ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ ଉଦାହରଣ ସାଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିଷ୍ଠିତ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ସୁଜାତାଙ୍କ ଉଦ୍ୟମ ଓ ସଫଳତା ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ୨୦୨୨ ମସିହାରୁ ମାଛ ଚାଷ ଆରମ୍ଭ କରିଥିବା ସୁଜାତା ଆଜି କେବଳ ନିଜେ ସ୍ବାବଲମ୍ବୀ ହୋଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିଛନ୍ତି।
ସୁଜାତା କହିଛନ୍ତି ଯେ, କେଜ କଲଚର (Cage Culture) ମାଧ୍ୟମରେ ସେ ଏହି ଚାଷ ଆରମ୍ଭ କରିଥିଲେ। ସରକାରଙ୍କ ତରଫରୁ ପ୍ରାୟ ୩୨ ଲକ୍ଷ ୪୦ ହଜାର ଟଙ୍କାର ସବସିଡି ସହାୟତା ତାଙ୍କୁ ଏହି ବ୍ୟବସାୟକୁ ଆଗକୁ ନେବାରେ ବହୁତ ସାହାଯ୍ୟ କରିଛି। ବର୍ତ୍ତମାନ ସେ ବାର୍ଷିକ ୨୫ ରୁ ୩୦ ଟନ୍‌ ମାଛ ଉତ୍ପାଦନ କରୁଥିବା ବେଳେ ଏଥିରୁ ବର୍ଷକୁ ୬ରୁ ୭ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ମୁଖ୍ୟତଃ ‘ତିଲାପିଆ’ କିସମର ମାଛ ଚାଷ କରୁଥିବା ବେଳେ ତାଙ୍କ ଉତ୍ପାଦିତ ମାଛ ରାୟପୁର, କୋଲକାତା ଓ ବାଙ୍ଗାଲୋର ଭଳି ବଡ଼ ସହରକୁ ରପ୍ତାନୀ ହେଉଛି। ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିବାରୁ ସେ ବହୁତ ଖୁସି ଅଛନ୍ତି ଏବଂ ଆଗକୁ ଏହି ବ୍ୟବସାୟକୁ ଆହୁରି ବଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

ଓଡ଼ିଶାକୁ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ, ୧୨ ତାରିଖରେ ହେବ…

ଭୁବନେଶ୍ୱର,୭ା୮: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

କାହିଁକି ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ୩ ଅଭିଯୁକ୍ତ? ବଡ଼ ଖୁଲାସା କଲେ…

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ହତ୍ୟା…

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri