାଦାନରେ କାମ କରୁଥିଲେ। ମାତ୍ର ସାମାନ୍ୟ ଭୁଲ୍‌ ଯୋଗୁ ନିଜ ଗୋଡ଼ ହରାଇଲେ। ୧୮ ବର୍ଷ ନ ପୂରୁଣୁ ନାବାଳକଙ୍କୁ କାମରେ ଲଗାଉଥିବା ଗ୍ରାନାଇଟ୍ସ କମ୍ପାନୀ ଏହି ଦୁର୍ଘଟଣାକୁ ଲୋକଲୋଚନକୁ ନ ଆଣିବା ଏବଂ ପ୍ରଶାସନିକ ଅଡୁଆ ଏଡ଼ାଇବା ଲାଗି ପରିବାର ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲା। ସମୟକ୍ରମେ ଏବେ ପ୍ରତିଶ୍ରୁତି ଭୁଲିଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଏପରି ପ୍ରତିଶ୍ରୁତିରୁ ପ୍ରତାରଣାର ଶିକାର ହୋଇଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୭୯ ଗ୍ରାମର ବାବୁରାମ ବାଛାଡ଼ ଓ ଅନିମା ବାଛାଡ଼ଙ୍କ ପୁଅ ରାଜୀବ। ତାଙ୍କୁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ।
୨୦୨୧ରେ ସାବେରୀ ସରକାରୀ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିବା ରାଜୀବଙ୍କୁ ପରିବାରର ଦୁର୍ଦ୍ଦଶା ପଥର ଖାଦାନକୁ ନେଇଯାଇଥିଲା। ଯେଉଁ ବୟସରେ ସେ କଲେଜରେ ପାଠପଢ଼ି ଭଲ ମଣିଷ ହେବାକୁ ସ୍ବପ୍ନ ଦେଖୁଥିଲେ ସେ ବୟସରେ ହାତରେ ଧରିଲେ ପଥରଫଟା ଉପକରଣ। ତେବେ ଗତ ନଭେମ୍ବର ୨୦ ତାରିଖ ତାଙ୍କ ପାଇଁ ଆଣିଥିଲା ଦୁଃଖ। ପଥର ଖାଦାନରେ ଏକ ଦୁର୍ଘଟଣାର ଶିକାର ହେଲେ ରାଜୀବ ଆଉ ହରାଇ ବସିଲେ ଗୋଡ଼। ଦୁର୍ଘଟଣା ପରେ ବିବ୍ରତ ହୋଇ ପଡ଼ିଥିଲେ କମ୍ପାନୀ କର୍ତ୍ତୃପକ୍ଷ। ନାବାଳକ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଉଥିବା ନେଇ ନିୟମକାନୁନର ଜାଲରୁ ମୁକୁଳିବା ଲାଗି ସେ ରାଜୀବଙ୍କ ପରିବାର ନିକଟରେ ପହଞ୍ଚତ୍ ଦେଇଥିଲେ ବହୁ ପ୍ରତିଶ୍ରୁତି। ପରିବାରକୁ କ୍ଷତିପୂରଣ ବାବଦରେ ଅର୍ଥ ଦେବେ, କମ୍ପାନୀ ଥିବା ଯାଏ ରାଜୀବ ଦରମା ପାଇବେ ଏବଂ ତାଙ୍କର କୃତ୍ରିମ ଗୋଡ଼ ଲଗାଇ ଦେବେ ଏପରି ଅନେକ ପ୍ରତିଶ୍ରୁତିରେ ରାଜୀବ ଏବଂ ତାଙ୍କ ପରିବାର ଲୋକଙ୍କୁ ନୀରବ କରାଇବାରେ ସଫଳ ହୋଇଥିଲେ। ଏବେ ପଥର କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପୂରଣ କରିବା ବଦଳରେ ରାଜୀବଙ୍କ ସହ କରିଛନ୍ତି ଚଞ୍ଚକତା। ପ୍ରଥମେ ୫ ମାସର ଦରମା ଦେବା ପରେ ଆଉ ଦେଉନାହିଁ ସମ୍ପୃକ୍ତ ଗ୍ରାନାଇଟ୍ସ କମ୍ପାନୀ। ଏପରି ସ୍ଥିତିରେ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି ରାଜୀବ। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ପୁଅର ଚିକିତ୍ସା କରି ଭଲ କରିପାରନ୍ତୁ ବୋଲି କହିଛନ୍ତି ମାଆବାପା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri