ଅନ୍ୟ ପାଇଁ ହସ

ବେଳେବେଳେ ପଦେ ମିଠା କଥାରେ କେତେକ’ଣ ସମସ୍ୟା ସମାଧାନ ହୋଇଯାଏ। ଠିକ୍‌ ସେମିତି ଟିକିଏ ହସରେ ବି ଘରସାରା ଖେଳିଯାଏ ଆନନ୍ଦର ଲହରି। ସେଥିପାଇଁ ତ ଅନେକ ସମୟରେ ଇଚ୍ଛା ନ ଥିଲେ ବି ହସି ହସି ବଞ୍ଚତ୍ବାର କଳାକୁ
ଆପଣାଇଥାନ୍ତି ଗୃହିଣୀମାନେ…

ପରିବାରର ଖୁସି ନିର୍ଭର କରିଥାଏ ମହିଳାଙ୍କ ଉପରେ। ସମସ୍ତଙ୍କ ସହ ସମ୍ପର୍କ ମଧୁର କରିବା ପାଇଁ ହେଲେ ସେମାନଙ୍କୁ ସବୁବେଳେ ଖୁସିରେ ରହିବାକୁ ହେବ। ଏଥିପାଇଁ ତ ଇଚ୍ଛା ଥାଉ କି ନ ଥାଉ କୌଣସି ପରିସ୍ଥିତିରେ ବି ସେମାନେ ନିଜ ମନର ଦୁଃଖକୁ ଚେହେରାରେ ପ୍ରକାଶ କରିବାକୁ ଦିଅନ୍ତି ନାହିଁ। ତେବେ କୌଣସି କାରଣରୁ ମହିଳାମାନେ ଯଦି ନିଜେ ମାନସିକ ଅବସାଦର ଶିକାର ହୋଇଯାଆନ୍ତି ତେବେ କଥା ସରିଲା। ତେଣୁ ଅବସାଦରୁ ଦୂରେଇ ରହି ଖୁସି ରହିବାର ମନ୍ତ୍ର ଜାଣିଥିଲେ ସବୁ ସମସ୍ୟା ଦୂରେଇ ଯିବ।
ଥେରାପି: ପାରିବାରିକ ଜଞ୍ଜାଳ ଭିତରେ ଅନେକ ସମୟରେ ସମସ୍ୟା ତ ଆସିବ, କିନ୍ତୁ ତା ଭିତରୁ ମୁକୁଳି ନିଜକୁ ଖୁସି କରିବାର କଳା ଜାଣିବାକୁ ହେବ। ମନ ଖୁସି କରିବା ପାଇଁ ବିଭିନ୍ନ ପ୍ରକାରର ମାଧ୍ୟମ ରହିଛି। ତେଣୁ ନିଜର ରୁଚି ଅନୁସାରେ ସେସବୁ ମାଧ୍ୟମକୁ ମହିଳା ଆପଣାଇ ପାରିବେ। ନାଚ କରିବା, ଗୀତ ଗାଇବା ଟିଭି ଦେଖିବା, ବହି ପଢିବା କିମ୍ବା ଅନ୍ୟ ଯେକୌଣସି ପ୍ରକାରର କାମ ହେଉ ନିଜକୁ ଖୁସି କରିବା ପାଇଁ ନିଜେ ସେସବୁ ଆପଣାଇ ନେବା ଦରକାର। ସମୟ ସୁଯୋଗ ବାହାର କରି ମନଖୋଲି ନିଜ ଇଚ୍ଛା ପୁରା କରନ୍ତୁ। ଏସବୁ ଥେରାପି ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଦେବ। ଏହା ବ୍ୟତୀତ ଆଜିକାଲି ମୁଡ୍‌ ରିଲାକ୍ସ କରିବା ପାଇଁ ବିଭିନ୍ନ ପ୍ରକାରର ଅନୁଷ୍ଠାନ ମଧ୍ୟ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ସେସବୁକୁ ଆପଣାଇ ନିଜକୁ ଅବସାଦ ମୁକ୍ତ କରିହେବ।
ଶପିଂରେ ରିଲାକ୍ସ: ମନ ଖୁସି କରିବାକୁ ମହିଳାମାନଙ୍କ ପାଇଁ ସବୁଠାରୁ ସୁନ୍ଦର ବିକଳ୍ପ ହେଉଛି ସପିଂ। କାହିଁକିନା ସାଧାରଣତଃ ମହିଳାମାନେ ସପିଂ କରିବା ପାଇଁ ବହୁତ ଭଲପାନ୍ତି। ଏମିତିକି ସପିଂ କରି ଏତେ ଖୁସି ହୋଇଯାନ୍ତି ଯେ କାମର ଚାପ ଥିଲେ ବି ରିଲାକ୍ସ ହେଇଯାନ୍ତି। ସପିଂ ଏକ ଥେରାପି ଭଳି କାମ ଦେଇଥାଏ। ତେଣୁ ଘର ପାଇଁ ହେଉ କି ନିଜ ପାଇଁ, ବିଭିନ୍ନ ଜିନିଷ କିଣାକିଣି କରିଲେ ନିଶ୍ଚିତଭାବେ ମନ ଖୁସି ହେବ।
ସମୟ କଟାନ୍ତୁ: ମନର କୌଣସି ପ୍ରକାରର କଷ୍ଟକୁ ବନ୍ଧୁମାନଙ୍କ ଆଗରେ ବେଶ୍‌ ସହଜରେ ପ୍ରକାଶ କରିହେବ। ତେଣୁ ଆବଶ୍ୟକ ହେଲେ ସାଙ୍ଗମାନଙ୍କ ସହ କିଛି ସମୟ କଟାନ୍ତୁ। ଘରର କୌଣସି ସମସ୍ୟା ନେଇ ସେମାନଙ୍କ ସହ କଥା ବାଣ୍ଟି ନ ପାରିଲେ ବି ଅନେକାଂଶରେ ମନ ହାଲ୍‌କା ଲାଗିବ। ଏହା ବ୍ୟତୀତ ପିଲାଙ୍କ ସହ ପାର୍କକୁ ଯିବା କିମ୍ବା କୌଣସି ଏକ ଭିନ୍ନ ପରିବେଶରେ ବାହାରକୁ ବୁଲିବାକୁ ଗଲେ ମନ ପରିବର୍ତ୍ତନ ହୋଇଥାଏ। ପ୍ରାକୃତିକ ପରିବେଶରେ କିଛି ମୁହୂର୍ତ୍ତ କଟାଇଲେ ବି ଏକ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।
ମନ ଖୋଲି କଥା ହୁଅନ୍ତୁ: ନିଜର କୌଣସି ପ୍ରକାରର ସମସ୍ୟାକୁ ନିଜେ ସମାଧାନ କରିବାକୁ ସକ୍ଷମ ନ ଥିଲେ ପ୍ରଥମେ ସ୍ବାମୀଙ୍କ ସହ ମନ ଖୋଲି କଥା ହୁଅନ୍ତୁ। ଯଦି ଘର ପରିବେଶରେ ତାଙ୍କ ସହ କଥା ହୋଇ ପାରୁ ନାହାନ୍ତି ତେବେ ବାହାରକୁ ବୁଲିବା ପାଇଁ ଯାଇପାରିବେ। ବାହାରେ ଉଭୟ କଥା ହେବା ପରେ ସମାଧାନର ରାସ୍ତା ତ ମିଳିବ ତା ସହ ମନ ହାଲ୍କା ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri