ଆଦାୟ ଟିକସ ଫେରାଅ: ପୃଥ୍ବୀରାଜ

ଭୁବନେଶ୍ବର,୧୦ା୨(ବ୍ୟୁରୋ): ବିଏମ୍‌ସିର ହୋଲ୍‌ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ବେଆଇନ ବୋଲି ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏହା ବିଏମ୍‌ସିକୁ ଶକ୍ତ ଚାପୁଡ଼ା ଏବଂ ହୋଲ୍‌ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ରଦ୍ଦ ହେବା ଫଳରେ ରାଜଧାନୀବାସୀ ଆଶ୍ୱସ୍ତି ହୋଇଛନ୍ତି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଭାଜପା କାର୍ଯ୍ୟାଳୟରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୃଥ୍ବୀରାଜ କହିଛନ୍ତି, ହୋଲ୍‌ଡିଂ ଟିକସ ବୃଦ୍ଧି କରିବା ପୂର୍ବରୁ ବିଏମ୍‌ସି ପ୍ରଶାସନିକ ପ୍ରକ୍ରିୟା ଅନୁପାଳନ କରି ନ ଥିଲା। ପୌର ଆଇନର ସେକ୍ସନ-୨୧୫ ଅନୁସାରେ ମୂଲ୍ୟାଙ୍କନ କମିଟି ଗଠନ ହେବାର ନିୟମ ରହିଛି। ଏଥିରେ ଜଣେ ପୂର୍ବତନ ଜଜ୍‌ଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବା ସହିତ ୩ରୁ ୬ ଜଣ ସଦସ୍ୟ ରହିଥାନ୍ତି। ଟିକସ ବୁଦ୍ଧି ପୂର୍ବରୁ ଉକ୍ତ କମିଟି ଆଲୋଚନା ଓ ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ନେଇଥାନ୍ତି। ଏହାପରେ ବିଏମ୍‌ସିର ଫାଇନାନ୍ସ ଏବଂ ଟ୍ୟାକ୍ସେସନ୍‌ କମିଟି ଅଧ୍ୟକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥାଏ। ପରିଶେଷରେ ବିଏମ୍‌ସି ପରିଷଦ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। କିନ୍ତୁ ଏହି ସମସ୍ତ ପ୍ରକ୍ରିୟା ଅବଲମ୍ବନ ନ କରି ବିଏମ୍‌ସି ମନମୁଖି ଜିଜିଆ କର ଭଳି ହୋଲ୍‌ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ନେଇଥିଲା। ପୂର୍ବରୁ ବିଏମ୍‌ସି ଜୋର ଜବରଦସ୍ତ ଅନେକ ଲୋକଙ୍କଠାରୁ ବର୍ଦ୍ଧିତ ଦରରେ ହୋଲ୍‌ଡିଂ ଟିକସ ଆଦାୟ କରିଥିଲା। ଆଦାୟ କରାଯାଇଥିବା ଜନବିରୋଧୀ ହୋଲ୍‌ଡିଂ ଟିକସକୁ ସୁଧମୂଳ ସହ ଲୋକଙ୍କୁ ବିଏମ୍‌ସି ଫେରାଉ। ସେତେବେଳେ ଏଭଳି ଜନବିରୋଧୀ ହୋଲ୍‌ଡିଂ ଟିକସ ନିଷ୍ପତ୍ତି ନେଇଥିବା ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ ଯଦି ରାଜ୍ୟ ସରକାର ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ତେବେ ଭାଜପା ପୁଣି ରାଜଧାନୀବାସୀଙ୍କ ସ୍ବାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୃଥ୍ବୀରାଜ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri