୫ ଶ୍ରେଣୀକୁ ଗୋଟିଏ କୋଠରି

ମାଧପୁର, ୧୭ା୨(ଡି.ଏନ୍‌.ଏ): ପ୍ରାଥମିକ ବିଦ୍ୟାଳୟରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ଶିକ୍ଷାନୁଷ୍ଠାନରେ ଥିବା ୨ଟି କୋଠରି ମଧ୍ୟରୁ ଗୋଟିଏ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆଉ ଗୋଟିଏ କୋଠରିରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତରେ ଥିବା କୁମ୍ଭିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ସମ୍ପର୍କରେ ଅବଗତ ଅଛି ଜିଲା ଶିକ୍ଷା ପ୍ରଶାସନ। ବର୍ଷେ ତଳୁ ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି। ପାଠପଢ଼ାରେ ହେଉଥିବା ଅସୁବିଧା ଦୂର କରିବାକୁ ଦାବି କରାଯାଇଛି। ହେଲେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ପଞ୍ଚାୟତର ସମିତି ସଭ୍ୟ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମରୁ ୫ମ ଶ୍ରେଣୀ ଯାଏ ଥିବା କୁମ୍ଭଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏବେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩୩। ହେଲେ ଏହି ୫ଟି ଶ୍ରେଣୀର ପିଲାଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଗୋଟିଏ କୋଠରି ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ବର୍ଷା ହେଲେ ପାଣି ଗଳୁଛି। ତେଣୁ ତାହାକୁ ପାଠପଢ଼ାରେ ବ୍ୟବହାର କରାଯାଉ ନାହିଁ। ଫଳରେ ଆଉ ଗୋଟିଏ କୋଠରିରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଯାଇ ଶିକ୍ଷାଦାନ କରାଯାଉଛି। ପୂର୍ବରୁ ଏଠାରେ ଜଣେ ଶିକ୍ଷକ ଶିକ୍ଷାଦାନ କରୁଥିଲେ। ହେଲେ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଅଧିକ କୋଠରି ନିର୍ମାଣ କରାଯାଉ ନ ଥିବାରୁ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଯାଇ ୨ ଜଣ ଶିକ୍ଷକ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କେବଳ ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟ ଚାରିପାଖେ ପାଚେରି ନିର୍ମାଣ ହୋଇ ନ ଥିବାବେଳେ ବିଶୁଦ୍ଧ ପାନୀୟ ଜଳର ସେପରି ସୁବିଧା ନାହିଁ। ତେଣୁ ତୁରନ୍ତ ଜିଲା ଶିକ୍ଷା ଅଧିକାରୀ ଏହି ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିରେ ସୁଧାର ଆଣିବାକୁ ଦାବି କରାଯାଇଛି।

ବର୍ଷେ ତଳୁ କରାଗଲାଣି ଅବଗତ
ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ୩୦ ଅଗଷ୍ଟ ୨୦୨୨ରେ ଆଠମଲ୍ଲିକ ବିଡିଓଙ୍କୁ ଚିଠି (ନଂ. ୩୦/୨୦୨୨)ରେ ଅବଗତ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଏ ବିଷୟରେ ଅବଗତ ରହିଛନ୍ତି। ହେଲେ ପଦକ୍ଷେପ ନିଆଯାଉ ନ ଥିବାରୁ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଛି।
-ସୃଶ୍ରିତା କର୍ଣ୍ଣ, ସମିତି ସଭ୍ୟା, କିଆକଟା ପଞ୍ଚାୟତ

ନୂଆ ଶ୍ରେଣୀ ଗୃହ ନିର୍ମାଣ ହେଉ
ଗୋଟିଏ କୋଠରିରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଯାଉଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଶିକ୍ଷକ ନିଯୁକ୍ତି ଦିଆଗଲେ ମଧ୍ୟ ନୂଆ ଶ୍ରେଣୀ ଗୃହ ନିର୍ମାଣ ଦିଗରେ ଦୃଷ୍ଟି ଦିଆଗଲା ନାହିଁ। ଫଳରେ ଏଠାରେ ପାଠପଢ଼ା ସୁଚାରୁ ରୂପେ ସମ୍ପାଦିତ ହୋଇପାରୁ ନାହିଁ।
-ମନୋରଞ୍ଜନ ମହାଖୁଡ, ଅଭିଭାବକ

ସମସ୍ୟାର ସମାଧାନ କରାଯାଉନି
ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତାମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦେଖାକରି ବିଦ୍ୟାଳୟରେ ଥିବା ଅବ୍ୟବସ୍ଥା ବିଷୟରେ ଜଣାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ l
ସଙ୍ଗମ କର୍ଣ୍ଣ, ୱାର୍ଡ ସଭ୍ୟ

ନୂଆ ଶ୍ରେଣୀଗୃହ ନିର୍ମାଣ କରାଯିବ
କୁମ୍ଭିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ ଅତି ଜରୁରୀ। ଏଠାରେ ଜିଲା ଖଣିଜ ପାଣ୍ଠି ଫଣ୍ଡରୁ ଗୋଟିଏ ଶ୍ରେଣୀଗୃହ ନିର୍ମାଣ କରିବାକୁ ବିଡିଓଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଖୁବ୍‌ଶୀଘ୍ର ଏଠାରେ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବ।
-ଦାଶରଥି ଶୁଣ୍ଢି, ବ୍ଲକ ଶିକ୍ଷା ଅଧିକାରୀ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri