ପଦ୍ମପୁରରେ ଘୋଷଣା, କେନ୍ଦୁଝରରେ ତାତି

କେନ୍ଦୁଝର,୨୦ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଦ୍ମପୁର ଗସ୍ତରେ ଯାଇ ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ଘୋଷଣା କରିବା ପରେ କେନ୍ଦୁଝର ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦୁଝର ଜିଲା ରାଜ୍ୟର ଏକ ଅବିଭକ୍ତ ଓ ବୃହତ୍‌ ଜିଲା ହୋଇଥିବାରୁ ସବୁ କ୍ଷେତ୍ରରେ ଏହା ଅବହେଳିତ ହୋଇ ରହି ଆସିଥିବା ବିଭିନ୍ନ ସଂଗଠନ ଓ ଜନସାଧାରଣ ଅଭିଯୋଗ କରିଆସୁଛନ୍ତି। ତେଣୁ ଏହି ଜିଲାର ଆନନ୍ଦପୁରକୁ ଜିଲା କରିବାକୁ ବହୁ ବର୍ଷ ଧରି ଦାବି ହୋଇଆସୁଛି। ଆନନ୍ଦପୁରକୁ ଜିଲା ଓ ପାଟଣା ଏବଂ ଘଟଗାଁକୁ ସବଡିଭିଜନ ଘୋଷଣା କରିବା ଲାଗି ଆନନ୍ଦପୁର ବିକାଶ ମଞ୍ଚର ସଭାପତି ସନାତନ ନାୟକ, ଧନେଇ ସେବା ସଂଘ ସଭାପତି ବିଷ୍ଣୁ ବାରିକଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ଘେରା କେନ୍ଦୁଝର ଜିଲାର ଭୌଗଳିକ କ୍ଷେତ୍ରଫଳ ୮୩୦୩ ବର୍ଗ କି.ମି. ରହିଥିବା ବେଳେ ଜିଲାର ଲମ୍ବା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପ୍ରାୟ ୧୪୫ କି.ମି. ଏବଂ ପ୍ରସ୍ଥ ପୂର୍ବରୁ ପଶ୍ଚିମ ୬୫ କି.ମି.। ଜିଲାରେ ୩ଟି ଉପଖଣ୍ଡ, ୧୩ଟି ବ୍ଲକ ଓ ୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ବୃହତ୍‌ ଜିଲାର ସଦର ମହକୁମାରୁ ଆନନ୍ଦପୁର ସବ୍‌ଡିଭିଜନର ଜର୍ଦ୍ଦା ସୀମାନ୍ତ ଅଞ୍ଚଳ ପ୍ରାୟ ୧୧୦ କି.ମି. ହୋଇଥିବାବେଳେ ହାଟଡିହୀ ବ୍ଲକ୍‌ର ଶେଷ ଅଞ୍ଚଳ ୧୨୦ରୁ ୧୩୦ କି.ମି. ଦୂର ଅଟେ। ଜିଲାର ଅନ୍ୟତମ ଉପାନ୍ତ ଅଞ୍ଚଳ କିରିବୁରୁ ଓ ବଲାଣି ୧୦୦ କି.ମି.ରୁ ଊର୍ଦ୍ଧ୍ୱରେ ଥିବା ବେଳେ ସୀମାନ୍ତବର୍ତ୍ତୀ କାଳିଆହତା ଅଞ୍ଚଳ ମଧ୍ୟ ୧୧୦ କି.ମି. ଦୂର। ଅଣଆଦିବାସୀ ଅଞ୍ଚଳ ଭାବରେ ପରିଗଣିତ ହୋଇଆସୁଥିବା ଆନନ୍ଦପୁର, ଘଷିପୁରା, ହାଟଡ଼ିହୀ ବ୍ଲକ୍‌କୁ ନେଇ ଆନନ୍ଦପୁର ଉପଖଣ୍ଡ ଗଠନ ହୋଇଛି। ପଞ୍ଚାୟତଠାରୁ ସବ୍‌ଡିଭିଜନ୍‌ ପର୍ଯ୍ୟନ୍ତ ଅଞ୍ଚଳ ପୁର୍ନଗଠନ କରାଗଲେ ପ୍ରଶାସନିକ ବ୍ୟବସ୍ଥା ଲୋକାଭିମୁଖୀ କରାଯାଇପାରିବ ବୋଲି ଜିଲା ପରିଷଦ ସଭ୍ୟା ଅସୀମା ମିଶ୍ର କହିଛନ୍ତି।
ସେହିପରି ଘଟଗାଁ ଓ ପାଟଣାକୁ ନୂତନ ସବଡିଭିଜନ ଭାବରେ ଗଠନ କରାଗଲେ ସୁଶାସନ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି। ହାଟଡ଼ିହୀ ବ୍ଲକ୍‌ର ଅନେକ ଅଞ୍ଚଳ ଭଦ୍ରକ ସହ, ବରପଦାଠାରୁ ଦୈତାରୀ ପର୍ଯ୍ୟନ୍ତ ଅଞ୍ଚଳ ଯାଜପୁର ଜିଲା ସହ, ସିରିଗିଡ଼ା, ବିମଳା, କାଳିଆହତା ଆଦି ଅଞ୍ଚଳ ଢେଙ୍କାନାଳ ଓ ଅନୁଗୁଳ ଜିଲା ସହ ସମ୍ପର୍କ ସୂତ୍ରରେ ବାନ୍ଧି ହୋଇଛି। ବଡ଼ବିଲ, ବଲାଣି, କିରିବୁରୁ, ଚମ୍ପୁଆ ଆଦି ଅଞ୍ଚଳରେ ଝାଡ଼ଖଣ୍ଡ ରାଜ୍ୟର ପ୍ରଭାବ ସ୍ପଷ୍ଟ ଅନୁଭୂତ ହେଉଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହାର ପୁନର୍ବାର ସମୀକ୍ଷା କରାଯାଇ ଅଧିକ ସଂଖ୍ୟାରେ ସବ୍‌ଡିଭିଜନ୍‌ ଓ ବ୍ଲକ ସୃଷ୍ଟି କରିବାକୁ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।
କେନ୍ଦୁଝର ସଦର ଉପଖଣ୍ଡରେ ସର୍ବାଧିକ ୭ଟି ବ୍ଲକ୍‌ ଥିବାବେଳେ ଘଟଗାଁ ବ୍ଲକ୍‌ରେ ସର୍ବାଧିକ ୨୬ ପଞ୍ଚାୟତ, ହରିଚନ୍ଦନପୁର ବ୍ଲକ୍‌ରେ ୨୫ ଓ ସଦର ବ୍ଲକ୍‌ରେ ୨୪ ପଞ୍ଚାୟତ ରହିଛି। ପ୍ରତ୍ୟେକ ବ୍ଲକ୍‌ରେ ବିଡିଓ ଥିଲେ ମଧ୍ୟ ବହୁ ସମୟରେ ବ୍ଲକ ମୁଖ୍ୟାଳୟଠାରୁ ଗୋଟିଏ ଗୋଟିଏ ଗ୍ରାମ ପାଖାପାଖି ୪୦ରୁ ୫୦ କି.ମି. ଦୂରତାରେ ରହୁଛି। କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁନର୍ଗଠନ କରାଯାଇ ଆଉ ଦୁଇଟି ସବ୍‌ଡିଭିଜନ୍‌ ସୃଷ୍ଟି କରାଯିବା ସହ ଆନନ୍ଦପୁର ସବ୍‌ଡିଭିଜନ୍‌କୁ ଜିଲାର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି। ସେହିପରି ସର୍ବବୃହତ୍‌ ହାଟଡିହୀ ବ୍ଲକ୍‌କୁ ପୁର୍ନଗଠନ କରାଯାଇ ଆଉ ଗୋଟିଏ ବ୍ଲକ୍‌ ଗଠନ କରିବାକୁ ମତ ପ୍ରକାଶ ପାଇଛି। ଭୌଗଳିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କଲେ ତେଲକୋଇ ଏବଂ ସାହାରପଡ଼ା ବ୍ଲକ୍‌କୁ ଭାଙ୍ଗି ଅଧିକ ସଂଖ୍ୟାରେ ବ୍ଲକ୍‌ କରିବା ପାଇଁ ଦାବି ହେଉଛି। ଆନନ୍ଦପୁରବାସୀ ପୂର୍ବରୁ ଜିଲା ପାଇଁ ଦାବି ଓ ଆନ୍ଦୋଳନ କରିଆସୁଥିବା ବେଳେ ରାଜନୈତିକ ଦଳଙ୍କ ନୀରବତାକୁ ନେଇ ଅସନ୍ତୋଷ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri