Posted inଫୁରସତ

ପ୍ରେମ ଦିବସ ପାଇଁ ଗୋଲାପ ଆମଦାନୀ ବ୍ୟାନ୍‌

ଟୋକିଓ: ନେପାଳ ସରକାର ନିକଟରେ ପ୍ରେମ ଦିବସ ପାଇଁ ଭାରତ ଏବଂ ଚାଇନାରୁ ଗୋଲାପ ଆମଦାନୀ ବ୍ୟାନ୍‌ କରିଥିବା ଘୋଷଣା କରିଛି। ରିପୋର୍ଟ ଅନୁସାରେ, ଆସନ୍ତା ୧୪ରେ ପ୍ରେମ ଦିବସ ପାଳନ କରାଯିବ। ଏଥିପାଇଁ ଭାରତ ଏବଂ ଚାଇନାରୁ ସତେଜ ଗୋଲାପ ଅଧିକ ମାତ୍ରାରେ ଆମଦାନୀ ହେବ। ହେଲେ କୃଷି ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ଭିଦ କ୍ୱାରେଣ୍ଟିନ୍‌ ଏବଂ କୀଟନାଶକ ପରିଚାଳନା କେନ୍ଦ୍ର ଗୁରୁବାର ଉଦ୍ଭିଦ ରୋଗର ଆଶଙ୍କା ଦର୍ଶାଇ ଗୋଲାପ ଆମଦାନୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ କେନ୍ଦ୍ର ୧୫ଟି କଷ୍ଟମ ଅଫିସ୍‌ରେ ଏହି କାରଣ ଲାଗି ଭାରତ ଏବଂ ଚାଇନାଠାରୁ ଗୋଲାପ ଆମଦାନୀ ବ୍ୟାନ୍‌ କରିଛି। ଏହି ଆମଦାନୀ ପରିବା ଜାତୀୟ ଜିନିଷର କୀଟରୁ ରୋଗର ଆଶଙ୍କା କରାଯାଉଛି ବୋଲି କେନ୍ଦ୍ରର ସୂଚନା ଅଧିକାରୀ ମହେଶ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି। ଗୋଲାପ ଏବଂ ଅନ୍ୟ ଉଦ୍ଭିଦଠାରୁ ହେଉଥିବା ରୋଗ ବହୁତ ବିପଦ ବୋଲି ଜଣାପଡ଼ିଛି। ସେଥିପାଇଁ ଆମଦାନୀକୁ ତୁରନ୍ତ ବ୍ୟାନ୍‌ କରାଯାଇଥିବା ଆଚାର୍ଯ୍ୟ କହିଛନ୍ତି। ପ୍ରେମ ଦିବସଗୁଡ଼ିକରେ ନେପାଳରେ ପ୍ରାୟ ୩୦୦ ହଜାର ଗୋଲାପ ବିକ୍ରି ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ନେପାଳରେ ମାତ୍ର ୩୦ରୁ ୪୦ ହଜାର ଗୋଲାପ ହେଉଥିବାବେଳେ ବାକିସବୁ ଭାରତରୁ ଆମଦାନୀ କରାଯାଇଥାଏ। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ନେପାଳ ୧୦ ହଜାର ୬୧୨ କେଜିର ଗୋଲାପ ପାଇଁ ୧.୩ ମିଲିୟନ୍‌ ଡଲାର ବ୍ୟୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri