ଅଜଣା ଉଡ଼ନ୍ତା ବସ୍ତୁ

ଟେକ୍‌ନୋଲୋଜିର ନୂତନତ୍ୱ ଗୁପ୍ତଚରଗିରିକୁ ବ୍ୟାପକ କରିିଛି। ସାଟେଲାଇଟଠାରୁ ଆରମ୍ଭକରି ମାନବରହିତ ବିମାନ କିମ୍ବା ଡ୍ରୋନ୍‌ଠାରୁ ଆରମ୍ଭକରି ବେଲୁନ୍‌ ଓ ଅଜଣା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)ଭଳି ଟେକ୍ନୋ ସ୍ପାଏ ମାଧ୍ୟମରେ ଏବେ ଗୁପ୍ତ ତଥ୍ୟ ପାଇବା ପାଇଁ ଦୌଡ଼ ଆରମ୍ଭ ହୋଇଯାଇଛି। ଏଥିପାଇଁ ନିଜର ପ୍ରଭାବ ବିସ୍ତାର କରିବାକୁ ଦେଶଗୁଡ଼ିକ ଆକାଶ ଓ ମହାକାଶକୁ ଅନିୟନ୍ତ୍ରିତ ଭାବେ ବ୍ୟବହାର କରୁଛନ୍ତି। ସମ୍ପ୍ରତି ଗୁପ୍ତଚର ବେଲୁନ୍‌ ଓ ଅଜଣା ଉଡ଼ନ୍ତା ବସ୍ତୁକୁ ନେଇ ଅଧିକ ଚିନ୍ତା ବଢ଼ିଛି। ପ୍ରଥମେ ଚାଇନା ନିର୍ମିତ ବେଲୁନ୍‌ ପରେ ଯେଉର୍ଁ ୩ଟି ଅଜଣା ଉଡ଼ନ୍ତା ବସ୍ତୁ ଖସାଗଲାଣି, ତାହା କେଉଁଠାରୁ ଆସିଛି ଓ କେଉଁ ଦେଶରେ ନିର୍ମିତ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଗଣମାଧ୍ୟମରେ କୁହାଯାଉଛି ଯେ, ଏହି ଅଜଣା ଉଡ଼ନ୍ତା ବସ୍ତୁ ଅନ୍ୟ ଗ୍ରହରୁ ଆସିଥାଇପାରେ। ଆମେରିକା ବାୟୁସେନା ତରଫରୁ ଯେଉଁ କିଞ୍ଚିତ୍‌ ତଥ୍ୟ ପ୍ରକାଶ କରାଯାଇଛି ସେଥିରୁ ବୁଝାଯାଉଛି ଯେ ଏହା ପଙ୍ଖା ବା ଜେଟ୍‌ ଲଗା ବିମାନ ନୁହେଁ, ଯେଉଁଥିପାଇଁ ସେଗୁଡ଼ିକର ଉଡ଼ିବାର ସକ୍ଷମତା ହୁଏତ ମଣିଷର ବିଜ୍ଞାନକୁ ଏପର୍ଯ୍ୟନ୍ତ ଅଜଣା ରହିଛି। ଅଜଣା ଉଡ଼ନ୍ତା ବସ୍ତୁ କେଉଁଠାରୁ ଆସୁଛି ତାହା ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ବେଲୁନ୍‌କୁ ନେଇ ଆମେରିକା ଓ ଚାଇନା ଏବେ ମୁହାଁମୁହିଁ  ସ୍ଥିତିରେ। ଜାନୁୟାରୀ ୨୦୨୨ ପରଠାରୁ ଚାଇନା ଆକାଶ ମଧ୍ୟକୁ ଆମେରିକା ୧୦ଟି ବେଲୁନ୍‌ ପଠାଇଥିବା ଚାଇନା ଅଭିଯୋଗ କରିଥିବାବେଳେ ଏହାର ଜବାବରେ ଆମେରିକା କହିଛି ଯେ, ୫ଟି ମହାଦେଶର ୪୦ଟି ଦେଶରୁ ଗୋଇନ୍ଦା ତଥ୍ୟ ହାସଲ କରିବା ଲାଗି ଚାଇନା ବେଲୁନ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜାପାନ, ଭାରତ, ଭିଏଟ୍‌ନାମ, ତାଇୱାନ, ଫିଲିପାଇନ୍ସ ଏବଂ ଶତ୍ରୁତା ଥିବା ଅନ୍ୟ କେତେକ ଦେଶକୁ ଏଭଳି ବେଲୁନ୍‌ ପଠାଇ ଚାଇନା ସମ୍ପୃକ୍ତ ଦେଶର ସାମରିକ ଶକ୍ତି ବିଷୟରେ ସୂଚନା ସଂଗ୍ରହ କରୁଥିବା ଓ୍ବାଶିଂଟନ ପୋଷ୍ଟ୍‌ ରିପୋର୍ଟ ଦର୍ଶାଇଛି। ଏହି ସମୟରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଓ ପରମାଣୁ ଅସ୍ତ୍ର ଧମକ ଏବଂ ଦକ୍ଷିଣ ଚାଇନା ସାଗରରେ ଚାଇନାର ଦାଦାଗିରି ଯୋଗୁ ବିଶ୍ୱରେ ଉତ୍ତେଜନା ଲାଗି ରହିଛି। ଏ କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଗୁପ୍ତଚରଗିରି ଅପରିହାର୍ଯ୍ୟ ହୋଇପଡ଼ି ଥିବା ଭଳି ମନେହେଉଛି।
ୟୁନିୟନ୍‌ ଅଫ୍‌ କନସର୍ନଡ୍‌ ସାଇଣ୍ଟିଷ୍ଟ (ୟୁସିଏସ୍‌) ରିପୋର୍ଟ ଅନୁଯାୟୀ ଶିକ୍ଷା, ଗବେଷଣା, ସ୍ବାସ୍ଥ୍ୟ ଓ ଉନ୍ନୟନମୂଳକ କାର୍ଯ୍ୟରେ ପାଖାପାଖି ୫,୦୦୦ ସାଟେଲାଇଟ (ଜାନୁୟାରୀ ୨୦୨୨ ସୁଦ୍ଧା) ସକ୍ରିୟ ଥିବାବେଳେ ଗୁପ୍ତଚର କାର୍ଯ୍ୟରେ ମହାକାଶରେ ୩୩୯ରୁ ୪୮୫ଟି ମିଲିଟାରି ସାଟେଲାଇଟ ମୁତୟନ ହୋଇଛି। ମିଲିଟାରି ସାଟେଲାଇଟ୍‌ଗୁଡ଼ିକ ମଧ୍ୟରେ ଅଛି ଆମେରିକାର ୧୫୪, ରୁଷିଆର ୭୧ ଓ ଚାଇନାର ୬୩ଟି। ଏହାବାଦ ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଭାରତ, ଇଂଲଣ୍ଡ, ଡେନ୍‌ମାର୍କ, ଜାପାନ, କଲମ୍ବିଆ ଆଦି ଦେଶ ରହିଛନ୍ତି। ଏହା ବ୍ୟତୀତ ସ୍ପାଏ ବେଲୁନ୍‌ ‘ନିୟର ସ୍ପେଶ୍‌’ ବା ୬୦,୦୦୦ ଫୁଟ ଉଚ୍ଚରେ ଉଡ଼ୁଛି। ଏହା ମହାକାଶର ନିମ୍ନ ଭାଗରେ ଯୁଦ୍ଧର ଏକ ନୂଆ ଯୁଗ ଆରମ୍ଭ କରିପାରେ। ଏହା ପରକୁ ମହାକାଶର ଅଜଣା ଉଡ଼ନ୍ତା ବସ୍ତୁ ସାମ୍ନାକୁ ଆସିଲାଣି। ବାସ୍ତବତା ହେଉଛି, ଅନ୍ତର୍ଜାତୀୟ ସ୍ତରରେ ମହାକାଶ କ୍ଷେତ୍ରକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବାରୁ ପ୍ରତିଯୋଗିତା ଉପରେ କୌଣସି କଟକଣା ଅଣାଯାଇ ପାରୁନାହିଁ। ସମସ୍ତେ ନିଜ ଇଚ୍ଛାରେ ମହାକାଶକୁ ବ୍ୟବହାର କରୁଛନ୍ତି। ବିଭିନ୍ନ ସରକାର ବ୍ୟତୀତ ଏବେ ସ୍ପେଶ୍‌ଏକ୍ସ, ଭର୍ଜିନ ଗାଲାକ୍‌ଟିକ ଏବଂ ବ୍ଲୁ ଅରିଜିନ ଭଳି ଘରୋଇ କମ୍ପାନୀଗୁଡ଼ିକ ମହାକାଶ ଯାତ୍ରାର ବ୍ୟବସାୟରେ ପ୍ରବେଶ କଲେଣି। ଫଳରେ ମହାକାଶରେ ସାଟେଲାଇଟ୍‌ ପ୍ରତିଯୋଗିତା ପ୍ରଦୂଷଣ ବୃଦ୍ଧି କରୁଛି। ଏହାସହ ମହାକାଶର ଠିକ୍‌ ନିମ୍ନସ୍ତରରେ ଉଡ଼ନ୍ତା ବସ୍ତୁ ଓ ବେଲୁନ୍‌ର ପ୍ରତିଯୋଗିତା ଆରମ୍ଭ ହେଲେ ତାହା ମଧ୍ୟ ପ୍ରଦୂଷିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହା ପାଣିପାଗକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ସେ ଦୃଷ୍ଟିରୁ ବିଚାର କଲେ ଏବେ ଭାରତରେ ଜି୨୦ ସମ୍ମିଳନୀରେ ଜଳବାୟୁ ସମ୍ପର୍କରେ ଚାଲିଥିବା ଆଲୋଚନାରେ ଏ ବିଷୟ ସ୍ଥାନ ପାଇବା ଜରୁରୀ। କିନ୍ତୁ ନିଜ ସ୍ବାର୍ଥ ଦୃଷ୍ଟିରୁ ଅତୀତରୁ ଏଯାବତ୍‌ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକ ମହାକାଶ ନୀତିକୁ ନେଇ ପଛଘୁଞ୍ଚା ଦେଇଆସିଛନ୍ତି । ସେମାନେ ମହାକାଶ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ଅଣଦେଖା କରି କେବଳ ନିଜ ସ୍ବାର୍ଥ କଥା ଚିନ୍ତା କରୁଛନ୍ତି। ଏହା ମଣିଷ ଜାତି ପାଇଁ ଭବିଷ୍ୟତରେ ଅନେକ ବିପଦ ଟାଣିଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri