ଏନ୍‌ଜିଟି ନିଷିଦ୍ଧାଞ୍ଚଳ ସ୍ଥାନରୁ ବାଲିମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୦ା୨(ସ୍ବ.ପ୍ର.):ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବ୍ରାହ୍ମଣୀ ନଦୀ ଶର୍ଯ୍ୟାରୁ ବାଲି ମାଟି ଉଠାଣକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ହେଲେ ଉକ୍ତ ସ୍ଥାନରୁ ଏବେ ଦୈନିକ ଶତାଧିକ ହାଇୱା ଓ ଟ୍ରାକ୍ଟରରେ ବାଲିମାଟି ବୁହା ଚାଲିଛି। ଏହି ସ୍ଥାନରୁ ମାଟି ଉଠାଣକୁ ନେଇ ପୂର୍ବରୁ ଏନ୍‌ଜିଟି କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିଥିଲା। ଏନ୍‌ଜିଟି ମାଟି ମାଫିଆଙ୍କଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା। ତେବେ ପ୍ରଶାସନିକ ଅଧିକାରୀ ଏନ୍‌ଜିଟିର ନିର୍ଦ୍ଦେଶକୁ ଦଳି ଚକଟି ସମସ୍ତ କଟକଣାକୁ ଫୁ କରି ବାଲିମାଟି ଖୋଳୁଥିବା ଏକ ଠିକା ସଂସ୍ଥା ବିରୋଧରେ କୌଣସି ପଦକ୍ଷେପ ନ ନେଇ ନୀରବତା ଅବଲମ୍ବନ କରିଥିବା ଲୋକେ ଅଭିଯୋଗ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀ ନିକଟ କଷଣଅଣ୍ଟାଠାରେ ଥିବା ପଠାରୁ ଚୁଳି ଆଣ୍ଡ ସନ୍‌ ଠିକା ସଂସ୍ଥା କ୍ରିଟିକାଲ କେଆର ହସ୍ପିଟାଲ ନିର୍ମାଣ ଆଳରେ ଶତାଧିକ ଟ୍ରିପ ହାଇୱାରେ ମାଟିବାଲି ଉଠାଣ କରୁଥିବା ନେଇ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ମାଟିବାଲି ଉଠାଣ ଦ୍ୱାରା ଊତିକଣ ବନ୍ୟା ନିରୋଧକ ବନ୍ଧ ଓ ପତ୍ରପୁର ପୋଲ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଗ୍ରାମବାସୀ କହିଛନ୍ତି। ତହସିଲଦାର ବେଆଇନ ମାଟି ଉଠାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ମାତ୍ର ତହସିଲଦାର ଏ ବାବଦରେ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ସେଠାରେ ଏକ କେନାଲ ସୃଷ୍ଟି ହେଲାଣି। ଏ ସମ୍ପର୍କରେ ବୃଦ୍ଧିଜୀବୀ ମିଟୁ ଦାସ କହିଛନ୍ତି ଯେ, ନଦୀ ଶର୍ଯ୍ୟାରୁ ବାଲି ଉଠାଣରେ ବହୁ କଟକଣା ଅଛି। ନଦୀଶଯ୍ୟାର ଏକ ପଞ୍ଚମାଂଶରୁ ଊଦ୍ଧର୍‌ବ ବାଲି ଉଠାଣକୁ ପରିବେଶ ବିଭାଗ ପକ୍ଷରୁ ରୋକା ଯାଇଛି। ସେହିପରି ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନଦୀ, ପୋଲ ନିକଟଠାରୁ ୩୦୦ ମିଟର ମଧ୍ୟରେ ବାଲିଉଠା ହୋଇ ପାରିବ ନାହିଁ। ପରିବେଶ ପ୍ରଦୂଷଣ ମୁକ୍ତ ଗାଡ଼ି ଏହି ପରିବହନରେ ନିୟୋଜିତ ହେବ। ବାଲି ନେବା ସମୟରେ ଗାଡ଼ି ଉପରେ ପାଲ ବାନ୍ଧିବାକୁ ନିୟମ ରହିଛି। ଏଥିସହ ନଦୀପଥକୁ ସୁରକ୍ଷା ଦେବା ପାଇଁ ବହୁ ନିୟମ ରହିଛି। ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହି ନିୟମକୁ ଉପେକ୍ଷା କରାଯାଉଛି। ତେଣୁ ପତ୍ରପୁର ପୋଲର ସୁରକ୍ଷା ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ନେଇ ଚୁଳି ଆଣ୍ଡ ସନ୍‌ ଠିକା ସଂସ୍ଥା ମାଲିକ ପରିକ୍ଷିତ ଚୁଳିଙ୍କୁ ପଚାରିବାରେ ସରକାରୀ କାମ ହେଉଛି। ଏଠାରେ ବାଲି ମଳୁ ନ ଥିବାରୁ ପଠାରୁ ଉଠାଇବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣାଙ୍କୁ ପଚାରିବାରେ, ଅଧିକ ବାଲି ଉଠାଣ ଓ ପରିବେଶ ମଞ୍ଜୁରୀ ସଂକ୍ରାନ୍ତ କାଗଜପତ୍ର ତନଖି କରାଯିବ। ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଅଳଭା, କଷଣଅଣ୍ଟା, ବାଲିପଡା, ବାଲିପାଟଣା, ଖରିପାଳ, ମଣ୍ଡପଡା, ବାଛରା, ଶାଶନ, ଶ୍ରୀରାମପୁର ପ୍ରଭୃତି ବ୍ରାହ୍ମଣୀ ନଦୀ ପଠାରୁ ବାଲିମାଟି ଉଠାଣକୁ ନେଇ ୨୦୧୯ ମସିହାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରାଯାଇଥିଲା। ଏ ସଂକ୍ରାନ୍ତରେ ଏନ୍‌ଜିଟିରେ ସମ୍ପୂର୍ଣ୍ଣ ମାଟି ଉଠାଣକୁ ବନ୍ଦ କରିଥିଲେ। ମାତ୍ର ପତ୍ରପୁର ପୋଲର ୧ କିମି ଭିତରେ ବାଲିମାଟିକୁ ଜେସିବି ଲଗାଇ ହାଇୱାରେ ପରିବହନ କରାଯାଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri