Posted inଜାତୀୟ

ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା: ୟେଚୁରୀ

ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ, ଲୋକେ ନିରାଶ ହୋଇ ଭୋଟ ବଳରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଚାହୁଁଥିବା ଗୈରିକ ଦଳ ଅନୁଭବ କରିଛି। ସେଥିପାଇଁ ଏହି ଦଳ ଭିନ୍ନ କୌଶଳ ଆପଣାଇ ଆସୁଛି। ଭାଜପା, କେନ୍ଦ୍ର ଏବଂ ରାଜ୍ୟ ସରକାର ପୋଲିସ ଓ ଅନ୍ୟ ଅଧିକାରୀମାନଙ୍କ ସହ ମିଶି ନିର୍ବାଚନ ଜିତିବା ପାଇଁ ଗମ୍ଭୀର ଷଡ଼ଯନ୍ତ୍ର ରଚନା କରିଛି। ନିର୍ବାଚନର ୩ ଦିନ ପୂର୍ବରୁ ରାଜ୍ୟରେ ଗୁରୁତର ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ୟେଚୁରୀ କହିଛନ୍ତି। ନିର୍ବାଚନରେ କିଏ ଜିତିବ କିମ୍ବା ହାରିବ, ତାହା ପ୍ରଶ୍ନ ନୁହେଁ, ବଡ଼ କଥା ହେଉଛି ଗଣତନ୍ତ୍ର ଓ ଆଇନର ଶାସନ ବଜାୟ ରହିବା। ତ୍ରିପୁରାରେ ଭାଜପା ସରକାର ଗଢ଼ିବା ପରେ ଆତଙ୍କବାଦ ଓ ଦୁର୍ନୀତିର ଚେର ବହୁ ଗଭୀରକୁ ଚାଲିଯାଇଛି ବୋଲି ୟେଚୁରୀ କହିଥିଲେ। ବିରୋଧୀଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଭାଜପା ଏବଂ ତା’ର ଗୁଣ୍ଡାମାନେ ଧମକ ଦେବା ଓ ଭୟଭୀତ କରାଇବା ଆରମ୍ଭ କରିଦେଲେଣି। ତେଣୁ ଭୋଟରମାନଙ୍କୁ ଘରୁ ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଦେବାକୁ ସିପିଆଇ(ଏମ୍‌) ନେତା ଦାବି କରିଛନ୍ତି। ଏନେଇ ସିପିଆଇ(ଏମ୍‌) ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କ ଭେଟି ତ୍ରିପୁରା ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଭୋଟରମାନେ ଯେପରି ନିର୍ଭୟରେ ମତଦାନ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯାଇଥିବା ୟେଚୁରୀ କହିଥିଲେ, ଭାଜପା ପ୍ରଶାସନର ଦୁରୁପଯୋଗ କରିବା ସହ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ କରୁଛି। ଏହା ବନ୍ଦ ହେବା ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ତତ୍ତ୍ୱାବଧାନରେ ମତଦାନ କରାଇବାକୁ ସିପିଆଇଏମ୍‌ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri