ନୋଜ୍‌ ରିଂ: କିଛି କଥା

ନୋଜ୍‌ ରିଂ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ ସେକଥା ନୁହେଁ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ ବୋଲି ହୁଏତ ଅନେକଙ୍କୁ ଜଣା ନଥିବ। ତା’ହେଲେ ଜାଣନ୍ତୁ ନୋଜ୍‌ ରିଂକୁ ନେଇ କ’ଣ ସବୁ ରହିଛି ରୋଚକ କଥା।

ହିନ୍ଦୁ ଧର୍ମରେ ଆଜକୁ ବହୁ ବର୍ଷ ତଳୁ ମହିଳାମାନେ ନୋଜ ରିଂ ବା ନାକଫୁଲ ଅଥବା ନୋଥ ପିନ୍ଧିବାର ପ୍ରଥା ଚାଲି ଆସିଛି। କିନ୍ତୁ ଏବେ ଏହାର ଓଲଟା ଦେଖିବାକୁ ମିଳୁଛି। ଆଉ ପ୍ରଥା ପାଇଁ ନୁହେଁ ବରଂ ଫ୍ୟାଶନ ପାଇଁ ଅନେକ ମହିଳା ତଥା ଯୁବତୀ ବିଭିନ୍ନ ଅକେଜନ୍‌ରେ ଲାଟେଷ୍ଟ ଡିଜାଇନର୍‌ ନୋଜ୍‌ ରିଂ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ତେବେ ସେ ପ୍ରଥା ହେଉ ଅବା ଫ୍ୟାଶନ ହେଉ, ନୋଜ୍‌ ରିଂ ପିନ୍ଧିବା ଦ୍ୱାରା ମହିଳାଙ୍କର କ’ଣ ସବୁ ଉପକାର ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

ଖରାପ ନଜରରୁ ରକ୍ଷା କରେ
ମହିଳାଙ୍କର ଷୋହଳ ଶୃଙ୍ଗାର ମଧ୍ୟରୁ ନୋଜ୍‌ ରିଂ ବା ନୋଥ ହେଉଛି ଗୋଟିଏ। ଏହାକୁ ସୌଭାଗ୍ୟର ପ୍ରତୀକ ବୋଲି ବି କୁହାଯାଇଥାଏ। ଖାସ୍‌କରି ନବବଧୂ ପାଇଁ ଏହାକୁ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା କେବଳ ତା’ର ରୂପକୁ ସୁନ୍ଦର କରିଥାଏ ତାହା ନୁହେଁ ବରଂ ଅନେକ ଖରାପ ନଜରରୁ ତାକୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

ପୀଡ଼ାରୁ ମୁକ୍ତି ଦିଏ
ମାସିକ ଋତୁସ୍ରାବବେଳେ ମହିଳାଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ। କିନ୍ତୁ ଆୟୂର୍ବେଦ ବିଜ୍ଞାନର ମାନ୍ୟତା ଅନୁସାରେ, ଯେଉଁ ମହିଳା ନାକର ଗୋଟିଏ ପୁଡ଼ାରେ ଛେଦ କରି ନୋଜ୍‌ ରିଂ ବା ନାକଫୁଲ ପିନ୍ଧିଥାନ୍ତି, ସେମାନଙ୍କୁ ଅନ୍ୟ ମହିଳାଙ୍କ ତୁଳନାରେ ଋତୁସ୍ରାବ ସମୟରେ କମ୍‌ କଷ୍ଟ ହୋଇଥାଏ। ସେହିପରି ଆୟୁର୍ବେଦ ବିଜ୍ଞାନ କହେ, ମହିଳାଙ୍କର ନାକରେ ହୋଇଥିବା ଛେଦ ସେମାନଙ୍କର ପ୍ରଜନନ ଅଙ୍ଗ ସହିତ ଜୋଡ଼ି ହୋଇ ରହିଥାଏ। ଯଦ୍ଦ୍ବାରା ନାକଫୁଲ ପିନ୍ଧୁଥିବା ମହିଳାମାନଙ୍କୁ ପ୍ରସବ ସମୟରେ ବି କମ୍‌ କଷ୍ଟ ସହିବାକୁ ପଡିଥାଏ। ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ତ ଜଣାନାହିଁ। ଏହା କେବଳ ଲୋକଙ୍କ ବିଶ୍ୱାସ ଓ ଅବିଶ୍ୱାସ ଉପରେ ହିଁ ନିର୍ଭର କରେ।

ସୌନ୍ଦର୍ଯ୍ୟ ବୃଦ୍ଧି କରେ
କୁହାଯାଏ, ନୋଜ୍‌ ରିଂ ପିନ୍ଧିବା ଦ୍ୱାରା ମହିଳାଙ୍କର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ସେଥିପାଇଁ ମାର୍କେଟ୍‌ରେ ଏହାର ବିଭିନ୍ନ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ସବୁ ଭେରାଇଟି ସବୁ ମହିଳାଙ୍କୁ ମାନେ ନାହିଁ। ଯେମିତିକି: ଯେଉଁ ମହିଳାଙ୍କର ନାକ ଲମ୍ବା ଓ ଶାର୍ପ, ସେମାନଙ୍କୁ ରିଂ ଷ୍ଟାଇଲ୍‌ର ନୋଜ୍‌ ରିଂ ମାନୁଥିବାବେଳେ ଯେଉଁ ମହିଳାଙ୍କର ନାକ ଟିକେ ଚଉଡ଼ା, ସେମାନଙ୍କୁ ଷ୍ଟଡ୍‌ ଷ୍ଟାଇଲ୍‌ ନୋଜ୍‌ ରିଂ ଭଲ ଦେଖାଯାଇଥାଏ। ସେହିପରି ହାର୍ଟ ଶେପ୍‌ ଫେସ୍‌ ଥିବା ମହିଳାଙ୍କୁ ଟିକେ ହେଭି ଷ୍ଟାଇଲ୍‌ର ନୋଜ୍‌ ରିଂ, ଡାଇମଣ୍ଡ ଶେପ୍‌ ଫେସ୍‌କୁ ଫ୍ଲୋରାଲ୍‌ ଡିଜାଇନ୍‌ ନୋଜ୍‌ ରିଂ, ରାଉଣ୍ଡ ଶେପ୍‌ ଫେସ୍‌କୁ ବିଡେଡ୍‌ ନୋଜ୍‌ ରିଂ ଏବଂ ଟିକେ ଚଉଡ଼ା ଫେସ୍‌ ଥିବା ମହିଳାଙ୍କୁ ହାଫ୍‌ ମୁନ୍‌ ଷ୍ଟାଇଲ୍‌ ନୋଜ୍‌ ରିଂ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ଆଉ ଯଦି ପରଫେକ୍ଟ ବ୍ରାଇଡାଲ୍‌ ଲୁକ୍‌ ପାଇଁ ନୋଜ୍‌ ରିଂ ଚୟନର କଥା ଉଠେ, ତା’ହେଲେ ତ ଏହାର ଅନେକ ଅପ୍ସନ ଆପଣଙ୍କ ହାତରେ ରହିଛି। କେବଳ ନିଜ ଲୁକ୍‌କୁ ମାନିଲା ଭଳି ନୋଜ୍‌ ରିଂ ଚୟନ କରିବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri