ସହରାଞ୍ଚଳ ବିକାଶ କାମ କରିବ ଏସ୍‌ଡିସି

କେନ୍ଦୁଝର,୧୮ା୨(ସ୍ବ.ପ୍ର.): ଆଗରୁ କେବଳ ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ(ଏସଡିସି) କାମ କରୁଥିଲା। ଚଳିତ ବର୍ଷଠାରୁ ଏହା ସହରାଞ୍ଚଳରେ ଥିବା ଅବହେଳିତ ଆଦିବାସୀ ଗ୍ରାମମାନଙ୍କରେ କାମ କରିବ। ଦିନିକିଆ ଆଦିବାସୀ ସମ୍ମିଳନୀରେ ଯୋଗଦେବାକୁ କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଦୀପ ମାଝୀ ମନ୍ତବ୍ୟରେ କହିଛନ୍ତି।
କେନ୍ଦୁଝର ଜିଲାରେ ତିନି ବର୍ଷ ହେଲା ଅନ୍ବେଶା ଯୋଜନା ବନ୍ଦ ରହିଥିବାରୁ ଗରୀବ ଆଦିବାସୀ ପିଲାମାନେ ପବ୍ଲିକ ସ୍କୁଲରେ ପାଠ ପଢ଼ିବାରୁ ବଞ୍ଚତ୍ତ ରହୁଛନ୍ତି। ଏହା ପୁର୍ନବାର କାର୍ଯ୍ୟକାରୀ ହେବା ନେଇ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ। କେନ୍ଦୁଝର ଜିଲାରେ ଏକ୍ସସେଲେନ୍ସ ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟର ଯୋଜନା ରହିଛି କି ବୋଲି ପ୍ରଶ୍ନରେ ଜିଲାରୁ ପ୍ରସ୍ତାବ ଗଲେ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ ବୋଲି ମାଝୀ କହିଥିଲେ। ସେହିପରି ଘୋଷଣା ହୋଇଥିବା ପାଉଡିଭୂୟାଁ ଉନ୍ନୟନ ଏଜେନ୍ସିକୁ ଶୀଘ୍ର କାର୍ଯ୍ୟକ୍ଷମ, ପୂର୍ବ ବର୍ଷରେ ଖର୍ଚ୍ଚ ହୋଇ ପାରି ନ ଥିବା ଅନୁଦାନ ଚଳିତ ବର୍ଷ ଖର୍ଚ୍ଚ କରିବା ସହ ଚଳିତ ବର୍ଷର ଅନୁଦାନ ଖର୍ଚ୍ଚ କରାଯିବ। ରାଜ୍ୟର ୯ ଜିଲା ପାଇଁ ପାଖାପାଖି ୨୮୦ କୋଟି ଟଙ୍କା ରହିଛି ା ଆହୁରି ୩୦ କୋଟି ଆସିବ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ। ବିଭିନ୍ନ ବର୍ଗର ଲୋକ ତଥା ବିଜ୍ଞ ଲୋକଙ୍କ ମତାମତ ଲୋଡ଼ାଯାଇ କାଉନ୍‌ସିଲ କାର୍ଯ୍ୟ କରୁଛି। ଆଦିବାସୀମାନେ କିଭଳି ନିଜକୁ ଗର୍ବର ସହିତ ଆଦିବାସୀ ବୋଲି ପରିଚୟ ଦେଇପାରିବେ। ସେମାନଙ୍କ ପରିବର୍ତ୍ତନ ଆସିପାରିବ ସେ ନେଇ ଏହି କାଉନ୍‌ସିଲ କାମ କରୁଛି। ଭାରତ ବର୍ଷରେ ଆଦିବାସୀଙ୍କ ପାଇଁ କାଉନ୍‌ସିଲ ନାହିଁ ା ଓଡ଼ିଶାରେ ଏହି ବ୍ୟବସ୍ଥା ପ୍ରଥମ ବୋଲି ଅଧ୍ୟକ୍ଷ ମାଝୀ କହିଥିଲେ। ସ୍ଥାନୀୟ ଅଡିଟରିୟମରେ ଅନୁଷ୍ଠିତ ଆଦିବାସୀ ସମ୍ମିଳନୀରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରାଯାଇ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଏସ୍‌ଡିସି ଜିଲା ଅଧ୍ୟକ୍ଷା ଲକ୍ଷ୍ମୀ ମୁଣ୍ଡା, ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ବିଜେଡି ଜିଲା ସଭାପତି ମାଧବ ସର୍ଦ୍ଦାର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କାଉନ୍‌ସିଲ ଗଠନ ସରିଥିଲେ ହେଁ ଜିଲାକୁ ଅଦ୍ୟାବଧି ଗୋଟିଏ ଟଙ୍କା ଆସିନାହିଁ। କିନ୍ତୁ ବହୁ ପ୍ରକଳ୍ପ ପ୍ରସ୍ତାବ ଜିଲା ପ୍ରଶାସନ ପାଖରେ ପଡ଼ିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri