ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ସରପଞ୍ଚ

ଖଇରା, ୨୧ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଞ୍ଚାୟତରେ ବିଭିନ୍ନ ଯୋଜନାକୁ ନେଇ ପ୍ରାକ୍ତନ ଲୋକ ପ୍ରତିନିଧି ଓ ବର୍ତ୍ତମାନର ଲୋକ ପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିବା ପରେ କୁପାରୀ ରାଜନୀତି ସରଗରମ ହୋଇପଡିଛି। କିଛିଦିନ ତଳେ କୁପାରୀରେ ରହୁଥିବା ଅନ୍ୟ ରାଜ୍ୟର ଲୋକଙ୍କ ଆଧାର ସଂଶୋଧନ ଓ ଖାଦ୍ୟ ସୁରକ୍ଷା ଯୋଜନା ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ଓ ବର୍ତ୍ତମାନର ଏମ୍‌ପି ପ୍ରତିନିଧି ଜୟନ୍ତ କୁମାର ରାଉତ ବର୍ତ୍ତମାନର ସରପଞ୍ଚଙ୍କୁ ଏଥିପାଇଁ ଦାୟୀ କରିଥିଲେ। ପ୍ରତିବାଦରେ ସୋମବାର ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଦାସ, ସମିତିସଭ୍ୟ ଅକ୍ଷୟ ଜେନା, ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ଦୁଇ ପ୍ରସଙ୍ଗ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ହିତାଧିକାରୀ ବାଦ୍‌ ସମେତ ଅନେକ ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ା ଏଥିପାଇଁ ରାଉତଙ୍କ କାର୍ଯ୍ୟ ଉପରେ ଅଙ୍ଗୁଳି ଉଠାଇଛନ୍ତି। ୨୦୨୨ରେ ସେମାନେ କ୍ଷମତାରେ ରହିବା ପୂର୍ବରୁ କୁପାରୀ ପଞ୍ଚାୟତର ହିତାଧିକାରୀଙ୍କୁ ଅଧିକାଂଶ ସମୟରେ ୩ ମାସରେ ଥରେ ଚାଉଳ ମିଳୁଥିଲା । ସେତେବେଳେ ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଥିବା ବେଳେ ବର୍ତ୍ତମାନ ୩ ପର୍ଯ୍ୟାୟରେ ଶତ ପ୍ରତିଶତ ଚାଉଳ ଆସୁଥିବାରୁ ଏକାଥରେ ଚାଉଳ ଆସିବା ପରେ ଦିଆଯାଉଛି । ଏଥିପାଇଁ ହୁଏତ ହିତାଧିକାରୀଙ୍କୁ କିଛିଦିନ ଅପେକ୍ଷା କରିବାକୁ ପଡୁଛି । ସେହିଭଳି କୁପାରୀରେ ତହସିଲରୁ ଅସ୍ଥାୟୀ ଅନୁମତି ନେଇ ରହୁଥିବା କେତେଜଣ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମେଡିକାଲ ଓ ସେମାନଙ୍କର ପିଲାମାନଙ୍କ ଶିକ୍ଷାର ସୁବିଧା ପାଇଁ ଆଧାର କାର୍ଡ ସଂଶୋଧନ କରାଯାଇଥିଲା। କୁପାରୀର କିଛି ସଙ୍ଗଠନ ଆପତ୍ତି ଉଠାଇବା ପରେ ତାଙ୍କୁ ସେଠାରୁ ଚାଲିଯିବାକୁ କୁହାଯାଇଥିଲା  । ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାସିନ୍ଦାଙ୍କର କାର୍ଡ ପୂର୍ବ ସରପଞ୍ଚଙ୍କ ସମୟରେ ସଂଶୋଧନ କରାଯାଇଥିଲା ଏବଂ କରୋନା ବେଳେ ସେମାନଙ୍କୁ ମଧ୍ୟ ପଞ୍ଚାୟତ ତରଫରୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏହାଛଡା ପ୍ରଧାନମନ୍ତ୍ରୀ ଆବାସରେ ୨୩୮ଜଣ ତାଲିକାଭୁକ୍ତ ଥିବା ବେଳେ ୧୦୨ଜଣଙ୍କ ନାମ ବାଦ୍‌ ପଡିବାକୁ ନେଇ ପୂର୍ବ ଲୋକ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି । ସେହିଭଳି ମହାନଗ ପୋଖରୀ ଓ ହଦ ପୋଖରୀ ଖୋଳାରେ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି।
‘ଦୁର୍ନୀତି ପ୍ରମାଣ ଦେଲେ ରାଜନୀତି ଛାଡିଦେବି’ ବର୍ତ୍ତମାନର ସରପଞ୍ଚ ଏବଂ ଅନ୍ୟ ଲୋକ ପ୍ରତିନିଧିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ। କରୋନା ସମୟରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କୁ ପ୍ରବାସୀ ଭାବେ ବିବେଚିତ କରାଯାଇଥିଲା ଏବଂ ବର୍ତ୍ତମାନ ଆସିଥିବା ଲୋକଙ୍କୁ ଅଧିବାସୀ ଭାବେ ଆଧାରକାର୍ଡ ଦିଆଯାଇଛି । ପୋଖରୀ ଖୋଳା ହେଉ କି ଆବାସ ତାଲିକାରୁ ହିତାଧିକାରୀ ବାଦ୍‌ ପଡିବା ହେଉ ସବୁ କିଛି ସରକାରୀ ନିର୍ଦ୍ଦେଶନାମା ମଧ୍ୟରେ କରାଯାଇଛି। ବର୍ତ୍ତମାନ ଏହି ଲୋକ ପ୍ରତିନିଧି ଦଳୀୟ ମନୋଭାବ ରଖି ଅଭିଯୋଗ କରି କିଛି ଗରିବ ଲୋକଙ୍କ ନାମ କାଟିଛନ୍ତି । ଯଦି ତାଙ୍କ ସମୟରେ ହୋଇଥିବା ଦୁର୍ନୀତିର ଗୋଟିଏ ପ୍ରମାଣ ଦିଅନ୍ତି ତେବେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri