ଆଦିବାସୀ ପଡ଼ାରୁ ଆକାଶକୁ ଉଡ଼ାଣ

ଢେଙ୍କାନାଳ ଅଫିସ, ୭।୩(ରତନ ନାୟାର): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବୀରାଶାଳ ଏୟାରଷ୍ଟ୍ରିପ୍‌କୁ ମିଳିଛି ନୂଆ ପରିଚୟ। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ ଭାବେ ଏହାର ନାମକରଣ କରାଯାଇଛି। ଏହାକୁ ବିଶ୍ୱସ୍ତରୀୟ ପାଇଲଟ୍‌ ଟ୍ରେନିଂ ସେଣ୍ଟରରେ ପରିଣତ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ସାମଗ୍ରିକ ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୭୫ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ବିଜୁବାବୁଙ୍କ ସ୍ମୃତି ସହିତ ଜଡ଼ିତ ବୀରାଶାଳ ଏୟାରଷ୍ଟ୍ରିପ୍‌ ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏହାର ନବକଳେବର ଜିଲାର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀରେ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦିଆଯାଉଛି। ଏହାର ପରିଚାଳନା କରୁଛି ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଏଟିଆଇ)। ହେଲେ ହାତଗଣତି ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସୁବିଧା ରହିଥିବାବେଳେ ବହୁ ଆଶାୟୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏହାର କଳେବର ବୃଦ୍ଧି ପରେ ଏଠାରେ ଏକକାଳୀନ ୫୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ। ଏଥିଲାଗି ୧୮୮.୭୭ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ କାର୍ଯ୍ୟକ୍ଷମ ହେଲେ ବୀରାଶାଳ ସାରା ଭାରତବର୍ଷକୁ ଉଚ୍ଚ ପ୍ରଶିକ୍ଷିତ ପାଇଲଟ ଯୋଗାଇବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
୨୦୧୯ରେ ବୀରାଶାଳରେ ଆରମ୍ଭ ହୋଇଥିଲା ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର। ଏବେ ଏଠାରେ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, କର୍ନାଟକ, ଓଡ଼ିଶାର ୩୩ ଜଣ ଛାତ୍ରୀଛାତ୍ର ତାଲିମ ନେଉଛନ୍ତି। ତନ୍ମଧ୍ୟରେ ରହିଛନ୍ତି ୪ ଓଡ଼ିଆ। ଖୁବ୍‌ଶୀଘ୍ର ଆଉ ୪୦ ଜଣଙ୍କ ପ୍ରଶିକ୍ଷଣ ନେବା ବ୍ୟବସ୍ଥା କରାଯିବ। ତେବେ ପ୍ରଶିକ୍ଷାର୍ଥୀଙ୍କ ପାଇଁ ରହିବା ମୁଖ୍ୟ ସମସ୍ୟା ହୋଇଛି। ଆବଶ୍ୟକ ସଂଖ୍ୟକ ବାସଗୃହ ନ ଥିବାରୁ ସେମାନଙ୍କୁ ନିକଟବର୍ତ୍ତୀ ଅଞ୍ଚଳର ଭଡ଼ାଘରେ ରହିବାକୁ ପଡୁଛି। ତେଣୁ ହଷ୍ଟେଲ ନିର୍ମାଣ ହେବା ଯାଏ କାମାକ୍ଷାନଗରସ୍ଥିତ ରେଙ୍ଗାଳି ବାମ କେନାଲ କଲୋନୀ ପରିସରରେ ଖାଲିପଡ଼ିଥିବା କ୍ୱାର୍ଟର୍ସଗୁଡ଼ିକୁ ଏଥିଲାଗି ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ଉପଜିଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଉପସ୍ଥିତିରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜିଲାପାଳ ମଧ୍ୟ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।
ଅନୁରୂପ ଭାବେ ୪,୦୦୦ ଫୁଟ ଦୀର୍ଘ ରନ୍‌ଓ୍ବେ ଏବଂ ୮୦ ଫୁଟ ପ୍ରସ୍ଥ ବିଶିଷ୍ଟ ପ୍ରଶିକ୍ଷଣ କେନ୍ଦ୍ରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଟାଓ୍ବାରକୁ ନେଇ ଏବେ ଅଡୁଆ ବଢ଼ିଛି। ଠିକ୍‌ ଭାବେ ତିଆରି କରାଯାଇ ନ ଥିବାରୁ ଏହାକୁ ଭଙ୍ଗାଯିବ। ପ୍ରଶିକ୍ଷାର୍ଥୀଙ୍କ ସୁବିଧା ଅନୁଯାୟୀ ଏହାର ସ୍ଥାନ ପରିବର୍ତ୍ତନ କରି ଆଉ ଥରେ ନିର୍ମାଣ କରାଯିବ। ଏଥିସହ ବିମାନ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଶାଳଗଛଗୁଡ଼ିକୁ କଟାଯିବ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ଲାଗି ସ୍ବତନ୍ତ୍ର ବିଦ୍ୟୁତ୍‌ ଷ୍ଟେଶନ ନିର୍ମାଣ ହେବ। ପାନୀୟ ଜଳ, କ୍ୟାଣ୍ଟିନ୍‌ ସମେତ ଅତ୍ୟାଧୁନିକ ଜିମ୍‌ ବ୍ୟବସ୍ଥା ହେବ। ଏହାର ଭିତ୍ତିଭୂମି ବିକାଶ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ପ୍ରଶିକ୍ଷାର୍ଥୀଙ୍କ ମୁହଁରୁ…

ଉଦ୍ୟମ ସ୍ବାଗତଯୋଗ୍ୟ
ପ୍ରଶିକ୍ଷଣ କେନ୍ଦ୍ରକୁ ଅତ୍ୟାଧୁନିକ କରିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ଚାଲିଛି। ବୀରାଶାଳ ହେଉଛି ବିମାନ ଉଡ଼ାଣ ପ୍ରଶିକ୍ଷଣ ପାଇଁ ପ୍ରକୃଷ୍ଟ ସ୍ଥାନ। ଏହାକୁ ଅଧିକ ବିକଶିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଉଦ୍ୟମ ସ୍ବାଗତଯୋଗ୍ୟ।
-ପୃଥ୍ବୀରାଜ ପ୍ରଧାନ

ପ୍ରଶିକ୍ଷଣ ଉଚ୍ଚକୋଟୀର
ପିଲାଟି ଦିନରୁ ପାଇଲଟ ହେବା ଇଚ୍ଛା ଥିଲା। ଏଠାରେ ମାସେ ହେଲା ପ୍ରଶିକ୍ଷଣ ନେଉଛି। ପିଲାମାନଙ୍କ ରହିବା ପାଇଁ ହଷ୍ଟେଲ ଆବଶ୍ୟକ ଅଛି। ଏଠାକାର ପ୍ରଶିକ୍ଷକ ଏବଂ ସେମାନଙ୍କ ପ୍ରଶିକ୍ଷଣ ଅତି ଉଚ୍ଚକୋଟୀର।
-ଅନୀଷା

ଆଦିବାସୀ ପିଲାଙ୍କ କ୍ୟାରିୟର କାଉନ୍‌ସେଲିଂ କରାଯିବ
ବୀରାଶାଳ ଏୟାରଷ୍ଟ୍ରିପ୍‌ର ବିକାଶ ପାଇଁ ସ୍ବପ୍ନ ଦେଖିଥିଲେ ବିଜୁବାବୁ। ସେ ଚାହୁଁଥିଲେ ଦେଶର ପ୍ରତିଭାବାନ ଯୁବତୀଯୁବକ ଓଡ଼ିଶା ମାଟିରେ ତାଲିମ ନେଇ ଭଲ ପାଇଲଟ ହୁଅନ୍ତୁ। ଦେଶ ପାଇଁ କାମ କରନ୍ତୁ। ଏଠାରେ ୫୦୦ ଛାତ୍ରୀଛାତ୍ରଙ୍କୁ ତାଲିମ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ୨୭୫ କୋଟି ଟଙ୍କା ଦେଇଛନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଏହି ଅର୍ଥରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେବ। ହଷ୍ଟେଲ ନିର୍ମାଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା କରାଯିବ। ଆଦିବାସୀ ଅଞ୍ଚଳର ପ୍ରତିଭାବାନ ଛାତ୍ରୀଛାତ୍ରଙ୍କୁ ବିମାନ ଉଡ଼ାଣ ଶିଖାଇବା ପାଇଁ କ୍ୟାରିୟର କାଉନ୍‌ସେଲିଂ କରାଯିବ। ଏବେ ଯଦି ଆମେ ଦେଶକୁ ୧୦ ପାଇଲଟ୍‌ ଦେଉଛୁ, ଆଗାମୀ ଦିନରେ ଏହି ସଂଖ୍ୟା ନିଶ୍ଚିତ ଭାବେ ୨୦୦ ହେବ।
-ଲ୍ୟୁଟନାଣ୍ଟ କଲୋନେଲ ସୋନାଲି ରଥ, ପ୍ରଶିକ୍ଷଣ କେନ୍ଦ୍ର ଇନଚାର୍ଜ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri