Posted inଜାତୀୟ

ଗାନ୍ଧୀ ପରିବାରକୁ ମୋଦିଙ୍କ ଟାର୍ଗେଟ: ପଚାରିଲେ ‘ନେହେରୁ ସରନେମ୍‌ ରଖୁନାହାନ୍ତି କାହିଁକି, ଭୟ ନା ଲଜ୍ଜା…’

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଗୁରୁବାର ରାଜ୍ୟ ସଭାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଷୟରେ କହି କଂଗ୍ରେସକୁ କଟାକ୍ଷ କରିଛନ୍ତି। କୌଣସି କାର୍ଯ୍ୟକ୍ରମରେ ନେହେରୁଙ୍କ ନାମ ନ ନିଆଗଲେ କିଛି ଲୋକ ବର୍ଷି ଯାଇଥାନ୍ତି। ତାଙ୍କ ରକ୍ତ ଗରମ ହୋଇଯାଇଥାଏ। ଏହି ଭୁଲ ଆମେ ଠିକ୍‌ କରିନବୁ। ହେଲେ ବୁଝିପାରୁନାହିଁ ତାଙ୍କ ପୀଢ଼ିର କେହି ବି ନେହେରୁ ସର୍‌ନେମ ରଖିବାକୁ କାହିଁକି ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ମୋଦି କହିଛନ୍ତି, କେତେକ ଲୋକଙ୍କୁ ସରକାରୀ ଯୋଜନା ନାମ ଏବଂ ନାମରେ ସଂସ୍କୃତ ଶବ୍ଦର ବ୍ୟବହାର ସହିତ ସମସ୍ୟା ଥିଲା। ଏକ ରିପୋର୍ଟରେ ପଢ଼ିଥିଲି ଯେ ଗାନ୍ଧୀ-ନେହେରୁ ପରିବାର ନାମରେ ୬୦୦ ସରକାରୀ ଯୋଜନା ରହିଛି। ତଥାପି ତାଙ୍କ ନାମ କାହିଁକି ନିଆଯାଉନାହିଁ। କୌଣସି କାର୍ଯ୍ୟକ୍ରମରେ ନେହେରୁଙ୍କ ନାମ ନିଆ ନ ଗଲେ କିଛି ଲୋକ ରାଗରେ ନିଆଁବାଣ ହୋଇଥାନ୍ତି। ହେଲେ ମୁଁ ବୁଝିପାରୁନାହିଁ ତାଙ୍କ ପୀଢ଼ିର ଲୋକମାନେ ନିଜର ସର୍‌ନେମ୍‌ରେ ନେହେରୁ କାହିଁକି ବ୍ୟବହାର କରନ୍ତି ନାହିଁ। ସେମାନେ କାହାକୁ ଭୟ କରନ୍ତି ଏବଂ ଲଜ୍ଜିତ ଅନୁଭବ କରନ୍ତି ବୋଲି ମୋଦି ପଚାରିଛନ୍ତି। ଏତେ ବଡ଼ ମହାନ ବ୍ୟକ୍ତିତ୍ୱ ସତ୍ତ୍ୱେ ଆପଣ ଏହାକୁ ମଞ୍ଜୁର କରୁନାହାନ୍ତି, ପରିବାର ତାହା କରୁନାହିଁ ଏବଂ ଆମକୁ ହିସାବ ମଗାଯାଉଛି ବୋଲି ସେ ମଧ୍ୟ କହିଛନ୍ତି।

ସେହିଭଳି ମୋଦି ଆଦାନୀ ଗ୍ରୁପ ସହ ଜଡ଼ିତ ମାମଲାରେ ବିରୋଧୀଙ୍କ ଅଭିଯୋଗକୁ ନେଇ ମଧ୍ୟ ଜବାବ ଦେଇଛନ୍ତି। ଯେତେ କାଦୁଅ ତାଙ୍କ ଉପରେ ଫିଙ୍ଗାଯିବ, ସେତେ ପଦ୍ମ ଫୁଟିବ ବୋଲି ସେ କହିଛନ୍ତି। ଏପରିକି ଗୁରୁତ୍ୱପୂର୍ଣ୍ଣ ଗୃହରେ କିଛି ଲୋକଙ୍କ ଆଚରଣ ଦୁର୍ଭାଗ୍ୟଜନକ, କିଛି ଲୋକଙ୍କ କଥା କେବଳ ଗୃହ ନୁହେଁ ବରଂ ଦେଶ ପାଇଁ ମଧ୍ୟ ନିରାଶାଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri