ମାତୃଶକ୍ତିର ଉତ୍ଥାନ ପାଇଁ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ: ରାଷ୍ଟ୍ରପତି

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ଭାରତ ନାରୀଙ୍କୁ ସମ୍ମାନ ଦିଏ। ଏହି ପରମ୍ପରା ଓ ସଂସ୍କୃତି ବହୁଦିନରୁ ରହିଆସିଛି। ନାରୀମାନେ ଶକ୍ତିସ୍ବରୂପିଣୀ। ତାଙ୍କ ନିକଟରେ ସୃଷ୍ଟି କରିବାର ଅପାର ଶକ୍ତି ରହିଛି। ନାରୀ ଜାଗ୍ରତ ହେଲେ ଓ ଆଗକୁ ବଢ଼ିଲେ ରାଷ୍ଟ୍ର ବିକଶିତ ହେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଶୁକ୍ରବାର ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନ୍‌ର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଲେ, ମାତୃଶକ୍ତିର ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟ ନେଇ ଜ୍ଞାନପ୍ରଭା ମିଶନ୍‌ ଗଠନ କରାଯାଇଛି। ଏହା କୁମାରୀମାନଙ୍କ ମଧ୍ୟରେ ସାମାଜିକ, ଚାରିତ୍ରିକ ଏବଂ ଆଧ୍ୟାତ୍ମିକ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଏଥିସହ କ୍ରିୟାଯୋଗର ପ୍ରଚାର ପ୍ରସାର ନିମନ୍ତେ ମଧ୍ୟ କାର୍ଯ୍ୟ କରୁଛି। ଯୋଗ ଭାରତର ଏକ ପ୍ରାଚୀନ ବିଦ୍ୟା, ଯାହା ସୁସ୍ଥ ମାନବ ସମାଜ ଗଠନ ପାଇଁ ଅଭିପ୍ରେତ। ସୁସ୍ଥ ଜୀବନ ପାଇଁ ରୋଗର ଚିକିତ୍ସା ଅପେକ୍ଷା ତାହାର ନିରାକରଣ ଅଧିକ ଆବଶ୍ୟକ। ଆମେ ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇ ପାରିବା ଏବଂ ଆମ ଭିତରେ ସନ୍ତୁଷ୍ଟତା ଆସି ପାରିବ। ଯୋଗ କହିଲେ ଆମେ କେବଳ ଶାରୀରିକ ପ୍ରକ୍ରିୟାକୁ ବୁଝିଥାଉ। ମାତ୍ର ଯୋଗ ହେଉଛି ଶରୀର ସହ ଆତ୍ମା ଏବଂ ଆତ୍ମା ସହ ପରମାତ୍ମାର ଯୋଗ। କେବଳ ସାମାଜିକ ଏବଂ ଆର୍ଥିକ ବିକାଶ ହେଲେ ମାତୃଶକ୍ତିର ଉତ୍ଥାନ ହେବ ନାହିଁ। ଏଥିପାଇଁ ଆତ୍ମିକ ବା ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି। ମାତୃ କରୁଣା ଓ ମାତୃ ପ୍ରେରଣା, ଯାହା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରିଥାଏ। ଭାରତର ମୁନିଋଷିମାନେ କହିଛନ୍ତି- ମାତୃ ଦେବୋ ଭବ, ପିତୃ ଦେବୋ ଭବ, ଆଚାର୍ଯ୍ୟ ଦେବୋ ଭବ, ଅତିଥି ଦେବୋ ଭବ। ଏଥିରୁ ସ୍ପଷ୍ଟ ଯେ ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନିବା କଥା। ପରେ ପିତା, ଆଚାର୍ଯ୍ୟ ଓ ଅତିଥିଙ୍କୁ ଦେବତା ଭାବେ ଗ୍ରହଣ କରିବା କଥା ପରମ୍ପରାରେ ରହିଛି। ମାତ୍ର ଏହି ଶାସ୍ତ୍ରସିଦ୍ଧ ଉପଦେଶକୁ ଅନେକେ ନିଜ ଜୀବନରେ ମାନୁନାହାନ୍ତି। ସେଥିପାଇଁ ବହୁ ସମୟରେ ବୃଦ୍ଧ ମାତାପିତାଙ୍କ କରୁଣ କାହାଣୀ ଖବରକାଗଜରେ ସ୍ଥାନ ପାଉଛି। ପୁଅ ଓ ବୋହୂମାନେ ତାଙ୍କ ମାଆ-ବାପା ବା ଶାଶୁ ଓ ଶ୍ୱଶୁରଙ୍କ ଯତ୍ନ ନେବା ପାଇଁ କୁଣ୍ଠାବୋଧ କରୁଛନ୍ତି। ମାତାପିତାଙ୍କୁ ଦେବତା କହି ତାଙ୍କ ଫଟୋ ଚିତ୍ରକୁ ପୂଜା କରିବା ଆଧ୍ୟାତ୍ମିକତା ନୁହେଁ। ମାତାପିତାଙ୍କ ଯତ୍ନ ନେବାଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ତେଣୁ ବରିଷ୍ଠ ନାଗରିକ, ପୀଡିତ ନାଗରିକଙ୍କ ସେବା କରିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଭାରତୀୟ ଆଧ୍ୟାତ୍ମିକ ଚେତନା ସମଗ୍ର ବିଶ୍ବ ପାଇଁ ବନ୍ଦନୀୟ ବୋଲି କହିିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି, ଭାରତ କେବଳ ବୃହତ୍ତମ ଗଣତନ୍ତ୍ର ନୁହେଁ ଏହା ଗଣତନ୍ତ୍ରର ଜନ୍ମଦାତା ବୋଲି ଉଲ୍ଲେଖ କରିଥିଲେ। ବିଜ୍ଞାନ ଓ କାରିଗରି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟ ରଖିଥିଲେ। ଜ୍ଞାନପ୍ରଭା ମିଶନ୍‌ ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଓ ସଭାପତି ଜ୍ୟୋତିର୍ମୟୀ ମିଶ୍ର ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଜ୍ଞାନାନନ୍ଦଜୀ ରାଷ୍ଟ୍ରପତିଙ୍କୁ ତାଙ୍କର ଏକ ପ୍ରତିକୃତି ଭେଟି ଦେଇଥିଲେ।
ପରେ ଅପରାହ୍ନରେ ରାଷ୍ଟ୍ରପତି ମୁର୍ମୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୪ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସୌମ୍ୟା ସ୍ବାମୀନାଥନ୍‌ଙ୍କୁ ଡି.ଏସ୍‌ସି ଡିଗ୍ରୀ, ସାହିତ୍ୟ ଓ ସମାଜସେବା ପାଇଁ ପୂର୍ଣ୍ଣମାସୀ ଜାନୀ, ସମାଜସେବା ଓ ମହିଳା ସଶକ୍ତୀକରଣ ପାଇଁ ସୁନୀତା କ୍ରିଷ୍ଣନ୍‌, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ୨୦୨୨ ମସିହା ପାଇଁ ୨୨ଜଣ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri