କାର୍ଯ୍ୟାଳୟରେ ହେଲ୍‌ମେଟ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ସକାଶେ ଖୋଲାଯିବ ବୋଲି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୟ ଦେଇସାରିଲେଣି। ଅନ୍ୟପକ୍ଷରେ ସେହି ରାଜ୍ୟର ବାଘପତ୍‌ ଜିଲାର ବାରାଉତ ସହରରେ ଥିବା ବ୍ରିଟିଶ ଅମଳରେ ନିର୍ମିତ ଉତ୍ତରପ୍ରଦେଶ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ୟୁପିସିଏଲ୍‌)ର ଏକ କୋଠା ଭିତରେ ଇଞ୍ଜିନିୟର, କିରାଣି ଓ ସାମୟିକ କର୍ମଚାରୀଙ୍କୁ ମିଶାଇ ୪୦ ଜଣରୁ ଅଧିକ ବ୍ୟକ୍ତି ମୁଣ୍ଡରେ ହେଲ୍‌ମେଟ ଦେଇ କାମ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟ କୋଠାର ଭଗ୍ନାବସ୍ଥା ଯୋଗୁ ଛାତ ଉପରୁ ନିୟମିତ ବ୍ୟବଧାନରେ ପ୍ଲାଷ୍ଟର ଖସୁଛି। କର୍ମଚାରୀମାନେ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ପଦକ୍ଷେପ ନେଇଥିବା ଦେଖାଯାଇଛି। ଜଣେ କର୍ମଚାରୀ କହିଛନ୍ତି, ସେ ୭ ବର୍ଷ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେବେଠାରୁ କୋଠାର ଅବସ୍ଥା ଏଭଳି ଥିବାରୁ ବାରମ୍ବାର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଥରେ କେବଳ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ହେଲେ ମରାମତି ହୋଇପାରି ନାହିଁ। ନିକଟ ଅତୀତରେ କେତେ ଜଣ କର୍ମଚାରୀଙ୍କ ଉପରେ ପ୍ଲାଷ୍ଟର ଖସି ପଡ଼ିବାରୁ ସେମାନେ ଆହତ ହୋଇଥିଲେ। ତେଣୁ ଅଘଟଣ ଦ୍ୱାରା ହେବାକୁ ଥିବା କ୍ଷତିକୁ ରୋକିବା ସକାଶେ କାର୍ଯ୍ୟାଳୟ ଭିତରେ ହେଲ୍‌ମେଟ ପିନ୍ଧି କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି କର୍ମଚାରୀମାନେ କହିଛନ୍ତି। ଏ ସଂକ୍ରାନ୍ତ ଭିଡିଓ ଦେଖି ବାଘପତ୍‌ ଜିଲାପାଳ ରାଜକମଲ ଯାଦବ ସମ୍ପୃକ୍ତ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି।
ସଡ଼କରେ ଅନେକ ସମୟରେ ଦେଖାଯାଇଥାଏ ଅମାନିଆ ଲୋକ ଦୁଇଚକିଆ ଯାନ ଚଳାଉଥିବା ବେଳେ ହେଲ୍‌ମେଟ ବା ଶିରସ୍ତ୍ରାଣ ପିନ୍ଧି ନ ଥାଆନ୍ତି। ହେଲେ ଉତ୍ତରପ୍ରଦେଶର ସମ୍ପୃକ୍ତ କାର୍ଯ୍ୟାଳୟ ଭିତରେ କର୍ମଚାରୀମାନେ ହେଲ୍‌ମେଟ ପିନ୍ଧି କାମ କରୁଥିବାର ଦୃଶ୍ୟ କେତେକଙ୍କୁ ଦେଖିବାରେ କୌତୂହଳ ଲାଗିପାରେ। କିନ୍ତୁ ସ୍ଥିତିର ଗମ୍ଭୀରତାକୁ ଦେଖିଲେ ଚାକିରି କରିଥିବା ବ୍ୟକ୍ତିମାନେ ଯେ କେତେ ଅସହାୟ ତାହା ବୁଝାପଡ଼ିଯାଉଛି। ୪୦ ଜଣ କର୍ମଚାରୀ କାମ କରୁଥିବା ଏକ କୋଠାକୁ ମରାମତି କରିବା ପାଇଁ ହୁଏତ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। କାରଣ ଦୀର୍ଘ ସମୟ ଧରି ଅବହେଳା କରାଯାଇଆସିଥିବା କୋଠାକୁ ଯଦି ତତ୍‌କ୍ଷଣାତ୍‌ ମରାମତି କରାଯାଇଥାଆନ୍ତା, ତେବେ କରଦାତାଙ୍କ ଅର୍ଥ ରକ୍ଷା କରାଯିବା ସହିତ ସରକାରୀ କର୍ମଚାରୀଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଆନ୍ତା। ଅନ୍ୟପଟେ ଉତ୍ତରପ୍ରଦେଶରେ ମାଫିଆ ଉପଦ୍ରବ ବୃଦ୍ଧି ପାଇଥିବା ଭଳି ମନେହେଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି ଯେ, ବିରୋଧୀ ସମାଜବାଦୀ ପାର୍ଟିର ବାହୁଛାୟା ତଳେ ଏହି ମାଫିଆ ଏବଂ ଦୁର୍ଦ୍ଦାନ୍ତ ଅପରାଧୀମାନେ ପୃଷ୍ଠପୋଷକତା ପାଇଆସୁଛନ୍ତି। ଅବଶ୍ୟ ପାଲଟା ପ୍ରଶ୍ନ ଉଠିପାରେ ଯେ, ଦୀର୍ଘ ଦୁଇ ପାଳିର ଭାଜପା ସରକାରର ମୁଖ୍ୟ ଭାବରେ ଯୋଗୀ ଆଦିତ୍ୟନାଥ ରହିଥିବା ସତ୍ତ୍ୱେ ସମାଜବାଦୀ ପାର୍ଟିର ପ୍ରଭାବକୁ ସରକାରୀ କଳ ବ୍ୟବହାର କରି ନିଶ୍ଚିତ ଭାବେ ଦମନ କରିପାରିଥାଆନ୍ତା। ତାହା ନ ହୋଇଲା କାହିଁକି ବୋଲି ସେ ବିଷୟରେ ଜନସାଧାରଣଙ୍କୁ ବୁଝାଇବା ଆବଶ୍ୟକ ହୋଇପଡ଼ିଲାଣି।
ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରୀ କର୍ମଚାରୀ ହେଲ୍‌ମେଟ ପିନ୍ଧି କାର୍ଯ୍ୟାଳୟରେ କାମ କରୁଥିବା ଚିତ୍ର ଉଭୟ ଦର୍ଶାଉଛି ଯେ ଉତ୍ତରପ୍ରଦେଶ ପ୍ରଶାସନ, ଭାରତର ଅନ୍ୟସବୁ ରାଜ୍ୟ ଭଳି, ଅତ୍ୟନ୍ତ ଦୁର୍ବଳ ଏବଂ ଦୁର୍ନୀତିଗ୍ରସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri