Posted inଜାତୀୟ

ମୋ ବିରୋଧରେ ଚକ୍ରବ୍ୟୁହ ରଚାଯାଇଥିଲା, ଏହା ଶତପ୍ରତିଶତ ସତ: ଫଡନଭୀସ

ପୁଣେ,୧୬।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏନସିପିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି, ନଭେମ୍ବର ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଦଳର ନେତା ଅଜିତ ପାୱାରଙ୍କ ସହ ସେ ଯେଉଁ ସରକାର ଗଠନ କରିହୋଇଥିଲା ସେଥିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ରହିଥିଲା। ମୋ ବିରୋଧରେ ଚକ୍ରବ୍ୟୁହ ରଚାଯାଇଥିଲା ଏହା ଶତପ୍ରତିଶତ ସତ ଏବଂ ମୁଁ ମିଛ କହୁନାହିଁ। ମୁଁ ଆଜି ଚାଲିଥିବା ଘଟଣାଗୁଡ଼ିକ ବିଷୟରେ କହିବି ନାହିଁ କିନ୍ତୁ ସମୟ ଆସିବ ଏବଂ ସମୟ ଆସିବ ନାହିଁ ମୁଁ ନିଶ୍ଚିତ ଭାବେ ଏହା କହିବି।
ସୂଚନାଯୋଗ୍ୟ, ନିକଟରେ ଏକ କାର୍ଯ୍ୟକ୍ରମରେ ଫଡନଭୀସ କହିଥିଲେ, ମୋ ସହ ଦୁଇଥର ବିଶ୍ୱାସଘାତକତା କରାଯାଇଛି। ଉଦ୍ଧବ ଠାକରେ ପ୍ରଥମେ କରିଥିଲେ। ଆମେ ତାଙ୍କ ସହ ନିର୍ବାଚନ ଲଢିଥିଲୁ। ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ହେବେ, ସେତେବେଳେ ଉଦ୍ଧବ କରତାଳି ଦେଉଥିଲେ। ଯେତେବେଳେ ନିର୍ବାଚନ ଫଳାଫଳ ବାହାରିଲା, ସଂଖ୍ୟା ଦେଖି ସେମାନେ ଅନୁଭବ କଲେ ଯେ, ତାଙ୍କର ନିଜର ମୁଖ୍ୟମନ୍ତ୍ରୀ ରହିପାରିବେ। ଏହା ପରେ ସେ ମୋ ଫୋନ ମଧ୍ୟ ଉଠାଇ ନ ଥିଲେ। ମୋ ସହିତ ମଧ୍ୟ ଆଲୋଚନା କରି ନ ଥିଲେ। ମୁଖ୍ୟମନ୍ତ୍ରୀ ପଦର ଚେୟାର ତାଙ୍କ ପାଇଁ ଏତେ ପ୍ରିୟ ଥିଲା ଯେ ସେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଏବଂ କଂଗ୍ରେସ ସହିତ ଯାଇଥିଲେ।
ଦ୍ୱିତୀୟ ବିଶ୍ୱାସଘାତକତା ଏନସିପି ଦ୍ୱାରା କରାଯାଇଛି ବୋଲି ଫଡନଭୀସ କହିଛନ୍ତି। ତଥାପି, ମୁଁ ଏଥିପାଇଁ ସେମାନଙ୍କୁ କମ ଦାୟୀ କରେ। ତିନି ବର୍ଷ ପୂର୍ବେ ଯେତେବେଳେ ଭାଜପା ଏନସିପି ସହିତ ମିଶି ସରକାର ଗଠନ କରିଥିଲା ସେତେବେଳେ ଶରଦ ପାୱାର ମଧ୍ୟ ଏକମତ ଥିଲେ। କିନ୍ତୁ ନିଷ୍ପତ୍ତି ପରେ ସେମାନେ କିପରି ବଦଳିଲେ ଆପଣ ସମସ୍ତେ ଦେଖିଥିବେ।
ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ମଧ୍ୟ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥିଲେ, କିନ୍ତୁ ପରେ ଶିବସେନା ଏବଂ ଭାଜପା ମଧ୍ୟରେ ମେଣ୍ଟ ହୋଇପାରିଲା ନାହିଁ। ଏହା ପରେ ଦେବେନ୍ଦ୍ର ଫଡନଭୀସ ଅଜିତ ପାୱାରଙ୍କ ସହଯୋଗରେ ସରକାର ଗଠନ କରିଥିଲେ। ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସରକାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri